ଆମ ପ୍ରିୟ ପଖାଳ କଂସା
ଆମ ପ୍ରିୟ ପଖାଳ କଂସା
ଆମ ସଭିଙ୍କର ଯେ ପଖାଳ ପ୍ରିୟ ଏଥିରେ କିଛି ସନ୍ଦେହ ନାହିଁ ,ଆଉ ଦିନେ ଭାତ ଏଇ ଗଡା଼ରେ ନ ପଡିଲେ ଲାଗେ ଯେମିତି ଆଜି କିଛି ଖିଆ ହେଇନି । ବିନା ଭାତରେ ଏଇ ଦିନଟା ଜମା ଭଲରେ ଯାଏନି, ନା ନିଦ ହୁଏ ନା କିଛି କରିବାକୁ ଇଛା ହୁଏ ।
ଆମ ଓଡ଼ିଆଙ୍କର ପଖାଳ କଂସା କଣ ଖାଲି ଗୋଟେ ଖାଦ୍ୟ? ନା' ଏ ହେଉଛି ଆମ ସ୍ନହେ ପ୍ରେମରେ ବନ୍ଧା ଏକ ବନ୍ଧନ । ତା ବିନା ଯେମିତି ଦିନଟା ଅଧୁରା ରହିଯାଏ । ଯେବେ ଯେଉଁଠିକି ଗଲେ ମଧ୍ୟ ଭାତ ବେଲାଏ ଦରକାର ଆଉ ଯଦି କେଉଁ ଜାଗାରେ ମିଳେନି ତେବେ ତ ଗଲା ଏ ମନଟା ଚୁନା ଚୁନା ହୋଇଯାଏ । ଏଇ ଯେମିତି ବାହାର ରାଇଜର ଲୋକଙ୍କର ବିନା ଭାତରେ ଦିନ କଟିଯାଏ ଆଉ ଆମର ଭାତ ବିନା ରାତି ମଧ୍ୟ ପାହେନି । ଆଉ ଅନ୍ୟ ରାଇଜ ମାନଙ୍କରେ ଯେଉଁ ଅଳ୍ପ ଭାତ ସହ ରୁଟି ଆଣି ପରଷି ଦିଅନ୍ତି, ସେ କଉ ବାଗକୁ ନୁହଁ । ସେ ତ ପୂରା ସମୁଦ୍ରକୁ ଶଙ୍ଖେ କାରଣ ଆମର ବେଲାଏ ଭାତ ନହଲେ ଚଳିବନି । ଠିକ କହିଲି ନା?