Jyotiranjan Sahu

Others

4.0  

Jyotiranjan Sahu

Others

ଅଭିମାନ

ଅଭିମାନ

2 mins
513



ରାଜଧାନୀର କୌଣସି ଏକ ଠିକଣାରେ ଅଛି ଗୋଟେ ଓଲ୍ଡ ଏଜ୍ ହୋମ୍ । ସେହିଠାରେ ଗୋଟିଏ ରୁମ୍ ର ଦୁଇଟି ପାଖାପାଖି ବେଡ୍ ରେ ଅଛନ୍ତି କାଳିଆ ସାହୁ ଆଉ ବଳି ସାହୁ । କାଳିଆ ସାହୁ ଘର ଜଗତପୁର ଆଉ ବଳି ସାହୁ ଘର ଶିଖରପୁର । ଦୁହିଁଙ୍କର ବୟସ ସତୁରି ପାଖାପାଖି ହେବ । ଗୋଟିଏ ଗୋଡ ନଥିବା କାଳିଆ ସାହୁକୁ ସ୍ବେଚ୍ଛାସେବୀ ପୁରୀରୁ ଠାବ କଲାବେଳେ ବଳି ସାହୁ କୁ ବାଦାମବାଡି ବସ ଷ୍ଟାଣ୍ଡରୁ ଉଦ୍ଧାର କରିଛନ୍ତି ସେମାନେ । ଦୁହିଁଙ୍କର ସେହି ଓଲ୍ଡ ଏଜ ହୋମରେ ଭାରି ଦୋସ୍ତି ହୋଇଯାଇଛି । ବଳି ସାହୁ ଥଟ୍ଟାରେ କାଳିଆ ସାହୁକୁ କାଳୁ ବୁଢା ବୋଲି ଡାକେ ଆଉ କାଳିଆ ସାହୁ ବଳି ସାହୁକୁ ବଳୁଆ ବୁଢା । ଦୁହେଁ ସାଜିଛନ୍ତି ଦୁହିଁଙ୍କର ପରସ୍ପରର ସୁଖ ଦୁଃଖର ସାଥୀ । 

  

           ଆଜି କାଳିଆର ସୁନା ବେଶ । ହଜାର ହଜାର ଭକ୍ତଙ୍କ ଭିଡ । ରଥରେ ମୁରୁକି ମୁରୁକି ହସୁଛି ଜଗା । ହେଲେ ଆମ ଏ ଓଲ୍ଡ ଏଜ ହୋମର କାଳୁ ବୁଢା କିନ୍ତୁ ମୁହଁଟା ହାଣ୍ଡି କରି ବସିଛି । ବଳୁଆ ବୁଢା ତାକୁ କେତେ ଡାକିଲାଣି ଟିଭିରେ ଜଗାର ସୁନା ବେଶ ସିଧା ପ୍ରସାରଣ ଦେଖିବାକୁ । ସବୁ ବୁଢା ବୁଢୀ ବସି ଦେଖୁଛନ୍ତି ଖାଲି କାଳୁ ବୁଢାକୁ ଛାଡି । ଅପେକ୍ଷା କରିକରି ବଳୁଆ ବୁଢା ଗଲା କାଳୁ ବୁଢା ପାଖକୁ । ଦେଖିଲା କାଳୁ ବୁଢାଟା ବେଡ ଉପରେ ବସି କାନ୍ଦୁଛି । ବ୍ୟସ୍ତ ହୋଇ ବଳୁଆ ବୁଢା କାଳୁ ବୁଢାକୁ ପଚାରିଲା " କଣ ହୋଇଛି କିରେ ? କାନ୍ଦୁଛୁ ? ଚାଲୁନୁ ଟିଭିରେ ବସି ସୁନା ବେଶ ଦେଖିବା " ! ଟିକିଏ ଅଭିମାନ ଭରା କଣ୍ଠ ରେ କାଳୁ ବୁଢା କହିଲା " କାହିଁକି ଦେଖିବି ? ବଡ ଦାଣ୍ଡରେ ତାକୁ କେତେ ଦେଖିଛି । ସେ ବି ଚକ ଲଗା ଗାଡିରେ ବସିଥାଏ ଆଉ ମୁଁ ବି । ସେଇଟା ବି ମୋ ପରି ଖଣ୍ଡିଆ ଆଉ ଅସହାୟ । ଆଜି ଯେତେ ସୁନା ହାତ କି ସୁନା ଗୋଡ ଲଗାଇଦେଲେ ବି ସତ କଥାଟା ହେଲା ସେ ସବୁଦିନ ଖଣ୍ଡିଆ ଠିକ୍ ଯେମିତି ଆମ ମୁହଁରେ ଖୁସିର ଏହି କୃତ୍ରିମ ହସକୁ ଯେତେ ଖେଳାଇଲେ ବି ମନଟା ଆମର ସବୁବେଳେ କାନ୍ଦୁଛି ଆଉ ଜଣାଇ ଦେଉଛି ପରିବାର ଥାଇ ଆମେ ଅନାଥ । ସତ କଥାଟା ହେଲା ଆଜିବି ପରିବାର ପାଇଁ ମନଟା ରହିରହି ଲୁହ ଝରାଉଛି । ସତରେ ବଳୁଆ ! ଯେଉଁ ଭକ୍ତି ଆଉ ବିଶ୍ବାସ କରି ଏ ସମାଜ ଗୋଟିଏ କାଠ ଗଣ୍ଡିଟାକୁ ଭଗବାନ କରିପାରିଲା ସେହିଥିରୁ କାଣିଚାଏ ଯଦି ସବୁ ପିଲାମାନେ ସେମାନଙ୍କ ଅପାରଗ ବୁଢା ବାପା ମା' କୁ କରନ୍ତେ ତାହା ହେଲେ ଏ ଓଲଡ୍ ଏଜ ହୋମ୍ ବଦଳରେ ସବୁଆଡେ ହେପି ହେପି ହମ୍ ହୋଇଯାଆନ୍ତା "। ଲୁହକୁ ପୋଛୁ ପୋଛୁ ବଳୁଆ ବୁଢା କହୁଥାଏ " ବହୁତ ଇଂଗିଲିସି କହୁଛୁ ତ ! ଆରେ ହେପି ନୁହେଁ ହ୍ୟାପି !ହ୍ୟାପି ହୋମ୍ " । ଏହାଶୁଣି ଦୁଇଜଣ ଖୁବ୍ ଜୋର ରେ ହସିବାକୁ ଲାଗିଲେ ସେହି କୃତ୍ରିମ ହସ ।



Rate this content
Log in