ଆଦର୍ଶ ଜୀବନ
ଆଦର୍ଶ ଜୀବନ
କାମେଶ୍ୱର ପାଠ ପଢୁଥିବା ବେଳେ ଶପଥ ନେଇଥିଲା କି ଜୀବନରେ ଜଣେ ଆଦର୍ଶ ଛାତ୍ର ଜୀବନ ଯାପନ କରି ବଞ୍ଚି ରହିବ। ସେ ତାର କର୍ମ ସମ୍ପାଦନରେ ଲାଗି ପଡି଼ଲା। ଶୟନେ ସପନେ ସତ୍ୟ,ଶାନ୍ତି ଓ ପବିତ୍ରତା ପାଇଁ ଅଣ୍ଟା ଭିଡି଼ଲା। ତାର ଯେତେ ଆଗକୁ ଆଗକୁ ବଢି଼ବାର ସମୟ ଆସି ଯାଉଥାଏ। ମିଥ୍ୟା ତା ପଛରେ ଟିଙ୍କ ପରି ଲାଗି ରହିଥାଏ। ଯେଉଁଟି ଅତି ସହଜରେ ହାସଲ କରିବ ତାକୁ କିନ୍ତୁ ଏମିତି ଦ୍ୱନ୍ଦ୍ୱ ଆସି ହାଜର ହେଇ ଯାଉଥାଏ ଯେ ମିଥ୍ୟାର ପଥରେ ପଡି଼ବାକୁ ବାଧ୍ୟ ହୁଏ। ସେ କିନ୍ତୁ ଶପଥ ନେଇଛି କି ଆଦର୍ଶ ଛାତ୍ର ଜୀବନ ଯାପନ ହିଁ କରିବ ତେବେ ମିଥ୍ୟାକୁ ଆଶ୍ରୟ ଦେବ କିପରି?
ସେ ଦିନ ଭଲ ପାଠ ପଢି଼ ଜିଲ୍ଲାର ବଡ଼ କଲେଜରେ ଅଧ୍ୟୟନ କଲା। ତାର ନୂତନ ଶୈଳୀ ଓ ପଢି଼ବା ଢାଞ୍ଚା ସଭିଙ୍କୁ ଆକୃଷ୍ଟ କଲା। ପ୍ରତିଦିନ ନିଜର ସହପାଠୀ ସହ ବିଭିନ୍ନ ସମୟରେ କଥୋପକଥନକୁ ଅଗ୍ରାଧିକାର ଦେଲା। ସହପାଠୀଟି ଥିଲା କଲେଜର ଅଧ୍ୟକ୍ଷଙ୍କ ଝିଅ। ଦେଖିବାକୁ ଯେମିତି ଗୁଣରେ ମଧ୍ୟ ସେମିତି। ପ୍ରତିଦିନ ନିଜର ପାଠ୍ୟ ପୁସ୍ତକ ଉପରେ ଆଲୋକପାତ କରନ୍ତି ଓ ନିଜ ନିଜର ପଥରେ ଚାଲିଯାନ୍ତି। କାମେଶ୍ୱର ଯଦିଓ ଗରିବ ନୁହଁ ହେଲେ ଅଧ୍ୟକ୍ଷଙ୍କ ଝିଅ ତୁଳନାରେ ନିଶ୍ଚୟ ନୀରସ। ସେ ସର୍ବଦା କହେ କି ଗରିବ କାରଣରୁ ବହି କିଣିବାକୁ ଅସମର୍ଥ ପାରନ୍ତି ତ ତୁମେ ତୁମର ବହିକୁ ଅଳ୍ପ ସମୟ ହେଉ ପଛକେ ଅବଶ୍ୟ ଦେଲେ କୃତାର୍ଥ ମଣିବି। ଏମିତି କଥାକୁ ଅଧ୍ୟକ୍ଷଙ୍କ ଝିଅ ସାଦରେ ଗ୍ରହଣ କରିନେଲା। ବହି ସହିତ ନିଜର ନୋଟ ମଧ୍ୟ ଦେଇ ସାହାଯ୍ୟର ହାତ ବଢେ଼ଇଲା। କାମେଶ୍ୱର ଆଜି ବହୁତ ଆନନ୍ଦିତ କି ଅଧ୍ୟକ୍ଷଙ୍କ ଝିଅ ସୁମିତ୍ରା ପାଇଁ ଆଜି ପରୀକ୍ଷାରେ ଅବଶ୍ୟ ଭଲ କରିବ।
ସେଦିନ ସୁମିତ୍ରା ନିଜ ଘରକୁ ଡାକି ନେଇ ବାପାଙ୍କ ସମ୍ମୁଖରେ ସବୁକଥା ବଖାଣିଲା। ଗୋଟିଏ ବୋଲି ଝିଅର ମନକଥା କେମିତି ଟାଳି ପାରିବେ ଭଲା? ଅଧ୍ୟକ୍ଷ ମହାଶୟ ନାହିଁ ନ କରି ହଁ ଭରିଲେ ତ ସୁମିତ୍ରା ଓ ଅବିନାଶ ପ୍ରତିଦିନ ପାଠର ଆଦାନ ପ୍ରଦାନ ଅତି ସହଜ ସାଧ୍ୟ ହୋଇ ପାରିଲା। ଦୁହେଁ ପରସ୍ପର ଭାବର ଆଦାନ ଭିତରେ ସୁମିତ୍ରା ଅବିନାଶ ପ୍ରତି ଭଳିଗଲା ଦିନେ କୌଣସି କିଛି କହିବା ପୂର୍ବରୁ ଏକୁଟିଆ ଦେଖି ଅବିନାଶକୁ କାମନା ପରିତୃପ୍ତି ପାଇଁ ଆହ୍ୱାନ କଲା। ଅବିନାଶ ତ ଜୀବନରେ କେବେ ସୁଦ୍ଧା ଏପରି ଭାବନା ହୃଦୟରେ ବସା ବାନ୍ଧି ନ ଥିଲା। ସେ ବହୁ ସମୟ ତାକୁ ବୁଝାଇବାକୁ ଚେଷ୍ଟା କଲା କିନ୍ତୁ କାମନା ପାଖରେ ହାର ମାନିବାକୁ ବାଧ୍ୟ ହେଲା। ଯୁବକ ପୁଣି ସଦ୍ୟ ସୁନ୍ଦରୀର ରୂପର ମୋହରେ ଘାରି ହୋଇ କାମନା ଦୋଳିରେ ବସିଲା। ଆଜି ଅବନାଶ ଜଣେ ପୋଖତ ଖେଳୱାଡ଼ ପାଲଟି ଗଲା।ନିତି କାମନା ପରିତୃପ୍ତି ନ ହେଲା ତ ନିଜ ଜୀବନକୁ ଧିକ୍କାର ମଣିଲା। ସମୟ ସୁଯୋଗରେ ସୁମିତ୍ରାର ପେଟରେ ଭୃଣ ବଢି଼ଲା ତ ସୁମିତ୍ରା ଧରିପଳା ହେବାକୁ ଅନୁରୋଧ କଲା। ଅବିନାଶର ଏବେ ମୁଣ୍ଡରେ ଚଡ଼କ ପଡି଼ଲା। ଶପଥ ନେଇଥିବା କଥାକୁ ସ୍ମରଣ କରି ଆଖିରୁ ଲୁହର ଝର ବୁହାଇଲା ହେଲେ କରନ୍ତି କ'ଣ? କଥାଟା ଦାଣ୍ଡରେ ପଡି଼ ହାଟରେ ଗଡି଼ଲା। ବାପାଙ୍କ କାନକୁ ଯେମିତି କଥାଟା ଗଲା ଅଧ୍ୟକ୍ଷ ମହୋଦୟ ତାକୁ ଅନ୍ୟତ୍ର ନେଇ ଜୋରକିନି ଭୃଣକୁ ହତ୍ୟା କରିଦେଲେ ଓ ନିଜେ ବଦଳି ହୋଇ ଅନ୍ୟ ବିଦ୍ୟାଳୟରେ ଅଧ୍ୟକ୍ଷତା କଲେ।
ଆଜି ଅବିନାଶ ଯଦିଓ ଏକ ପ୍ରକାର ଖୁସି ହେଲେ ରହି ହେଉଛି ନା ସହି ହେଉଛି? ଜୀବନର ଗତିପଥ ବଦଳି ଯାଇଥିବା ଯୋଗୁଁ ଅନୁତାପ ଗ୍ଳାନିରେ ସଢି଼ବା ଛଡା଼ ଆଉ ଉପାୟ ହିଁ ନାହିଁ। ଅବିନାଶର ଆଜି କଲେଜରେ ଭଲ ଫଳାଫଳ ହୋଇ ପାରିଲା ନାହିଁ ଫଳତଃ ଭଲ କଲେଜରେ ପାଠ ପଢି଼ବାକୁ ଅକ୍ଷମ ମଧ୍ୟ ହେଲା। ସେ ବହୁତ ସମୟ ନିଜକୁ ଭାବେ ଯେଉଁ କାମନାକୁ ବାପା ଓ ମନା କରନ୍ତି ବୟସ ଆସିଗଲେ ସେମାନଙ୍କ ତରଫରୁ ଆହ୍ୱାନ କରନ୍ତି ତେବେ ବି ସେ ଜାଣିଶୁଣି କାହିଁକି ସେହି ପଛରେ ପଡି଼ଗଲା ଓ ନିଜର ଆଦର୍ଶ ଛାତ୍ର ଜୀବନକୁ ମାଟି କରିଦେଲା।
ସତ୍ୟ,ଶାନ୍ତି ଓ ପବିତ୍ରତାରେ ସେ ଯେଉଁ ଦୁଃଖ ଓ କଷ୍ଟ ପାଉଛି ହୁଏତ ଜୀବନରେ କୌଣସି କିଛି କରିବା କାଠିକର ପାଠ ହେବ। ଧିକ ତାର ଜୀବନକୁ। ଆଦର୍ଶ ଜୀବନର ଶପଥକୁ ରକ୍ଷା କରି ନ ପାରି ଲୁହ ଓ କୋହରେ ଘଣ୍ଟାଏ ମରି ଘଣ୍ଟାଏ ବଞ୍ଚିବା ସାର ହିଁ ହେଉଛି।
***
