Sujata Dash

Others

3  

Sujata Dash

Others

ଅଭିନୟ

ଅଭିନୟ

3 mins
11.4K


"ଖୁବ ସୁନ୍ଦର ପୁଷ୍ପା ! 

 ବେଶ ଜୀବନ୍ତ କରିତୋଳିଛ ଚରିତ୍ରଟିକୁ ..ନିଖୁଣ ଭାବେ ଫୁଟାଇପାରିଛ । "

 କରତାଳି ସହ ସ୍ୱାଗତ କଲେ ଡାଇରେକଟର ।

 "ମନମୁତାବକ ସଟ ଟିଏ, ଏଇ କ୍ଳାଇମାକ୍ସ ପାଇଁ ଦରକାର ଥିଲା ...ଅନ୍ୟ କୋଉ ସିନ ହେଇଥିଲେ, ଆକ୍ଟିଙ୍ଗ ରେ ଟିକେ ଏପଟ ସେପଟ ଚଲେଇଦେଇ ହେଇଥାନ୍ତା ...

ଗୁଡ଼ାଏ ଟେକ ଗଲାପରେ, ମୁଁ ଓକେ କରିପାରିଲି । ତମକୁ ବେଶ ହଇରାଣ ମଧ୍ୟ କଲି । "


"ସତ କହିବାକୁ ଗଲେ, ମୁଁ ଏକପ୍ରକାର ଅଣନିଶ୍ୱାସୀ ହେଇଯାଇଥିଲି । ଏଇ ମାସ୍କ ଭିତରୁ, କାମେରା, ଲାଇଟ, ଆକ୍ସନ ପାଟି କରି କରି ମୋ ହଂସା ଉଡିଯାଇଥିଲା । ମନେ ମନେ ସୁରଜ କୁ ବହୁତ ଗାଳିଦେଉଥିଲି -ତମକୁ introduce କରିଥିଲା ବୋଲି । "

କହିଥିଲା -

"ସମର !- ପୁଷ୍ପା, ଗୋଟେ ଅପକମିଙ୍ଗ ଆର୍ଟିଷ୍ଟ ..ଭାରି ନିଡି ଝିଅଟେ । ମା ନାହିଁ । ବାପା, ପକ୍ଷାଘାତ ରୋଗରେ ଶଯ୍ୟାଶାୟୀ । ଝିଅଟି ଉପରେ ନିର୍ଭରଶୀଳ । ବହୁତ ଥର କହିଲାଣି ମତେ ...ମୋ ପାଖେ ନୂଆ ପ୍ରୋଜେକଟ କିଛି ନାହିଁ ।  ତୁ ଗୋଟେ ଟ୍ରାଏଲ ନେ ..ଯାହା, ଗୋଟେ ଅଧେ ରୋଲ ଅଛି- ଦେଇକି ଦେଖେ । "  


"ହଉ, ତୁ ଯଦି ଏତେ କହୁଚୁ, ତେବେ, ଦଶ, ବାର ମିନିଟ ର ଗୋଟେ ରୋଲ ଅଛି ଆଉ, ମୁଁ ଗୋଟେ ଫ୍ରେସ ଚେହରା କୁ ସାମ୍ନା କୁ ଆଣିବାକୁ ଚାହୁଁଚି ।  ଆଇ ଥିଙ୍କ, ସି ଉଡ଼ ଫିଟ ଇନ (I think she wou । d fit in) । "  

"ଆରେ,ଆକ୍ଟିଙ୍ଗ ଜଣାଅଛି ତ ମାଡାମଙ୍କୁ ?..ରୋଲ ଟି ଛୋଟ, କିନ୍ତୁ ଉଣାଅଧିକେ ମୁଖ୍ୟଚରିତ୍ର ସହିତ ସମାନ ।   

ଏଥିପାଇଁ ,ସମାନ କହୁଛି- କାହାଣୀ ଟି ସେଇ ପାତ୍ର ଜରିଆରେ ଏକ ଭିନ୍ନମୋଡ ମାନେ ... ଟ୍ଵିଷ୍ଟ ନଉଚି ।   

She needs to emote perfect। y."

"ଆରେ ଉଣା ହେଇଗଲେ, ତୁ ଗାଇଡ଼ କରିଦେବୁ । "

ସୁରଜ ର କଥା ଭାଙ୍ଗି ପାରିନଥିଲେ ସମର,ସେଦିନ ।

 

"ମୋ ପାଇଁ ଷ୍ଟ୍ରଙ୍ଗ କଫି, ସନା । ଆଉ ତମେ ..ତମେ କଣ ନବ, ପୁଷ୍ପା?"

 "ଖାଲି ପାଣି ଗିଲାସେ ଚଳିବ । "

 "ନାଁ, ନାଁ... ଟେକ ସମଥିଙ୍ଗ ..ସନା! -ମାଡାମ ଙ୍କ ପାଇଁ ମାଂଗୋ ସେକ ଆଣ ।

 ସଟ ପରେ ସଟ ଦେଇ ଥକି ଯାଇଥିବେ । "

 "ଆଜ୍ଞା ନଉଚି । "

 କଫି ପିଉ ପିଉ ସୁରଜ କହିଲେ- "ପୁଷ୍ପା! ତମେ ଜଣେ ଝିଅ....ହେଲେ, ମା' ର ଚରିତ୍ର ଏତେ ସୁନ୍ଦର କେମିତି ଆଙ୍କିଲ? ତୁମ ହାତରୁ ଯେତେବେଳେ କଅଁଳା ପିଲାଟିକୁ ଛଡେଇ ନିଆଯାଉଛି ଆଉ ତମେ ସେଇ ଦଲାଲ ସାଙ୍ଗରେ ଯୁଦ୍ଧ କରି ପିଲାଟିକୁ ଭିଡି ଆଣୁଚ ବୋକ,ଚୁମା ଦଉଚ,ଛାତିରେ ଜଡେଇ ରଖୁଛ, ଆଉ ତୁମର କୋହ ଆଉ କାନ୍ଦ ର ପଟାନ୍ତର ନାହିଁ । ହୃଦୟ ବିଦାରକ ଥିଲା ସିନ । କାମେରା ପଛଆଡେ ମୁଁ ବି ଅଜାଣତରେ ଦି ଟୋପା ଗଡେଇଦେଇଛି । "ଜୀବନ୍ତ କରି ଗଢିତୋଳିଚ ! ... 

Such raw ta । ent! OMG! I am tru । y impressed.ମୁଁ ତମକୁ ମୋ ସାଙ୍ଗ ସାଥି ସମସ୍ତଙ୍କୁ ରେକମେଣ୍ଡ କରିବି । "


ଧାରେ ଫିକା ହସ ଓଠରେ ଲେସିଦେଇ ଆଖିରେ ଜଣେଇଲି କୃତଜ୍ଞତା ।    

"କହିପାରିଲିନି ...କେମିତି ବା କହିଥାନ୍ତି ...ସାର!ଏସବୁ ଆକ୍ଟିଙ୍ଗ ନୁହେଁ ଅଙ୍ଗେ ନିଭେଇଥିବା କାହାଣୀ । ମୋ ଜୀବନର କିୟଦଂଶ । ସେଦିନ ବି ଫୁଲି ଫୁଲି କାନ୍ଦିଥିଲି । ଆଖିରୁ ଝର ଶୁଖିଯାଇଥିଲା ହେଲେ କୋହ ପାଖ ଛାଡ଼ିନଥିଲା । ଏକ ନିଷ୍ଠୁର ସତ୍ୟ କୁ ପାଞ୍ଚବର୍ଷଧରି ଜାବୋଡି, ନିଜର କରି ବଂଚିଛି, ଏବଂ ମୋର କବର ରେ ତାରି ସମାଧି ଲେଖା । ମୋ ଜୀବନ, ଉଭା ଯେତିକି ପୋତା ସେତିକି ।

I am not emoting sir! I am the character."

"ଆରେ, ତମ ମାଂଗୋ ସେକ ସରିଲାନି ଯେ ...

ଜଲ୍ଦି ଖତମ କର । ଡେରି ହେଲାଣି... ଚାଲ ତମକୁ ଛାଡି ଦେବି ।  ଆଉ ତୁମ ବାପାଙ୍କୁ ବି ଦେଖିଆସିବି ।  

ସୁରଜ କୁ ବି ଥାଙ୍କ ୟୁ କହିବାର ଅଛି- ଫର ହିଜ ଜେନଉଇନ ଫାଇଣ୍ଡ (For his genuine find)

ତା' କଥା ଭାଙ୍ଗିଥିଲେ ,ହୁଏତ ତୁମ ଭଳିଆ ଆର୍ଟିଷ୍ଟ ଟିଏ ହରେଇଥାନ୍ତି ।        

ପାକ ଅପ୍ ...ପ୍ଲିଜ଼!"

"ୟେସ ସାର !" 

"କେବଳ, ଆଜିଦିନଟି ଆମ ହାତରେ ଥିଲା, ବୁଝିଲ ପୁଷ୍ପା !କାଲିଠୁ ଲକଡାଉନ ନେଇ ସମସ୍ତ ପ୍ରକାର ର କଟକଣା ଜାରି ହବ, ଏବଂ କେବେ ପର୍ଯ୍ୟନ୍ତ ବଳବତ୍ତର ରହିବ, ତାର ସଠିକ ଖବର କାହାକୁ ମାଲୂମ ନାହିଁ । ତେଣୁ ,ସୁଟିଂ ଜାରି ରଖିବା ସମ୍ଭବପର ନୁହେଁ  ।  

ଜଗନ୍ନାଥଙ୍କ ଦୟାରୁ, ମୋଟାମୋଟି ସରିଆସିଲାଣି ପ୍ରୋଜେକଟ ।  ଖାଲି ,ଏଡିଟିଂ ରହିଲା । ସେ କାମ ଆଗେଇ ଚାଲିବ, ବିଶେଷ ଅସୁବିଧା ହବନି । "

"ମେନ ରୋଡ ରୁ, କୋଉ ଗଳିରେ ତୁମଘରକୁ ଯିବାକୁ ହବ, ଟିକେ ଗାଇଡ଼ କରିଦେବ" -

 ଗାଡିର ଡୋର ଖୋଲୁ ଖୋଲୁ ସମର କହିଲେ ।    


   


Rate this content
Log in