STORYMIRROR

pratap nayak

Others

3  

pratap nayak

Others

ଆମ ଘରେ ବି ହେରାପଞ୍ଚମୀ

ଆମ ଘରେ ବି ହେରାପଞ୍ଚମୀ

3 mins
15.3K


ବୋଉ ......

ଇଏ କୋଉ ଦିନ ଆସିବେ କି?

ଆଲୋ,ଆଜିକି ଛଅ ଦିନ ହେଇଛି ।ଛଅ ଦିନେ କଣ ଯାଆନ୍ତି ,ଦେହ ଖରାପ ହବନି?

ତୋ ବାପା ପହରି ଦିନ ଆସିବେ ଫୋନ କରି ପରା ତାଂକୁ ଅଟକେଇଛନ୍ତି, ପହରି ଦିନ ତ ରବିବାର, ଏବେ କଣ ମାଛକୁ ସତେଜ ରଖିବାକୁ ଫରମାଲିନ୍ ମାଛରେ ଗୋଳେଇ ବଜାରରେ ବିକୁଛନ୍ତି,ସେଦିନ ତୋ ବାପା ମତେ କହିଛନ୍ତି,ତାକୁ ନଆଣି ଦଳେଇକି କହି ଜାଲ ପକେଇ ନଇ ମାଛ ଆଣିବେ

ତାପର ଦିନ ମାନେ ସୋମବାରେ ସେ ଚାଲି ଯିବେନି .........

ପୁଣି ଛୁଆ ଦିଇଟାକୁ ବି ତୋ ବାପା ଅନେକ ଦିନ ହେବ ଦେଖି ନାହାଁନ୍ତି । ସେମାନେ ବି ଅଜା ଆସିବା ବାଟକୁ ଚାହିଁ ବସିଛନ୍ତି,ସବଦିନ ତୋ ବାପା କଥା ପଚାରୁଛନ୍ତି,ଏତେ ଦିନ ତ ରହିଲେଣି ରହନ୍ତୁ ଆଉ ଚାରିଟା ଦିନ ।ସେପଟରୁ ମମତା ଫୋନ କାଟିଦେଲାକି କଣ ,ମା କୁ କିଛି ଶୁଭିଲାନି । ସେ ବି ନିଜ କାମରେ ବ୍ୟସ୍ତ ରହଲେ।

ରଜତ ତାଙ୍କ ସାଂଗର ସାନ ଭାଇର ବାହାଘରକୁ ସାଂଗରେ ତାଙ୍କର ପୁଅ ନିଲୁ ଆଉ ଝିଅ ରୁପାକୁ ନେଇ ଆସିଥିଲେ,ଘରକୁ ସେଦିନ ଅଫିସରୁ ମମତା ଫେରି ନଥିଲେ,ଫୋନରେ ଯଣେଇ ସେ ଦିପିଲାଙ୍କୁ ଧରି ବାହାଘର ଆଉ ମାମୁଁ ଘର ବୁଲିବା ଆଶାରେ ଆସିଥିଲେ ,ରହୁ ରହୁ ଆଠ ଦିନ ହୋଇ ଗଲାଣି । ମମତାକୁ ଯେତେ ଫୋନ କଲେ ସେ ଉଠୋଉନି । ତା ସ୍କୁଲର ଅନ୍ୟ ସହକର୍ମୀଙ୍କୁ ଫୋନ ଦବାକୁ କହିଲେ ସେ ମଧ୍ୟ ସେମାନଙ୍କ ଫୋନରୁ ନା ରଜତ ନା ପିଲାମାନେ ନା ତା ବାପା ବୋଉ କାହା ସହ କଥା ହେଉଛି?

ବିଜନେସକୁ ମ୍ୟାନେଜର ଓ ଅନ୍ୟ ପିଲାଙ୍କ ଠାରୁ ସିନା ସେ ବୁଝି ଫୋନ ଆଉ ଅନଲାଇନରେ ଆରାମରେ ତୁଲେଇ ଦଉଛି କିନ୍ତୁ ମମତାକୁ ନୁହେଁ।

ପିଲାମାନେ ଶ୍ଵଶୁର ଆଉ ସେ ଏକା ସାଂଗେ ବସି ଖାଉଥିଲେ ।ଅଜା ପିଲାମାନଙ୍କୁ ମାଛ କଂଟା ବାହାର କରି ଖୋଇ ଦଉଥିଲେ ,ପାଖରେ ଶାଶୁ ବସି ଆଗପଛ କରି ବଳେଉ ବଳେଇ ପରସୁ ଥିଲେ।

ଆରେ, ମମତା କଣ ଫୋନ କରୁନି।

ଚାରିଦିନ ତଳେ କରିଥିଲା,କେବେ ଆସିବେ ପଚାରି ଫୋନ କାଟିଦେଲା,ସେହି ଦିନୁ ଯେତେ କଲେବି ସେ ଆଉ ଫୋନ ଉଠୋଉନି।

ତମେ କଣ ଜାଣିନା ସେ ପାଲା ବେଳୁ ସେମିତି । ଧନ୍ୟବାଦ ରଜତ ବାବୁଙ୍କୁ ସେ ତାପରି ପିଲାକୁ ଚଳେଇ ନଉଛନ୍ତି।

ନାଁ ମ ବାପା,ସେ ହୁଏତ ଟିକେ ସଟ ଟେମ୍ପୋର ପିଲା କିନ୍ତୁ ଅଳ୍ପ ସମୟରେ ପୁଣି ନରମାଲ ହେଇ ଯାଏ । କାଲି ଗଲେ ତାକୁ ମ୍ୟାନେଜ କରିନେବିନି!

ନିଜ ଗାଁ ଷ୍ଟପେଜରେ ରଜତ, ପୁଅ ଓ ଝିଅ ଓହ୍ଲେଇ ଯାଇ ଘରେ ପହଞ୍ଚିଗଲେ ସକାଳେ,ମମତା ଗାଧୋଇ ବାଡି ପଟେ ଲୁଗା ସୁଖୋଉ ଥିଲେ।

କଣ ମାମୁଁ ଘର ବୁଲା ସରିଗଲା,ବାହାଘର କଣ ଆଜିଯାଏ ହଉଥିଲା,ମୁହଁ ଛିଞ୍ଚାଡି ରଜତକୁ ଲଖ୍ୟକରି ମମତା କହି ରାଗ ତମତମ ହୋଇ ଘର ଭିତରକୁ ଚାଲିଗଲା,ଦାଣ୍ଡଘରେ ଚିୟାର ଉପରେ ବସି ରଜତ ପାଣି ଆଣିବାକୁ ଝିଅକୁ କହିଲେ। ପାଣି ତ ଆସିଲାନି । ପିଲାମାନଙ୍କ ଉପରେ ଗାଳି କୁତାଳିଆ ମେଘ ପରି ବର୍ଷିଗଲା ।ଏତେ ପରେ ବି ପିଲା କି ମା’କୁ ଛାଡନ୍ତି ।ନଅ ଦିନ ପରେ ମା’କୁ ପାଇଛନ୍ତି ,ସବୁ ବାରେ ମା ବାରେ। ଦମ ଦମ ହେଇ ଘରୁ ବାହାରିଗଲେ ମମତା,କାନ୍ଥକୁ ଅନେଇ ରଜତକୁ ପଛ କରି ବରାବର ହେଇ କହିଲେ । ଆଜି ପିଲାଙ୍କୁ ସ୍କୁଲ ଛାଡିବନି ,ଖାଇବା କରି ଦେଇଛି ,ହାତ ଗୋଡ ଧୋଇ ପିଲାଙ୍କୁ ଖୋଇଦେବ ନିଜେ ଖାଇନବ ମୁଁ ସ୍କୁଲରୁ ହାପ ଛୁଟି କରି ଚାଲି ଆସିବି ।ଝଡ ବେଗରେ ବାହାରି ଗଲା ମମତା ଗୋଲାପି ଶାଢୀ ପିନ୍ଧି ।ସତେ କି ଏକ ଗୋଲାପର ଆସ୍ତରଣ ଚାଲି ଯାଉଛି ରଜତର ଆଖି ସାମ୍ନାରୁ ।ପିଲାମାନେ ଆସି ବାପା ପାଖରେ ଅଳି କଲେ ଟିଭିରୁ କାର୍ଟୁନ୍ ଦେଖିବେ।

ଲଗେଇଲେ ଟିଭି ,ଏ କଣ କିଛି ଆସୁନି, କେବୁଲ୍ ଡିସକନେକ୍ଚ ହେଇଛି କି ତ ଚେକ୍ କଲେ ।ସବୁ ତାର ଛିଡି ଅଲଗା ଅଲଗା । ଚେଷ୍ଟାକଲେ ଜୋଡା ଜୋଡି କରି ଚଲେଇବାକୁ ....ନା ,ତାଙ୍କ ଦ୍ୱାରା ହବନି । ମେକାନିକ୍ ଡାକିବାକୁ ପଡିବ।

ଠିକ୍ ବୁଝିନେଲେ ରଜତ ......

ତାଙ୍କ ଘରେ ବି ହେରା ପଞ୍ଚମୀର ପ୍ରଭାବ ପଡିଛି ।କାଳିଆ ଭାଇ ଭଉଣୀ ସହିତ ମାଉସୀ ଘରେ,ଶ୍ରୀଦେବୀ କି ନେଇ ନାହାଁନ୍ତି, ଭାଂଗିଲା ନନ୍ଦିଘୋଷ,ଭାଂଗିଲାନିତ ନିଜେ ଲକ୍ଷ୍ମୀ ଯାଇ ଭାଂଗିଲେ କାଠ ଖଣ୍ଡିଏ,ରାଗ ଶାନ୍ତ କଲେ ହେରା ପଞ୍ଚମୀରେ।

ସେ ବି ମମତାକୁ ନନେଇ ଶ୍ୱଶୁର ଘର ଯାଇଥିଲେ,ସାଂଗର ଭାଇ ବାହାଘରେ ଯୋଗ ଦେଇଥିଲେ ପିଲାଙ୍କୁ ନେଇ, ତାଂକ ଘରେ ବି ହେରା ପଂଚମୀ ହୋଇଛି ,ଟିଭି କେବୁଲ ତାର ଛିଡି କୁଟୁକୁଟା ହେଇଛି,ତାଙ୍କ ଲକ୍ଷ୍ମୀଦ୍ଵାରା ମମତାଙ୍କ ଦ୍ୱାରା.......

ସ୍ଥିତପ୍ରଜ୍ଞ ସେ ରଜତ,ଜାଣନ୍ତି ତାଙ୍କ ଶ୍ରୀଦେବୀ କି,ନାକ ଉପରେ ରଗ କିନ୍ତୁ ସେ କଣ ସାକ୍ଷାତ ରାଜଲକ୍ଷ୍ମୀ ନୁହଁନ୍ତି କି??

ରୋଷେଇ ଘରେ ଦେଖିଲେ ତାଙ୍କ ଗାଧୋଇବା ପାଇଁ ଗରମ ପାଣି ହେଇଛି, ପିଲାଙ୍କ ପାଇଁ ମ୍ୟାଗି ,ତାଙ୍କ ପାଇଁ ରୁଟି ସନ୍ତୁଳା ଯେମିତି ସେମାନଙ୍କୁ ଅପେଖ୍ୟା କରି ରହିଛି ଏହିସବୁ ଖାଦ୍ୟ।

ଫୋନ ଆସିଲା ମମତାଙ୍କର ,ପିଲାମାନେ ଖାଇଲେଣି?

ହଁ କହିଲା ପରେ ପୁଅ ଫୋନ ଛଡେଉ କହିଲା ମାମା ତୁ କେତେବେଳେ ଆସିବୁ ,

ତୁ ବାପା ପାଖରେ ଥା ମୁଁ ସାଂଗେ ସାଂଗେ ଯାଉଛି,ଝିଅ କାନ୍ଦିଲା ।ପୁଅଠୁଁ ଫୋନ ନଉ ନଉ ମମତା କହିଲା ମୁଁ ଆଜି ପୁରା ଛୁଟି ନେଇ ଯାଉଛି ,କଣ କହୁଛ,ଯେମିତି ମଲ୍ଲୀ ଫୁଲିଆ ମୃଦୁ ମଳୟ ସଂଚରିଗଲା ଘର ସାରା । ଗେଟ୍ ଖୋଲି ପସୁ ପସୁ ମମତା ,ପିଲାମାନେ ଯାଇ କୁଣ୍ଢେଇ ପକେଇଲେ ତାକୁ ।ସେ ବି ଦୁଇ ହାତରେ ଦୁହିଙ୍କୁ ଟେକି କାଖ କରି ଘର ଭିତରକୁ ପସୁଥିଲା।

ଦାଣ୍ଡଘର ଚେୟାର ଉପରୁ ରଜତକୁ ସବୁ ସଫା ଦେଖା ଯାଉଥିଲା।


Rate this content
Log in