ଆଲୋ ଉଆଁ ଏଇ ବିଲରେ କାଟୁଥିଲୁ ସୂଆଁ
ଆଲୋ ଉଆଁ ଏଇ ବିଲରେ କାଟୁଥିଲୁ ସୂଆଁ
କଲିଂ ବେଲ ଶବଦ ଶୁଣି ଦୌଡି ଆସିଲେ ଭାଉଜ କବାଟ ଖୋଲିବାକୁ ବାହାରେ ଠିଆ ହୋଇ କାମ ବାଲି କନକ କହୁଛି ଆଜି ଆସିପାରିବିନି ଦୁଇ ତିନି ଧରି । ଗାଁ କୁ ଯାଉଛି ମୋ ପୁତୁରା ବମ୍ବେରୁ ଆସୁଛି । ନୂଆ କାର୍ କିଣିଛି ବୁଲେଇ ନେବ । ତାପରେ ସେ କହୁଥିଲା ମୋତେ ଖଣ୍ଡିଏ ଜାଗା ମୁଁ ଆଉ ଆଗକୁ ତୁମ ଘରକୁ ଆସିବିକି ନାହିଁ ।।
ଭାଉଜ ଡାକୁଛନ୍ତି ଏବେ ଟିକେ କାମ କରି ଯାଆ । ନାଇଁ ମାଆ ମୋର ମନ ଲାଗୁନି କାମରେ ..
ଚାଲି ଗଲା କନକ ବାହାରୁ ଦୁଇ ପଦ କହି ।ଫେରିଆସିଲେ ଭାଉଜ।
ଡାକ ଛାଡିଲେ ଜେଜୀ ମାଆ ।ଆଲୋ କଣ ହେଲାକି ନାତୁଣୀ ବୋହୂ କାହା ସହିତ ଗପ କରୁଥିଲୁ
କିଏ ଆଉ ହେବ ଏଇ କାମବାଲୀ କନକ ଦୁଇ ତିନି ଧରି ଗଲା ଯେ ମଣିଷ ମରିବ ଏତେ କାମ କରିବ କିଏ । ଆମର କାମବାଲୀ ନ ଆସିଲେ କିଣି ଖାଇଦେଉ ।ଏଠି ଜେଜୀ ତମେ ଯେଉଁ ତୁମ ପିଲାମାନଙ୍କୁ ବଢେଇଛ ଘର ଜିନିଷ ଖାଇବୁ ।
ଯୁଗ କ'ଣ ହେଲାଣି ବୋହୂ ମାନେ ରୋଷେଇ କରୁନାହାନ୍ତି । ଝିଅ ଭଳିଆ ଚଳୁଛନ୍ତି । ଜେଜୀ କହିଲା କିଏ ମନା କଲାକି, ଝିଅକୁ ମାଆ କାମ ଶିଖାଏ ।ଶାଶୁ ଘରେ କେମିତି ଚଳିବୁ । ତାଛଡା ଝିଅ କଣ ଦରକାର ପଡିଲେ ବାପ ମାଆକୁ ରୋଷେଇ କରି ଦିଏନି ।ସେ ମଧ୍ୟ ଦିଏ । ଦିନ ଅଧେ ବାସନ ମାଜିଲେ ଅସୁବିଧା କେଉଁଠି ରହିଲା । ତାର ମଧ୍ୟ ଭଲ ମନ୍ଦ ଅଛି ।
ଛାଡ଼ ଜେଜୀ ତମକୁ ପାରି ହେବନି ।ସବୁ ଦୋଷ ମୋର ରାଜି ହୋଇ ବାହାହୋଇଛି । ମୁଁ ଭୋଗିବିନି କେମିତି ? କେତେ ଥର କହିଛି ଘରେ ଗୋଟେ ଲୋକ ରଖିଦିଅ ଏ କାମବାଲିଠୁ ମୁକ୍ତି।।
ଜେଜୀ ର ଢଗ
ଆଲୋ ଉଆଁ ବିଲରେ କାଟୁଥିଲୁ ସୂଆଁ
ନାତୁଣୀ ବୋହୂ ଶୁଣି ଖପା କଥା ପଦକେ ଢଗ ।ମୁଁ କଣ ଟା କହିଲି କହିଲ ଶୁଣେ ଏ ଢଗ ବାଢିଲ ।
ଜେଜୀ ଆରମ୍ଭ କଲା କାହାଣୀ ମୋ ଶାଶୁଘର ଜମିଦାର ଘର ଥିଲା।ବହୁତ ଚାକର ବାକର ଥିଲେ ।ହେଲେ ସମୟ ସୁଅରେ ସବୁ ଭାସିଗଲା । ମୋ ଶଶୁର ବଡ଼ ଧାର୍ମିକ । ଜଣେ ଅନାଥ ଛୁଆକୁ ଆଣି ପାଖରେ ରଖିଥିଲେ ।
ସମସ୍ତେ ଛାଡି ଗଲେ ।ଜଣେ ଲୋକଟି ମୋତେ କେବେ ଛାଡି ଗଲା ନି ସବୁବେଳେ ମୋ ସହିତ ରହିଲା । ମୋ ପିଲାଙ୍କୁ ଖୁଆଇ କାଖେଇ ମଣିଷ କଲା । ଆଉ ମୋ ଶଶୁର ତାକୁ ଅନ୍ୟ ଏକ ଗାଁରେ ଜାଗାଖଣ୍ଡିଏ କିଣି ଘର କରିଦେଲେ ।ସେ ବହୁତ ଭଲରେ ରହିଲା ହେଲେ ମାଟିରେ ମିଶିବା ଯାଏ ।ଆମ ଘରକୁ ଦୌଡେ ।ମୋ ଶାଶୁ ଶଶୁର ଙ୍କ ପାଖକୁ।।
ତାକୁ ଯେତେବେଳେ ଚଉକିରେ ବସିବାକୁ କହିବୁ ।ତଳେ ବସିବ ମୋ ଶଶୁର କହିବେ ତୋ ପୁଅ ଅଫିସର ହେଲାଣି ତୁ କଣ ଛୋଟିଆ ଅଛୁ। ସେ କହେ ଏହି ଢଗ
ଆଲୋ ଉଆଁ ଏହି ବିଲରେ କାଟୁଥିଲୁ ସୂଆଁ ।
ଏ ଢଗର ମାନେ ହେଲା ।ମୁଁ ଏହି ଘରେ ଏହି ଘରର ଦାନା ଖାଇ ବଢିଛି ।
ଆଉ ସେ ଜଣକ ତୋ ଜେଜେ । ବୋହୂର ପାଟି ଚୁପ । ଆଜି ଯାଏ ମୋ ନାତି ଭଲ ପାଇ ବାହାହେଇଛି ବୋଲି କହୁ ନଥିଲି ଆଜି କହିବାକୁ ବାଧ୍ୟ ହେଲି ।
ନାତୁଣୀ ବୋହୂ ଜେଜୀ କି କୁଣ୍ଢେଇ କାନ୍ଦି ପକାଇଲା ନିଜ ଛୁଆ ଭଳି।
ସତରେ ଆଜିକା ପିଲା ବେଳେ ବେଳେ ଭୂଲି ଯାଇଥିବା କଥାକୁ ମନେ ପକାଇ ଦିଅନ୍ତି ।।
