STORYMIRROR

SUKANTA KHANDA

Others

3  

SUKANTA KHANDA

Others

ଆଜିର ନାରୀ

ଆଜିର ନାରୀ

3 mins
123


କୁନୁ ଅଜାଙ୍କ ପାଖରେ ବସିଥିଲା। ଅଜା ନିଜର ଦୀର୍ଘ ଅତୀତ କଥାକୁ ରୋମନ୍ଥନ କରୁଥିଲେ। ଆଖିରେ ଆନନ୍ଦର ଲୁହ ବହି ଯାଉଥିଲା କି ତା ଜୀବନରେ ତାର ପତ୍ନୀ ହିଁ ଅସଲ ସାଙ୍ଗ ହୋଇ ଜୀବନ ତମାମ ପାଖରେ ଠିଆ ହୋଇଥିଲା। ରୋଷେଇ କରିବା ଠାରୁ ଯାବତୀୟ କାମ ନିଜ ହାତରେ ହିଁ କରୁଥିଲା। ସକାଳୁ ସର୍ବ ପ୍ରଥମ ଉଠି ରାତ୍ରିରେ ଶେଷରେ ବିଛଣାକୁ ଯାଉଥିଲା। ଘରର ସଭିଙ୍କୁ ଆଗ ଭୁରି ଭୋଜନ ଖୁଆଇ ସାରିବା ପରେ ଶେଷରେ ଯାହା ବଳୁଥିଲା ତାକୁ ହିଁ ଭୋଜନ କରୁଥିଲା। ଏପରିକି ଯେଉଁଦିନ ନୂଆ କି ଭଲ ଖାଇବା ରୋଷେଇ ହେଉଥିଲା ତ ଘର ପରିବାକୁ ବଳେଇ ବଳେଇ ଖୁଆଇ ନିଜେ ଲୁଣ ସହ ଭୋଜନ କରିବାକୁ ପସନ୍ଦ କରୁଥିଲା। ତାକୁ ପ୍ରଶ୍ନ ପଚାଲିଲେ ଗୋଟିଏ କଥା କହେ କି ମୋର ପରିବାର ପାଇଁ ହିଁ ଏଠାକୁ ଆସିଛି ଓ ସଭିଙ୍କୁ ସୁଖରେ ରଖିବା ମୋର କର୍ମ ଆଉ ଧର୍ମ।

     ଏ କଥା ଯେବେ ଚଳଚ୍ଚିତ୍ର ପରି ମନ ଗହନରେ ଭାସି ଆସୁଥିଲା ତ ଅଜାଙ୍କର ଲୁହ ଦରଦର ବହି ଯାଉଥିଲା ଆଜି ଆଉ ପତ୍ନୀଟି ପାଖରେ ନାହିଁ ଦୀର୍ଘ ପାଞ୍ଚବର୍ଷ ହେଲାଣି ଆରପୁରରେ। ତାର ସବୁ ଆବଶ୍ଯକତା ମୁଁ କେବେ ପୂରଣ କରିପାରି ନାହିଁ ଅଥଚ କହିଲେ କହନ୍ତି କି ମୋର ଆଭିଯୋଗ କେବେ ଶୁଣିଛନ୍ତି କି? ଏଥର ନାତି ଟୋକା କୁନୁ କହି ଉଠିଲା,"ଅଜା ! ହେଲେ ଆଜିର ନାରୀ କାହିଁକି ପୂରା ବିପରୀତ ଜୀବନରେ କେବେ କାହାର ଭଲ ହିଁ ଚିନ୍ତା କରୁ ନାହାନ୍ତି। ମୋର ପତ୍ନୀ ତ ଗୋଟିଏ ବାଘୁଣୀ,ଡାହାଣୀ ଓ ସର୍ପିଣୀ ପରି ଯଦି କେବେ କିଛି ସାମାନ୍ଯ ବ୍ଯତିକ୍ରମ ହେଲା ତ ଜାଣ ଗର୍ଜନ କରିବ ଫଣା ଟେକିବ। ଘର ପରିବାରଙ୍କୁ ବିଷାକ୍ତ ନ କରି ରହିବ ନାହିଁ। ସବୁଦିନ ଆଗ ଶୋଇବ ଓ ଡେରିରେ ଉଠିବ। ରୋଷେଇ କଣ ଜାଣୁ ନାହିଁ। ହୋଟେଲରୁ ମଗାଇ ଖୁଆଇବାକୁ ଆହ୍ବାନ କରୁଛି। ଘରର କାହାରି ସୁଖ ଓ ଶାନ୍ତି ଦେଖିବାକୁ ହିଁ ଚାହୁନି।"

     ଟିକିଏ ରହି ପୁଣି କହିଲା,"ଅଜା ! ଦିନରାତି ତାର ସେବା ଦରକାର। ଟି.ଭି ଓ ଫୋନରେ ଜୋକ ପରି ଲାଖି ଯାଇଥିବ। ସଞ୍ଜ ହେଲେ ବଜାର ବୁଲିବାକୁ ନିଶା। କେଉଁଦିନ କ୍ଲବ ତ ଆଉ କେଉଁଦିନ ହୋଟେଲ ଯିବାକୁ ଆଗଭର। ତୁମେ କୁହ ତ ଏ ସବୁ ହେବାର ମୂଳ କାରଣ କଣ?" ଅଜା ଟିକିଏ ହସିଦେଲେ ଆଉ କହିଲେ,"କୁନୁ ! ଏବେ ନେଡି଼ଗୋଡ଼ କହୁଣିକୁ ବହିଗଲା ପରେ ମୋତେ ପ୍ରଶ୍ନ କରୁଛୁ କାହିଁକି? ଯେଉଁଦିନ ତୋର ଚତୁର୍ଥୀ ପରଦିନ ତୁହିଁ ଆହ୍ବାନ କରିଥିଲୁ କି ଆମେ ବଜାର ଟିକିଏ ବୁଲିଆସୁ। ରୋଷେଇ କରିବାର ଥିଲା ହେଲେ ତୁ ହୋଟେଲରୁ ମଗାଇଲୁ ଓ ଜଣେ ରୋଷେଇଆ ଆଣି ରୋଷେଇ କରିବାକୁ ଆହ୍ବାନ କରିଥିଲୁ। ଗାଧୋଇବା ପରେ ଲୁଗାକୁ ଧୋଇବା ପାଇଁ ଜଣେ ଚାକରାଣୀ ନିଯୁକ୍ତି କରିଥିଲୁ। ମୁହଁରେ ବଡ଼ ଫୁଟାଣି କି ଆମେ ଦୁହେଁ ଚାକିରି କରିଛୁ। ଚୁଲିକୁ ଯାଉ ତୁମର ସେ ଚାକିରି ଯଦି ଘର ପରିବାର ବୋହୂଠାରୁ କୌଣସି ସେବା ନ ପାଇଲେ ଏପରି ବୋହୂଟିଏ ଥାଇ ଯାହା ନ ଥିଲେ ଆହୁରି ଭଲ ହୋଇଥାନ୍ତା। ଦେଖୁନ ! ତୋର ପତ୍ନୀ କାହା ସହ ମିଶୁଛି କି? ଯେମିତି ଆମେ ଏ ଘରେ ସଭିଏଁ ଛେଳି କି କୁକୁର ଅଟୁ,ନୁହେଁ?

      ଏଥର କୁନୁ ପତ୍ନୀର ଜୀବନ ଚର୍ଯ୍ଯାକୁ ବଦଳେଇବାକୁ ଅଣ୍ଟା ଭିଡି଼ଲା। ଘରର ଯାବତୀୟ କାମ କରି ଘରର ସଭିଙ୍କୁ ହସ ଖୁସିରେ ରଖିବାକୁ ଆହ୍ବାନ କଲା ହେଲେ ପତ୍ନୀଟି କୁନୁକୁ ଶକ୍ତ ଚାପୁଡାଟିଏ ଥୋଇ ଚାଲିଗଲା ଆଉ ଗଲାବେଳେ କହିଗଲା ଦେଖି ନେଉଛି। ଆଜି କୁନୁ ଜେଲରେ କୁନୁକୁ ଯୌତୁକ ନିର୍ଯ୍ଯାତନା ଓ ପର ପୁରୁଷ ସମ୍ବନ୍ଧ ରଖିବାକୁ ବାଧ୍ଯ କରା ଯାଉଥିଲା। ଏହି ଦୁଇଟି କାରଣ ପାଇଁ କୁନୁ ଜେଲର ଚାରିକାନ୍ଥ ଭିତରେ ମଶା,ମାଛି,ଓଡ଼ଶ ଓ ଚେମିଣିଙ୍କ ସହ ସାଙ୍ଗ ହେବାକୁ ବାଧ୍ଯ ହୋଇଛି। କୁନୁର ଆଖିରେ ଅନନ୍ତ ଲୁହ କି ଧନ୍ଯ ହେ ଆଜିର ନାରୀ ମିଛ ବାହାନା କରି ଫସେଇ ଦେବାର ଫଳ ଅବଶ୍ଯ ଦିନେ ଭୋଗିବାକୁ ଅପେକ୍ଷା କରିବାକୁ ପଡି଼ବ।

     ଆଜି କୁନୁ ଆଜୀବନ ଜେଲର ରହି ନିଜର ବଳ ଓ ବୟସ ହଜେଇ ଦେଲା ସେପଟେ ପତ୍ନଟି ତାର ପରପୁରୁଷ ସହ ରୋମାନ୍ସ କରି ବଳ ଓ ବୟସକୁ ମଧ୍ଯ ହରେଇ ଦେଲା। ଆଜି ବୟସ ସରି ଯିବା ପରେ ସଭିଏଁ ଯେଉଁମାନେ କୋଳେ ଆଦର କରୁଥିଲେ ଘୃଣା ଓ ଧକ୍କା ସହ ଅଳିଆ ଗଦାକୁ ଫିଙ୍ଗିଦେଲେ ତ ଅନୁତାପରେ ଦିନେ ଜେଲକୁ ଯାଇ ସ୍ବାମୀ କୁନୁଙ୍କ ସମ୍ମୁଖରେ କ୍ଷମା ଭିକ୍ଷା କଲା ହେଲେ କୁନୁର ବୟସର ଆଧିକ୍ଯ ହେତୁ ଚିହ୍ନିବା କାଠିକର ପାଠ ହୋଇଛି। ପତ୍ନୀ ଭଗ୍ନ ମନୋରଥ ନେଇ ଘରକୁ ଫେରି ଆତ୍ମହତ୍ଯାକୁ ଆପଣେଇଛି।

     ସତରେ ! ଆଜିର ନାରୀ କାହାର ନୁହେଁ ଏପରିକି ନିଜେ ନିଜର ବି ନୁହେଁ ଏହି ଯେମିତି କୁନୁ ପତ୍ନୀର ଚରିତ୍ର ଓ ଗୁଣରୁ ବୁଝାପଡୁଛି,ନୁହେଁ ।

   


Rate this content
Log in