STORYMIRROR

Kalpana Kumari Pradhan

Children Stories

3  

Kalpana Kumari Pradhan

Children Stories

ଆତ୍ମଭିମାନ

ଆତ୍ମଭିମାନ

2 mins
396

କାହିଁ କେତେ କାଳରୁ ସେ ସେମିତି ଛିଡା ହୋଇଛି ଗାଁ ର ପାହାଡ଼ ତଳେ ବୁଢା ବରଗଛ ଟିଏ l ତାରି କୋଳରେ ବସା ବାନ୍ଧି ଥାନ୍ତି ଅନେକ ପକ୍ଷୀ l କାଉ, କୋଇଲି, ବଗ, ହଳଦୀବସନ୍ତ ଏମିତି କେତେ ପ୍ରକାର ର ପକ୍ଷୀ l

ସମସ୍ତେ ନିଜ ନିଜ ନୀଡ଼ ରେ ବେଶ ଆନନ୍ଦରେ କାଳାତିପାତ କରନ୍ତି l କିନ୍ତୁ ସେମାନଙ୍କ ଭିତରେ କୋଇଲିର ଭାରି ଆତ୍ମଭିମାନ, କାରଣ ତା ସ୍ଵର ଭାରି ମଧୁର l ସମସ୍ତେ ତାକୁ ବୁଝାନ୍ତି ସମସ୍ତଙ୍କର କିଛି ନା କିଛି ବିଶେଷ ଗୁଣ ଥାଏ ତେଣୁ କାହାକୁ ଭି ଘୃଣା କରିବା ଉଚିତ ନୁହଁ l ସେ କି ବୁଝେ ! ତାର ଭାରି ଘୃଣା ଓ ଦ୍ୱେଷ କାଉ ନାନୀ ପ୍ରତି l ସେ କେବେ ତା ଛୁଆ ମାନଙ୍କୁ ଖେଳିବାକୁ ଦିଏନି କାଉ ଛୁଆଙ୍କ ସହ l  କହେ ସେମାନଙ୍କ ସ୍ଵର ଏତେ କର୍କସ ଯେ ସହ୍ୟ କରିହୁଏନି l ମୋ ସ୍ଵର ଏତେ ମଧୁର ଯେ ବାଟରେ ଯାଉଥିବା ପଥିକଟେ ଅଟକି ଯାଏ ମୋତେ ଟିକେ ଶୁଣିବା ପାଇଁ l ଦିନେ ସେ ଖାଦ୍ୟ ଅନ୍ୱେଷଣ ପାଇଁ ଯାଇଥିଲା, ଆସି ଦେଖେ ତ ତା ଛୁଆ ମାନେ କାଉ ବସାରେ l ସେ ରାଗିକି ପୁରା ନିଆଁ lକାଉ ନାନୀକୁ ଖୁବ ଗାଳି ଗୁଲଜ କରେ ଓ ନିଷ୍ପତି ନିଏ ଆଉ ଏକ ବୃକ୍ଷରେ ତାର ବସା ବାନ୍ଧି ନିର୍ଦ୍ବନ୍ଦରେ ରହିବ l ସେ ସେଠାରୁ ଚାଲିଯାଏ l

ଦିନ ବିତି ଚାଲେ କାଉ ଦିନେ ତା ବସାକୁ ଫେରି ଦେଖେ କୋଇଲିକୁ l ସେ ତାର ଅବସ୍ଥା ଦେଖି ଭାରି ଆଶ୍ଚଯ୍ୟାନ୍ବିତ ହୁଏ l କାନ୍ଦି କାନ୍ଦି ତାର ଅବସ୍ଥା ପୁରା ଖରାପ l କାଉ ସବୁବେଳେ ବନ୍ଧୁ ବୋଲି ଭାବେ ତାକୁ l ତାର କୋଠର ବ୍ୟବହାରରେ ବି କେବେ କ୍ଷୁବ୍ଧ ହୁଏନି ସେ l ଘଟଣା କଣ ବୋଲି ପଚାରେ l

କୋଇଲି ମୁଁ ଏଠାରୁ ଗଲାପରେ ଗଛରେ ବସା ଟିଏ ବାନ୍ଧି ଥିଲି l ମୋ ଛୁଆଙ୍କୁ ନେଇ ଖୁବ ଆନନ୍ଦରେ ରହୁଥିଲି l କିନ୍ତୁ ଦିନେ ହଠାତ ଏକ ବଡ଼ ବିପଦ ଛିଣ୍ଡି ପଡିଲା ମୋ ମୁଣ୍ଡରେ l ଏକ ଉଦ୍ଧତ ମାଙ୍କଡ଼ ଟିଏ ଆସି ପହଁଚିଲା ସେଠାରେ l କେତେ ନେହୁରା ହେଲି କିନ୍ତୁ କିଛି ଲାଭ ନାହିଁ l ଡିଆଁ ଡେ଼ଇଁ କରି ମୋର ବସା କୁ ତଳକୁ ଫୋପାଡ଼ି ଦେଲା l ସେଥିରେ ଥିବା ମୋର ନବଯାତ ଶାବକଟି ମୃତ୍ୟୁ ବରଣ କଲା l ଏହା କହିଲା ବେଳେ ତାର କଣ୍ଠରୁଦ୍ଧ ହୋଇ ଆସୁଥାଏ l ସମସ୍ତଙ୍କ ମେଳରେ ସୁରକ୍ଷିତ ଥିଲି ମୁଁ l ମୋ କାରଣରୁ ହିଁ ମୁଁ ମୋ ଛୁଆକୁ ହରାଇଲି l କାଉ ତାକୁ ଆଶ୍ୱାସନା ଦେଲା ଏବଂ କହିଲା ଏ ବୃକ୍ଷ ସମସ୍ତଙ୍କର l ଆମେ ପୁଣି ତମକୁ ସ୍ୱାଗତ କରୁଛୁ l ଏଠି ନିର୍ଭୟ ରେ ରୁହ l ଆଉ ଯିଏ ତମକୁ ଏତେ ସରି କଲା ତା କଥା ମୁଁ ବୁଝୁଛି l କୋଇଲି ମନେ ମନେ ଭାବୁଥାଏ ମୁଁ ତୁଚ୍ଛା ଟା ରେ ଏତେ ଅଭିମାନ କରୁଥିଲି, ଏଇ କାଉ ନାନୀ କୁ ଦେଖ ମଣିଷ ସମାଜ ପ୍ରତି ତା ଦାନ ଅତୁଳନୀୟ l ପରିବେଶ ରୁ ଛେପ, ଖଙ୍କାର ପରି ଅପରିଷ୍କାର କୁ ସଫା କରିଦିଏ l ଗଗନ କୁ ଉଡିଯାଇ କା କା ନାଦରେ ପ୍ରକମ୍ପିତ କରିଦେଲା ବଣ ମୁଲକ l ସବୁ ଆଡୁ ଶତ ଶତ କୁଆ ଉଡି ଆସିଲେ l ସେ ସମସ୍ତଙ୍କୁ କୋଇଲିର ଦୁଃଖ ଏବଂ ମାଙ୍କଡ଼ର ଦୌରାତ୍ୟମ୍ୟ ବିଷୟରେ କହିଲା l ସବୁ ମିଶିକି ଏକା ଥରେ ଆକ୍ରମଣ କରିଲେ ମାଙ୍କଡ଼କୁ l ଥଣ୍ଟ ରେ ଖୁମ୍ପି ଖୁମ୍ପି ଲହୁ ଲୁହାଣ କରିଦେଲେ l ମାଙ୍କଡ଼ଟି ଆଉ କେବେ ସେ ଅଞ୍ଚଳରେ ଆଉ ଦେଖା ଦେଲା ନାହିଁ l


Rate this content
Log in