STORYMIRROR

SUKANTA KHANDA

Children Stories

4  

SUKANTA KHANDA

Children Stories

ଆତ୍ମ ସମୀକ୍ଷା

ଆତ୍ମ ସମୀକ୍ଷା

5 mins
346


ସେଦିନ ପବିତ୍ର ହୋଲିପର୍ବ ପାଇଁ ଛୁଟିଧରି ସମୀର ଘରକୁ ଫେରି ଆସିଲା ନିଜର ବିଧବା ମାଆ ଓ ସାନ ଭଉଣୀକୁ ଦେଖିବା ସହିତ ହୋଲିପର୍ବକୁ ପାଳନ ପାଇଁ। ହୋଲି ପର୍ବରେ ମାଆ ଓ ସାନ ଭଉଣୀଙ୍କୁ ରଙ୍ଗ ବୋଳିବ। ଶ୍ରୀରାଧା ଓ ଶ୍ରୀକୃଷ୍ଣଙ୍କୁ ରଙ୍ଗ ବୋଳି ଆଶିଷ ଭିକ୍ଷା କରିବ କି ତାର କର୍ମର ପଥ ଯେମିତି ଶୁଭଙ୍କର ହେବ। ସେ ଷଷ୍ଠ ଶ୍ରେଣୀର ଛାତ୍ର। ସଂସାରର ଲକ୍ଷ୍ଯ କି ଉଦ୍ଦେଶ୍ଯ ତାକୁ ଜଣା ହିଁ ନାହିଁ ତଥାପି ଏଇ ଅଳ୍ପ ବୟସରୁ ମାଆଙ୍କୁ ସାହାଯ୍ଯ କରିବାକୁ ଅଣ୍ଟା ଭିଡି଼ଛି। ତାର ମୁଖ୍ଯ କାରଣ ଏହିକି ତାର ବାପା ଆଜକୁ ସାତମାସ ହେଲାଣି ଭୟଙ୍କର କିଡି଼ନୀ ରୋଗରେ ପୀଡି଼ତ ହୋଇ ଆର ପାରିକୁ ଚାଲିଗଲେ। ସମୀର ସବୁ ଆଖି ଆଗରେ ଦେଖି ନେଇଥିଲା। ଏହା ଈଶ୍ବରଙ୍କ ଇଛା କହି ଆଖିର ଲୁହକୁ ପୋଛି ଶ୍ରୀରାଧା ଓ ଶ୍ରୀକୃଷ୍ଣଙ୍କ ପାଦତଳେ ମୁଣ୍ଡିଆ ମାରି ଶତକୋଟି ଧନ୍ଯବାଦ ଦେଲା। ସେ ଅଣ୍ଟା ଭିଡି଼ଲା କି ବାପାଙ୍କର କର୍ମ ଅବଶ୍ଯ କରିବ ଆଉ ମାଆ ଓ ସାନ ଭଉଣୀଙ୍କ ମୁହଁରେ ହସ ଫୁଟେଇବ।

       ସମୀର ଘରୁ ଗୋଡ଼ କାଢି଼ଲା। ସେ ବିଦ୍ଯାଳୟ ଯାଇ ଗୁରୁଜୀଙ୍କ ଆଶୀର୍ବାଦ ଭିକ୍ଷା କଲା ଓ ବିଦ୍ଯାଳୟକୁ ସବୁଦିନ ନ ଆସି କେବଳ ପରୀକ୍ଷା ଦେବାକୁ ଆସିବ ବୋଲି ଅନୁମତି ମାଗିଲା। ତାର ରୋଜଗାର ଦରକାର ମାଆ ଓ ସାନ ଭଉଣୀଙ୍କ ମୁହଁରେ ହସର ଜୁଆର ଦେଖି ନିଜେ ଖୁସି ହେବ। ଗୁରୁଜୀ ଗୌରାଙ୍ଗ ଚରଣ ସମୀର ମୁଣ୍ଡରେ ହାତ ବୁଲାଇଲେ ଓ ଅନୁମତି ଦେଲେ ତ ସମୀର ଘରକୁ ଫେରିଆସି ମାଆଙ୍କ ପାଖରୁ ଅନୁମତି ମାଗି ଚାଲିଗଲା ଦୂର ସହରକୁ ଯେଉଁଠି କାମ କରିବା ସହିତ ପାଠ ପଢି଼ ପାରିବ। ସମୀର ଜଣେ ଭଦ୍ର ମହିଳାଙ୍କ ଗୃହରେ ରହି ବଗିଚା କାମ କରିବାରେ ନିୟୋଜିତ ହେଲା। ମାସକୁ ଦରମା ଖିଆପିଆ ସହ ମାତ୍ର ଦୁଇ ହଜାର। ସମୀର ଏବେ ମନ ଦେଇ କର୍ମ ସମ୍ପାଦନ କରୁଛି। ବଗିଚା ଆଗ ଭଳି ଆଉ ନୁଖୁରା ହୋଇ ନାହିଁ। ଫୁଲ ଓ ଫଳରେ ବଗିଚା ଲଦି ହୋଇ ଦୁଇଗୁଣ ସୌନ୍ଦର୍ଯ୍ଯ ବଢା଼ଇ ଦେଇଥିବାରୁ ମାଆ ସାଆନ୍ତାଣୀ ମାତ୍ର କେଇମାସ ମଧ୍ଯରେ ତାର ଦରମା ସମୀରକୁ ନ ଜଣାଇ ବଢା଼ଇ ଦେଇଛନ୍ତି। ସମୀର ହୋଲି ପର୍ବରେ ଘରକୁ ଯିବ ଭାବି ନିଜେ ମାଆ ସାଆନ୍ତାଣୀ କିସମ କିସମ ପିଠା ଓ ମିଠା ସହିତ ତିନି ମାସର ଦରମା ଛଅ ହଜାର ପ୍ରତିବଦଳରେ ନଅ ହଜାର ଧରାଇ ଦେଇ ସମୀରକୁ ପଠାଇ ଦେଲେ। ସମୀର ଏତେ ଗୁଡି଼ଏ ଟଙ୍କା ଧରି କହି ଉଠିଲା,"ମାଆ ! ମୋର ତ ଛଅ ହଜାର ହେବା କଥା ମାତ୍ର ନଅ ହଜାର ଦେଲେ କାହିଁକି?" ମାଆ ସାଆନ୍ତାଣୀ ମୁଣ୍ଡ ଆଉସି କହିଲେ,"ସମୀର ! ଆଗକୁ ହୋଲିପର୍ବ ଆସୁଛି ତୋର ମାଆ ଓ ସାନ ଭଉଣୀଙ୍କ ପାଇଁ ଆଉ ତିନି ହଜାର ଦେଇଛି। ତୁମେ ଘରକୁ ଗଲେ ସେମାନଙ୍କ ପାଇଁ ନୂଆଡ୍ରେସ କିଣି ଆଣିକି ପିନ୍ଧିବାକୁ ଦେବ।" ସମୀର ବ୍ଯାଗକୁ ଅଣ୍ଡାଳିଲା ଆଉ କହିଲା,"ମାଆ ! ଆପଣ ତ ମୋର ମାଆ ଓ ସାନ ଭଉଣୀଙ୍କ ପାଇଁ ନୂଆ ଡ୍ରେସ ଏଠାରେ ଭରି ଦେଇଛନ୍ତି ତେବେ ଅଧିକ ତିନି ହଜାର ଟଙ୍କା ଦେଉଛନ୍ତି କାହିଁକି?" ମାଆ ସାଆନ୍ତାଣୀ ଟିକିଏ ରାଗିଲା ଭଳିଆ କହିଲେ,"ସମୀର ! ଯାହା ଦେଲି ଚୁପଚାପ ଧରିକି ଯାଆ। ଏହା ମୋର ତରଫରୁ ଆଉ ସେ ଟଙ୍କା ତୋର ତରଫରୁ ନୂଆଡ୍ରେସ ତୋର ମାଆ ଆଉ ସାନ ଭଉଣୀଙ୍କ ପାଇଁ କିଣା ହେବ।"

       ସମୀର ଏବେ ଘରକୁ ଫେରି ଆସିଲା। ଘରେ ମାଆ ଓ ସାନ ଭଉଣୀଙ୍କ ସହ ହୋଲିପର୍ବ ପାଳନ କରିବ। ସମୀରକୁ ଦେଖି ମାଆ ଓ ସାନ ଭଉଣୀର ଆନନ୍ଦ କହିଲେ ନ ସରେ। ପ୍ରଥମ ଦରମାକୁ ସମୀର ମାଆଙ୍କ ପାଦତଳେ ଥୋଇ ଦେଇ ମୁଣ୍ଡିଆ ମାରିଲା। ମାଆଙ୍କ ଆଖିରେ ଅନନ୍ତ ଲୁହ ଏହିକି ବକଟେ ହେବ ପୁଅ ଆଜି ବଡ଼ ମଣିଷଙ୍କ ପରି କର୍ମ ସମ୍ପିଦନ କରି ଫେରିଛି। ସେ ସମୀରକୁ ଉଠାଇ କୁଣ୍ଢାଇ ଭିଡି଼ ଧରିଲା। ଆଖିରେ ଆନନ୍ଦର ଲୁହ। ସମୀର କହିଲା,"ମାଆ ! ମୁଁ ଟିକେ ବଜାର ଯାଉଛି ଅଳ୍ପ ସମୟ ଭିତରେ ଫେରି ଆସିବି। ତୁମେ ଭଲକି ରୋଷେଇ କରୁଥାଅ। ମୁଁ ଆସିଲେ ଖାଇବି ଆଉ ହଁ ଯଥାଶୀଘ୍ର ହୋଲିପର୍ବ ପାଇଁ ରଙ୍ଗ ମଧ୍ଯ ନେଇକି ଆସିବି।" ବାସ ! ସମୀର ଏତିକି କହି ଦୌଡି଼ ପଳେଇଲା ବଜାରକୁ। ସେ ଦୌଡି଼ଯାଇ କ୍ଲିନିକରେ ବସିଥିବା ଡାକ୍ତରଙ୍କୁ ଫୋନଟିଏ କରିବାକୁ ଅନୁରୋଧ କଲା। ଡାକ୍ତର ମହାଶୟ ନାହିଁ ନ କରି ଫୋନଟି ଧରାଇ ଦେଲେ ତ ସମୀର ତା' ମାଆ ସାଆନ୍ତାଣୀଙ୍କୁ ଫୋନ କରି କହିଲା,"ଆଜ୍ଞା ନମସ୍କାର। ମୁଁ ନଟିଆ କହୁଥିଲି ପେପରରେ ପଢି଼ଲି କି ଆପଣଙ୍କ ବଗିଚା ପାଇଁ ଜଣେ ଶିଶୁ ଶ୍ରମିକ ଦରକାର। ମୁଁ ଜଣେ ଶିଶୁ ଶ୍ରମିକ ହେବାକୁ ଚାହୁଁଛି କ'ଣ ରଖିବେ ଆଜ୍ଞା?" ସେ ପଟରୁ ଶୁଭିଲା ମୋର ଜଣେ ଶିଶୁ ଶ୍ରମିକ ନିଯୁକ୍ତି ହୋଇ ସାରିଛି। ସେ ଭଲ କାମ ବି କରି ଦେଉଛି ଆଉ ଲୋଡା଼ ହିଁ ନାହି। ତୁମେ ଆଉ କେଉଁଠି କାମ ଖୋଜିକି ରହିଯାଅ।" ସମୀର କହିଲା,"ଆଜ୍ଞା ! ମୋର ନିହାତି ଟଙ୍କା ଦରକାର ଆପଣଙ୍କ ସେ ଶିଶୁ ଶ୍ରମିକଠାରୁ ଦୁଇ ଗୁଣା କର୍ମ ସମ୍ପାଦନ କରିବି ଆଉ ଆପଣଙ୍କ ମନକୁ ଖୁସି ହେଲା ଭଳି ମଧ୍ଯ ଅନ୍ଯ ଯେ କୌଣସି କାମ କରି ପାରିବି। ସେ ପିଲାଟାକୁ ବାହାର କରି ମୋତେ ନିଯୁକ୍ତି କରିବା ପାଇଁ ଅନୁରୋଧ କରୁଛି।" ସେ ପଟରୁ ଶୁଭିଲା,"ମୁଁ ଯାହାକୁ ନିଯୁକ୍ତି କରିଛି ସେ ଶିଶୁ ଶ୍ରମିକ ହେଲେ ବି ମୋର ପୁଅଠୁ ବଳି ଆଦରର ଅଟେ। ତାର କର୍ମ ପାଇଁ ମୁଁ ବହୁତ ଖୁସି ଅଟେ। ତୁମେ ଅନ୍ଯ କେଉଁଠି କାମର ସନ୍ଧାନ ନେଇ ରହିଯାଅ।" ସମୀର କହିଲା,"ଆଜ୍ଞା ! ଆପଣ ଜାଣିନାହାନ୍ତି କି ଯାହାକୁ ଆପଣ ପୁଅ ବୋଲି କହୁଛନ୍ତି ସେ ମୋଟେ ଭଲ ପିଲା ହିଁ ନୁହଁ। ମୁଁ ତ ଭାବୁଛି ଚୋର ଅବଶ୍ଯ ହୋଇଥିବ ନିଶ୍ଚୟ।" ସେପଟରୁ ଶୁଭିଲା,"ମୁଁ କହିଲି ନା..? ମୋର ଅନ୍ଯ କୌଣସି ଶିଶୁ ଶ୍ରମିକ ଦରକାର ହିଁ ନାହିଁ। ମୋର ପୁଅଠୁ ବଳି ଏ ପିଲାକୁ ଏପରି ନୀଚ୍ଚତା କଥନ ଫିଙ୍ଗିବାକୁ ତୁମର ସାହସ ହେଉଛି କିପରି? ଫୋନ ରଖ ମୋ ପିଲା ବିଷୟରେ ଆଉ କୌଣସି ଟିପ୍ପଣୀ ଦେବ ତ ଦେଖିବ।" ବାସ ! ଏତିକି କହି ଫୋନଟି କାଟିଦେଲେ।

       ଏ କଥା ଶୁଣୁଥିଲେ ପାଖରେ ବସିଥିବା ଜଣେ ଭଦ୍ର ମହିଳା। ସେ କହିଲେ,"ବାପା ! ତୁମର ଯଦି ନିହାତି ଟଙ୍କାର ଆବଶ୍ଯକତା ଅଛି ମୋ ସହିତ ଆସ। ମୁଁ ତୁମକୁ ଚାକିରି ଦେବି। ଭଲ ରୋଜଗାର ସହ ତୁମେ ତୁମର ଜୀବନକୁ ଗଢି଼ବ।" ସମୀର କହିଲା,"ଆଜ୍ଞା ! ମୁଁ ଚାକିରି କରି ସାରିଛି।" ଭଦ୍ର ମହିଳା କହିଲେ,"ବାପା ! ତୁମେ ତ ଏବେଏବେ ଫୋନରେ ଜଣେ ମହିଳାଙ୍କୁ ଚାକିରି ଭିକ୍ଷା କରୁଥିଲ ନୁହେ?" ଧାରେ ହସ ମେଳି ସମୀର କହିଲା,"ଆଜ୍ଞା ! ଯେଉଁ ମହିଳା ସହ କଥା ହେଉଥିଲି ସେ ହିଁ ମୋର ମାଲିକାଣୀ। ଗତକାଲି ମୁଁ ହୋଲିପର୍ବ ସକାଶେ ଘରକୁ ଆସିଛି। ତାଙ୍କ ପାଖରେ ମାତ୍ର ତିନି ମାସର ରହଣି ଭିତରେ ମୋତେ ମାସକୁ ଦୁଇ ହଜାର ଟଙ୍କା ହିସାବରେ ଛଅ ହଜାର ପାଇବାର ଯୋଗ୍ଯ ମାତ୍ର ଘରକୁ ଆସିବାବେଳେ ନଅ ହଜାର ସହ ହୋଲିପର୍ବ ସକାଶେ ସାନ ଭଉଣୀ ଓ ମାଆଙ୍କ ପାଇଁ ବି ନୂଆ ଡ୍ରେସ କିଣିକି ପଠେଇ ଦେଇଛନ୍ତି। ସେ କାହିଁକି ମୋତେ ଏତେସବୁ ପଠେଇଦେଲେ ଏଣୁ ଆତ୍ମ ସମୀକ୍ଷା ପାଇଁ ମୁଁ ଫୋନ କରି ସତ୍ଯାସତ୍ଯ ନିରୀକ୍ଷଣ କରୁଥିଲି। ଏଣୁ ଆପଣ କୁହନ୍ତୁ ସେମିତି ମାଆ ସାଆନ୍ତାଣୀଙ୍କ ପାଖରେ ଚାକିରି ନ କରି ରହି ପାରିବି କେମିତି?" ସମୀର ଆଖିରେ ଅନନ୍ତ ଲୁହ ବୋହି ଯାଉଥିଲା। ତାର ଏହି ସଚ୍ଚୋଟତା ଓ ଆତ୍ମ ସମୀକ୍ଷା ପାଇଁ ଉପସ୍ଥିତ ଥିବା ଜନତା ସ୍ତବ୍ଧ ହୋଇଗଲେ। ସେଇ ଉପସ୍ଥିତ ଥିବା ଭଦ୍ର ମହିଳା ଜଣଙ୍କ ଉଠି ଆସି କୁଣ୍ଢାଇ ପକାଇ ଆଖିରୁ ଲୁହ ବୁହାଇ ଦେଲେ। ଡାକ୍ତର ମହାଶୟ ମଧ୍ଯ ଉଠି ଆସି ମୁଣ୍ଡ ଆଉଁସି କଲ୍ଯାଣ କଲେ ଓ ହାତରେ ଗୁଞ୍ଜିଦେଲେ ଲକ୍ଷାଧିକ ଟଙ୍କା କାରଣ ସେମାନେ ବଡ଼ ମଣିଷ ହୋଇ ବି ପରର ତଣ୍ଟି ଚିପୁଛନ୍ତି ଅଥଚ ଏ ଅଳ୍ପ ବୟସର ପିଲା ହୋଇ ବି ମନ ହୃଦୟରେ ସ୍ବଚ୍ଛତାର ଝଲକ। ସେମାନେ ସମୀରଠାରୁ ଶିଖିବାର ବେଳ। ସେମାନେ ସମୀଙ୍କ ଉଦ୍ଦେଶ୍ଯରେ ହାତ ଯୋଡି଼ଦେଲେ ଅଥଚ ସମୀର ଆନନ୍ଦର ଲୁହ ଛିଟିକି ହୋଇ ପଡୁଥିଲା ଟୋପାଟୋପା। ସମୀର ନିଜ ସ୍ବର୍ଗତଃ ବାପାଙ୍କ ଉଦ୍ଦେଶ୍ଯରେ ହାତ ଯୋଡି଼ଦେଇ ଘରକୁ ଫେରି ଆସିଲା।

       ହୋଲିପର୍ବ ଜୋରଦାର ଗାଁ'ରେ ହେଉଛି। ସଭିଏଁ ନାଚ ଓ ଗୀତରେ ମଗ୍ନ। ସମୀର ମଧ୍ଯ ଯୋଗ ଦେବା ପୂର୍ବରୁ ମାଆଙ୍କ ପାଖରୁ ଆରମ୍ଭ କରିବାକୁ ଯାଉଥିଲା ହେଲେ ମାଆ ଅଟକାଇ କହିଲେ,"ଧନ ! ମୋତେ ରଙ୍ଗ ନ ଦେଇ ଯାଆ ପ୍ରଥମେ ମାତା ଶ୍ରୀରାଧା ଓ ପ୍ରଭୁ ଶ୍ରୀକୃଷ୍ଣଙ୍କୁ ଲଗେଇ ସାନ ଭଉଣୀ ସହିତ ଖେଳିବୁ। ମୋତେ ରଙ୍ଗ ଦେବା ଅଶୋଭନୀୟ କାରଣ ମୁଁ ବିଧବା। ବିଧବାଙ୍କ ଦେହରେ ରଙ୍ଗଦେବା ଭଲ କି ଶୁଭଙ୍କର ନୁହେଁ।" ସମୀର ଯଦିଓ ଟିକିଏ ଦୁଃଖ ପ୍ରକାଶ କଲା ହେଲେ ସଂସାରର ଲକ୍ଷ୍ଯ ଓ ଉଦ୍ଦେଶ୍ଯକୁ ସମ୍ମାନ ଦେଇ ଶ୍ରୀରାଧା ଓ ଶ୍ରୀକୃଷ୍ଣଙ୍କୁ ରଙ୍ଗ ଲଗେଇ ସାନ ଭଉଣୀ ସହ ଚାଲିଗଲା ସେଠିକି ଯେଉଁଠି ଗାଁ'ରେ ତାରି ବୟସର ପିଲାମାନେ ରଙ୍ଗରେ ରଙ୍ଗିଲା ହୋଇ ଭିଜୁଛନ୍ତି।

      ସତରେ ! ଆଜିର ସମାଜରେ ଆତ୍ମ ସମୀକ୍ଷା କରିବା ଲୋକ କେତେ ଜଣ ଆଛନ୍ତି କୁହ ତ? ଆମେ ତ ସଭିଏଁ ପରର ତଣ୍ଟି ନ ଚିପିଲେ ନ ଚଳେ। ପରର ତଣ୍ଟି ନ ଚିପିବୁ ତ ଧନୀ କି ବଡ଼ ମଣିଷ ହେବୁ କିପରି କୁହନ୍ତୁ ତ..? 

     


Rate this content
Log in