Soumya Shubhadarshinee

Children Stories

3  

Soumya Shubhadarshinee

Children Stories

ଆଜି ମୋ ଦିନ

ଆଜି ମୋ ଦିନ

5 mins
534


  ଚୁଲୁବୁଲିଆ , ଚିକମିକିଆ , ଚଗଲା ଛୁଆ ଗୁଡ଼େ ଜୀବନର ଗୋଟେ ସୁଖଦ ମୁହୂର୍ତ୍ତର ସାକ୍ଷୀ । ସେମାନେ ଥିଲେ ସହିବାକୁ ହୁଏ ବେଜାଏ ଯନ୍ତ୍ରଣା ଆଉ ନଥିଲେ ?


 ଟେଡି ବିଅରଟେ ଝୁଲୁଛି ବିରାଟ କ୍ରିସମାସ ଟ୍ରି ଦେହରେ । ଏକଦମ ସୁନେଲି ରଙ୍ଗର ଟେଡି । କେଡେ ସୁନ୍ଦର , ଓଃ ! ଝର ଝର ହେଇ ଝରି ପଡୁଛି ଅଗଣିତ ଚୁମିକ ସେଇ କ୍ରିସମାସ ଟ୍ରି ଦେହରୁ ଟେଡି ଉପରେ । ଝଲସୁଛି ଟେଡି ଖୁବ୍ , ଇସ୍ ! ପ୍ରିୟାଲି ଟେଡି ଟା ଆଣିବାକୁ ଚେଷ୍ଟା କରୁଛି , ଡେଉଁଛି , କୁଦୁଛି , ଧଇଁ ସଇଁ ହେଉଛି । କିନ୍ତୁ ପାରୁନି ନା' ନା' ଜମା ପାରୁନି ।


  ଲୋହିତ ରଙ୍ଗର ନିରୀହ ପ୍ରଦୋଷ , ହଲ୍କା ଶୀଳତ ଛୁଆଁ ରେ ଗେଲ୍ହା ଗେଲ୍ହା । ଉଷୁମ ଚାଦର ତଳେ ପ୍ରିୟାଲି ହଜିଛି ପାହାନ୍ତି ନିଦର ସ୍ୱପ୍ନରେ । ହଜାରେ ଥର ଏଇ ସ୍ୱପ୍ନ ସବୁ ସକାଳେ । ।ନୀନା ଆଣ୍ଟି କୁହନ୍ତି , '' ସ୍ୱପ୍ନ ସବୁ ଅନଫୁଲଫିଲ୍ଡ ଡିଜାଆର୍ ''


 ବୋଧେ ଠିକ କୁହନ୍ତି । ଟେଡି ଗୋଟେ ତା'ର ଦରକାର । ଯେବେଠୁ ତା' ବେଷ୍ଟ ଫ୍ରେଣ୍ଡ ତାନିଆ ପାଖରେ ଦେଖିଛି ସେଇ ପିଙ୍କ୍ ଟେଡି ସେବେଠୁ ମନରେ ଇଚ୍ଛା ଟେ ।

ମମି କୁ କହିଥିଲା ସେ , '' ମୋତେ ଗୋଟେ ବିଗ ଟେଡି ଦିଅ ପ୍ଲିଜ ମମି । ଠିକ ତାନିଆ ପରି । '' ମମି ଚିଡିଲା , ସେ ବିଲକୁଲ ପସନ୍ଦ କରେନି ଏଇ ସଫ୍ଟ ଟୟ । କୁହେ ସେଗୁଡା ବେକାର ଖେଳଣା । ଅପରିଷ୍କାର 

 ହେଇଯାନ୍ତି । ବହୁତ ଜର୍ମ ଥାଏ ସେଇ ରୁମୁରୁମିଆ ଦେହରେ ।''


 କିନ୍ତୁ ମମି ବୁଝେନି ହାଇଜିନ୍ ଠୁ ବେଶି ମୂଲ୍ୟବାନ କୁନି ପିଲାଙ୍କ ଇଚ୍ଛା ! କୁନି ଛୁଆ ଟେ ତ ସ୍ୱାଧୀନ ନଥାଏ ନା । ପାପା ,ମମି , ଜେଜେ , ଜିଜୀ ମା' ଏଇ ସମସ୍ତ ଙ୍କ ଉପରେ ନିର୍ଭର କରିବାକୁ ହୁଏ । ପାପା ଶୁଣନ୍ତି ତା' କଥା ସବୁଠୁ ବେଶି । କିନ୍ତୁ ମମି ଅବଜେକ୍ସନ କଲେ ପାପା ବେଳେବେଳେ ବଦଳି ଯାଆନ୍ତି । ଜେଜେ ଆଉ ଜିଜୀ ମା ' ବେଷ୍ଟ କିନ୍ତୁ ରୁହନ୍ତି ଗାଁରେ । ସେଠିକୁ ଯିବାର ଚାନ୍ସ ବହୁତ କମ । କେବଳ ସମର ଭ୍ୟାକେସନ୍ ରେ ହିଁ ମିଳେ ସେଇ ଚାନ୍ସ ।


  ଟେଡିଟେ ମମି କିଣୁନି ଲାଷ୍ଟ ଥ୍ରୀ ମନ୍ଥ ହେଇଗଲା । ପ୍ରିୟାଲି ପାପାଙ୍କୁ ବି କହିଥିଲା କିନ୍ତୁ ପାପା ବି କୋଣିଲେ ନି । ତା' ମନ ବହୁତ ଦୁଃଖ । ସେ ବିଲକୁଲ ମମି ସହ କଥା ହେବନି ଆଉ । ତା' ହାପି ବାର୍ଥ ଡେ ରେ ବି କିଣି ଦେଲାନି ତାକୁ ।  ଟେଡି ଟା ସେଥିପାଇଁ ଡ୍ରିମ ରେ ଆସୁଛି ଆଉ ତାକୁ ବହୁତ ବଢିଆ ଲାଗୁଛି । ସେ ଡେଲି ଖୁସି ଖୁସି ନିଦ ରୁ ଉଠୁଛି । କେଜାଣି ଲାଗୁଛି ଆଜି ମିଳିଯିବ ଟେଡି । ମିରାକିଲଟେ ହେବ କି କ'ଣ ? ସାନ୍ତା ଆସିକି ଦେଇଦେବ କି କ'ଣ ? ଏମିତି କିଏ ଗିଫ୍ଟ ଟେ ଦେବ ବୋଧେ !

 ହଜରେ ଏକ ଭାବନା ଆସିକି ଉଙ୍କି ମାରୁଛି ମନରେ । ସାରା ଦିନ ଘୁରିବୁଲୁଚି ମୁଣ୍ଡ ଭିତରେ ଆଉ ମରିଯାଉଛି ରାତି ଆସିବା ସହ । କେହି କିନ୍ତୁ ବୁଝୁନାହାନ୍ତି ଏଇ ଇଚ୍ଛାଟିକୁ । 


 ଚିଲଡ଼ରେନ୍ସ ଡେ ପାଇଁ ଭାରି ପ୍ରସ୍ତୁତି କରିଛି ପ୍ରିୟାଲି । ରୋଡ୍ ସେଫ୍ଟି ଉପରେ ଗୋଟେ ବଢିଆ ମନୋ ଆକ୍ସନ ରେଡି କରିଛି । ଗୋଟେ ଡିଭୋସନଲ୍ ସଙ୍ଗ ବି ପ୍ରାକ୍ଟିସ କରିଛି ଆଉ ଫ୍ୟାନ୍ସି ଡ୍ରେସ୍ ରେ ବି ପାର୍ଟ କରୁଛି । ମନ ତା'ର ବେଶ ଖୁସି । ଆଜି ଗୋଟେ ବଢିଆ ଡେ । ସ୍କୁଲ ରେ ପୂରା ମସ୍ତି । ମୀନା ବଜାର ଲାଗିଛି ଆଜି ମସ୍ତ ବୁଲାବୁଲି କରିବେ ପିଲାଏ ସାଙ୍ଗମାନଙ୍କ ସହ । 


 ପ୍ରିୟାଲି ବଢିଆ ପରଫର୍ମ କଲା। ତା' ମନୋ ଆକ୍ସନ ଫାଷ୍ଟ ପ୍ରାଇଜ ପାଇଲା । ଇସ୍ !  ଏକଦମ ଖୁସି ଲାଗିଲା ଆଜି ତାକୁ । ମମି ଆଉ ପାପା କେତେ ଖୁସି ହେବେ ଆଜି । ମମି ଆଜି ସେ ଟେଡି ଟା ଗିଫ୍ଟ ଦେବାକୁ ରାଜି ହେଇଯିବ । ଫାଷ୍ଟ ପିଲା ତ ଯାହା ମାଗିବ ଦେବାକୁ ପଡିବ ନା । ୟେସ୍ ଦେବାକୁ ପଡିବ ପକ୍କା । ଏମିତି ଖୁସି ବାସିଆ ଭାବନା ଭିତରେ ପ୍ରାଇଜ ମିଳିବା ସମୟ ହେଇଗଲା । ଡକା ହେଲା ପ୍ରିୟାଲି ର ନାଁ । ସବୁ ଫ୍ରେଣ୍ଡ କ୍ଲାପ୍ କରି କମ୍ପେଇ ଦେଲେ । ପ୍ରିୟାଲି ଷ୍ଟେଜ କୁ ଯାଇ ଆଣିଲା ପ୍ରାଇଜ । 


 ଓଃ ! ଗିଫ୍ଟ ମିଳିଛି ଗୋଟେ ଗୋଳଡେନ୍ ଟେଡି । ରିଆଲି ଏଇଟା ମିରାକିଲ । ତା' ଡ୍ରିମ ସତ ହେଇଯାଇଛି । ସେ ଏତେ ଖୁସି ହେଇଗଲା ଯେ ଲୁହ ଆସିଗଲା ଆଖିରେ ।

ତାନିଆ , ଏରା , ଜୋଲି ସବୁ ଫ୍ରେଣ୍ଡ ଖୁସିରେ ଗେଲ କରିପକେଇଲେ ଟେଡିକୁ । ତାକୁ ଆଜି ପ୍ରିନ୍ସେସ ପରି ଲାଗୁଥିଲା । 


 ଖୁବ୍ ଖୁସିରେ ଘରକୁ ଫେରୁଥିଲା ପ୍ରିୟାଲି , ଆଜି ମମି କୁ ସେ ଚକମା ଦେଇଦେବ । ମମି ଆଉ ରୋକି ପାରିବ ନାହିଁ । ବିଲକୁଲ ନୁହେଁ , ସେ ଖେଳିବ ଟେଡି ସହ ଆଉ ବହୁତ ମଜା କରିବ ପକ୍କା । 


 ଘର ପାଖରେ ଥିବା ବସ୍ତି ର ସେ ଝିଅ, ଚୁନି ଦେଖା ହେଇଗଲା ରାସ୍ତାରେ । ତା' ମା' ମିଲି କାମ କରେ ତାଙ୍କ ଘରେ । ଭାରି ଗୁଲୁଗୁଲିଆ ଝିଅଟା । ପ୍ରିୟାଲିକୁ ଭାରି ପସନ୍ଦ । ସେ ତାକୁ ଦେଖିଲେ ଖୁସି ହୁଏ । ଖେଳେ ତା' ସହ ମମି ନଥିଲା ବେଳେ । ମମି ଚିଡ଼େ , ଚୁନି ଉପରେ । କୁହେ ସେ କୁଆଡେ ଭାରି ଅସନା । କିନ୍ତୁ ପ୍ରିୟାଲି କୁ ଭଲ ଲାଗେ । ଖେଳିବାକୁ ଚୁନୁ ଠାରୁ ଆଉ ବେଶି ଭଲ କେହି ନୁହଁନ୍ତି । କାରଣ ସେ ପ୍ରିୟାଲିର ସବୁ କଥା ଶୁଣେ । ଚୋର ପୋଲିସ ଖେଳରେ ସବୁବେଳେ ଚୋର ହୁଏ । ପାଣି ପାହାଡ଼ ଖେଳରେ ସବୁବେଳେ କୁମ୍ଭୀର ହୁଏ । 

ଷ୍ଟୋନ୍ ପେପର୍ ସିଜର୍ ଖେଳରେ ସବୁବେଳେ ହାରି ଯାଏ । ସେ ଯେମିତି ଚାହେଁ ସେମିତି ହୁଏ ସବୁ ଖେଳରେ । ତେଣୁ ସେ ବେଷ୍ଟ ଖେଳ ମେଟ୍ ।

 ପ୍ରିୟାଲି କୁ ଦେଖି ଚୁନୁ ଧାଇଁ ଆସିଲା  । ମସିଆ ଦାନ୍ତ ଦେଖେଇ ହସିଲା ଆଉ କହିଲା , '' ୱାଉ ଦିଦି , କି ଝକାସ ହେଇଚି ତୁମ କଣ୍ଢେଇ ! ମୋତେ ଟିକେ ଦେଉନ ଦେଖିବି ।'' 

 ପ୍ରିୟାଲି ଅନେଇଲା ଚୁନୁ ହାତକୁ , ସତରେ ମସିଆ ହେଇଛି । ଟେଡି ର ନରମ , ସୁନେଲି ଦେହ ରେ ଜର୍ମ ଲାଗିଯିବ । ନା' ଦେବନି ସେ ଜମା । ଆଗ ଯାଉ ଚୁନୁ 

ଡେଟଲ ହ୍ୟାଣ୍ଡ ୱାସ୍ ରେ ହାତ ଧୋଇକି ଆସୁ । ସେ ଏମିତି ଭାବିଲା ସିନା କିନ୍ତୁ କହିଲା , '' ଆ ଘରକୁ ସେଇଠି ଖେଳିବା "

 ଚୁନୁ ନିରୀହ ଆଖିରେ ଚିକମିକ ହସ ଖେଳେଇ ସାଥିରେ ଆସିଲା । ଧରି ନେଲା ହାତରେ ପ୍ରିୟାଲି ର ଓଜନିଆ ବ୍ୟାଗ ଖୁସି ଖୁସି । ଟିକିଏ ବି ଭାବିଲା ନାହିଁ ଦିଦି ତାକୁ ଟେଡି ଦେବନି ଖାଲି ଏମିତି ଡାକି ନେଉଛି।


  ନିରୀହ ଶୁଶୁ କେଡେ ଅବୋଧ ସତେ , ବୁଝି ପାରେନି କେବେ ଅନ୍ୟର ମନୋଦଶା ।


 ଘରେ ପହଂଚି ଚୁନୁ କୁ ପ୍ରିୟାଲି ହ୍ୟାଣ୍ଡ ୱାସ୍ ଧରେଇ ଦେଲା । ଦୁହେଁ ଭଲକି ହାତ ଗୋଡ଼ ଧୋଇ ବସିଗଲେ ଟେଡି ସହ । ପ୍ରିୟାଲି ଦେଖେଇଲା ଟେଡି ର ଗୋଲ ମଟୋଲ , ନରମ, ରୁମୁରୁମିଆ ,ଉଷୁମ ଦେହ । ବଢିଆ ଲାଗୁଥିଲା ସତରେ । ଚୁନୁ ଧରିକି ଗେଲ କଲା ଭାରି ସରାଗରେ । ତା ' କୁନି କୁନି ଆଖିରେ ମେଞ୍ଚେ ଖୁସି ଉକୁଟି ଆସିଲା । ଭାରି ବଢିଆ ଲାଗୁଥିଲା ଚୁନୁ । 

 କିନ୍ତୁ ଚୁନୁ କୁ ଯେବେ ସେ ଟେଡି ଟା ମାଗିଲା ତା' ଆଖିରୁ ସେଇ ଖୁସି ତକ ଲିଭିଗଲା । କେମିତି ଗୋଟେ ବିକଳ ଲାଗିଲା । ଯେମିତି ମନେ ମନେ କହୁଛି , '' ଦିଦି ମୋତେ ଦିଅ ତୁମ ଟେଡି ପ୍ଲିଜ ।''


 ପ୍ରିୟାଲି ବହୁତ ଭାବିଲା ନା ନା ଦେବନି ସେ ଟେଡି ଟା । ମମି ଆଉ କେବେ କିଣିବ ନାହିଁ । ଖେଳି ହେବନି ଟେଡି ସହ ସେଇଟା ଅସନା କରିଦେବ ଚୁନୁ । ନା' ନା' ସେ ତ ମାଗୁନି ଟେଡି ଟାକୁ । ମୋତେ ଯାହା ଖାଲି ଲାଗୁଛି । 

 କିନ୍ତୁ ଚୁନୁ ଫେରିଲା ବେଳକୁ ସେଇ ବିକଳ ଆଖିରେ ଅନେଇ ଥିଲା ଟେଡି ଆଡେ । 

 ପ୍ରିୟାଲି ତାକୁ ଅଟକେଇ ଦେଇ କହିଲା , 

" ଜାଣୁ ଆଜି ମୋ ଦିନ , ଚିଲଡ଼ରେନ୍ସ ଡେ । ନେ ତୁ ମୋ ଠୁ ଗୋଟେ ଗିଫ୍ଟ । ''

 ଚୁନୁ ଆଖିରେ ପୁଣି ଉକୁଟି ଆସିଲା ସେଇ ଖୁସି ସେଇ ହସ । ପ୍ରିୟାଲି ହଠାତ ଦେଖିଲା ଚୁନୁ ଭିତରେ ନିଜକୁ । ଯେମିତି ସେଇ ହସ ସେଇ ଖୁସି ତା' ଏକାନ୍ତ ନିଜର । ଭାରି ଆପଣାର । ଏଇ ହସ ଟିକକ ପାଇଁ ସେ କେବେଠୁ ଅପେକ୍ଷା କରିଥିଲା ।


    

  


Rate this content
Log in