STORYMIRROR

Anil Pradhan

Children Stories

3  

Anil Pradhan

Children Stories

ଆଉ ଗୋଟିଏ ଜିନ୍

ଆଉ ଗୋଟିଏ ଜିନ୍

2 mins
231

 ସାହୁ ବାବୁ ଚାକିରୀରୁ ଅବସର ନେବା ପରେ ନିଜ ଗାଁରେ ରୁହନ୍ତି। ଦିନେ ହଠାତ୍ ତାଙ୍କର ମନହେଲା ଘର ଠାରୁ ଅଳ୍ପ ଦୁରରେ ଥିବା ଜଙ୍ଗଲ ପାଖରେ ତାଙ୍କ ବାପାଙ୍କ ଆମ୍ବ ଓ ପଣସ ତୋଟାକୁ ଯାଇ ବୁଲି ଆସିବାକୁ । ପୁଣି ବହୁଦିନରୁ ସାହୁବାବୁ ତୋଟାକୁ ଯାଇ ନାହାଁନ୍ତି। ସହଜେ ତ ଖରା ଦିନ ଆମ୍ବ ପଣସ ଥିବ ଯାଇ ବୁଲି ଦେଖି ଆସିବେ। ସାହୁ ବାବୁଙ୍କ ତୋଟାରୁ ସାହୁବାବୁଙ୍କ ପରିବାରକୁ ଛାଡି ଆଖପାଖ ପାଞ୍ଚ ଖଣ୍ଡ ଗାଁ ଲୋକ ଆମ୍ବ ପଣସ ଆଣି ଖାଆନ୍ତି କିନ୍ତୁ ସାହୁ ବାବୁ କାହାକୁ ମନା କରନ୍ତି ନାହିଁ କି ଆକଟ କରନ୍ତି ନାହିଁ। ଲୋକମାନେ ନିଜ ସୁବିଧା ଅନୁଯାଇ ଆଣି ଖାଆନ୍ତି।ଉଦୁଉଦିଆ ଖରାବେଳଟାରେ ବାହାରି ପଡିଲେ ସାହୁ ବାବୁ। ତୋଟାକୁ ଯିବା ବାଟରେ ପଡେ ଘନ ଜଙ୍ଗଲ। ସେହି ଜଙ୍ଗଲ ରାସ୍ତାରେ ଯିବାବେଳେ ହଠାତ୍ ସାହୁ ବାବୁଙ୍କ ନଜର ପଡିଲା ଏକ ସୁନାର ବୋତଲ ଉପରେ। ଘନ ଜଙ୍ଗଲ ମଧ୍ୟରେ ସୁନାର ବୋତଲଟିକୁ ଆଶ୍ଚର୍ଯ୍ୟ ହେଲେ ସାହୁ ବାବୁ। ଚାରି ଆଡକୁ ଅନାଇ ଦେଖିଲେ କେହିବି ଲୋକ ନାହାଁନ୍ତି। ସାହୁ ବାବୁ ଯେତେବେଳେ ବୋତଲଟିକୁ ହାତରେ ଧରି ଯେତେବେଳେ ଖୋଲିବାକୁ ଚେଷ୍ଟା କଲେ ସେତେବେଳେ ହଠାତ୍ ମନେ ପଡିଗଲା ସ୍କୁଲ୍ ବହିରେ ପଡିଥିବା ଜିନର ଗପ। ଜିନ୍ କିପରି ବନ୍ଦ ବୋତଲରୁ ବାହାରି ତାକୁ ମୁକ୍ତ କରିଥିବା ଲୋକକୁ ମାରିବା ପାଇଁ ଇଚ୍ଛା କରେ । ଏମିତି ଅନେକ କଥା ଭାବି ଡରିବାକୁ ଲାଗିଲେ। ସହଜେ ପାଖରେ କେହି ନାହାଁନ୍ତି ଏପଟେ ଜଙ୍ଗଲ ମଧ୍ୟକୁ ଏହି ସୁନା ବୋତଲ କେଉଁଠୁ ଆସିବ ଏହିକଥା ଭାବି ଆହୁରି ଅଧିକ ଡରିଗଲେ ସାହୁବାବୁ। ଶେଷରେ ବୋତଲଟିକୁ ଦୂରକୁ ଫିଙ୍ଗି ଦେଲେ। ଜଙ୍ଗଲ ମଧ୍ୟରେ ସୁଲୁସୁଲିଆ ପବନ ବହୁ ଥିଲେ ମଧ୍ୟ ସାହୁବାବୁଙ୍କ ଦେହରୁ ଝାଳ ବୋହୁଥାଏ ଭୟରେ । କଣ କରିବେ ଆଉ କଣ ନ କରିବେ ଚିନ୍ତା ନକରି ପାରି ସେହି ଅଧା ରାସ୍ତାରୁ ହିଁ ଏକ ମୁହାଁ ହୋଇ ଭୟରେ ଘରକୁ ଫେରିଗଲେ ସାହୁ ବାବୁ। ଆସିଲା ବେଳେ ମନେ ମନେ ଭାବୁଥାନ୍ତି ସତରେ କଣ ସେ ଭିତରୁ ଜିନ୍ ବାହାରିଥାନ୍ତା ଆଉ ମତେ ମାରି ଦିଅନ୍ତା ନା ଆଉ କିଛି ହୁଅନ୍ତା। ଆଉ କଣ ମତେ ନେଇ କଣ କୋଉ ଗାଳ୍ପିକ ଆଉ ଗୋଟିଏ ଜିନର କାହାଣୀ ଲେଖନ୍ତା। ଭୟରେ ଏମିତି ଅନେକ କିଛି ଭାବୁ ସାହୁବାବୁ ଆସି ନିଜ ଘରେ ପହଞ୍ଚି ଗଲେ। ଆଉ ଘର ବାରଣ୍ଡାରେ ବସି ଏକ ଦୀର୍ଘନିଃଶ୍ୱାସ ନେଲେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍