Turn the Page, Turn the Life | A Writer’s Battle for Survival | Help Her Win
Turn the Page, Turn the Life | A Writer’s Battle for Survival | Help Her Win

Dipti lekha Mishra

Others

5.0  

Dipti lekha Mishra

Others

ଆଧୁନିକତା

ଆଧୁନିକତା

2 mins
240



ଆଜିକାଲି ବାବୁ ଆମର ଭାରୀ ସହଜ ସୁବିଧା ରାସ୍ତା ଖୋଜନ୍ତି ।ଭାରୀ ଅଭିମାନୀ ମଧ୍ଯ ।ଟିକେ ଟିକେ କଥାରେ ଚିଡଚିଡ ହୋଇଯାନ୍ତି ।ଏମିତି ସ୍ବାଭିମାନୀ ଲୋକ ସହ ଜୀବନ କାଟିବା କେତେ ଯେ କଷ୍ଟସାଧ୍ଯ ତାହା ପ୍ରଭୂଙ୍କୁ ହିଁ ଜଣା ।


ଦିନକର କଥା ଭାରୀ ଅନ୍ଧାରୁଆ ଅମାବାସ୍ୟା

ରାତି ,ନିର୍ଜ୍ଜନ,ନିଶଦ୍ଦତାର କରୁଣ ଡାକ..

ଠିକ୍ ସେତିକି ବେଳେ ଏକ ସୁନ୍ଦରୀ କନ୍ୟାଟି ଭିଜା ଭିଜା ବର୍ଷାର ଉପଭୋଗ କରୁଥାଏ ।ତାର ସୌନ୍ଦର୍ଯ୍ୟ ଦେଖି ସେଠାରେ ଠିଆ ହୋଇଥିବା ସମସ୍ତ ପୁରୁଷ ଚାହିଁ ରହିଛନ୍ତି ।ମୁଁ ମୋ ବାବୁଙ୍କୁ ପଚାରିଲି ଆରେ ଲୋକମାନେ ଏମିତି ଖରାପ ବ୍ୟବହାର କାହିଁକି କରୁଛନ୍ତି କେଜାଣି ?ବାବୁ ଶୁଣି ନ ଶୁଣିଲା ଭଳି ରହିଥାନ୍ତି ।ମୁଁ ଆଶ୍ଚର୍ଯ୍ୟ ଚକିତ ହୋଇ ଚାହିଁ ରହିଥାଏ ।ଆରେ ମୋ ବାବୁ ବି ସେଥିପାଇଁ ନିର୍ବାକ ,ନିରୁଦ୍ଧିଷ୍ଟ।ପ୍ରଶ୍ନ ଏକ ପଚାରିଲି କି ଆରେ ହେଇ କଣ ହେଲା ହେ ତୁମର ?ତମେ ବି ନାରୀର ବାୟାରେ ମାୟା ।ଆହା ଏମିତି କେମିତି କରିପାରୁଛ ଆଉ ଭାବିପାରୁଛ ଯେ ?ତୁମର ମୁଁ ଏକମାତ୍ର ସୁନ୍ଦରୀ ଘରଣୀ କିନ୍ତୁ ତ ନାରୀଟିଏ ନା ?ତୁମ ମାଆ ମାନେ ମୋ ଶାଶୁ ସେ ବି ତ ଏକ ନାରୀ ।ତୁମ ଝିଅ ସେ ବି ତ ନାରୀ ।ତୁମର ଏତେ କୁତ୍ସିତ ମନୋଭାବ ଆସୁଛି କାହିଁକି ?

ତଥାପି ନୀରବ ମୋଦୀ ସେ ବାବୁ ।

ଆରେ ତୁମକୁ ଏତେ ପଚାରୁଛି ଉତ୍ତର ତ ଦିଅ?


ହଁ ହଁ ଦେଉଛି କହି ଚମକିଉଠିଲେ ବାବୁ !

କହିଲେ ଜାଣିଛ ନା ପ୍ରିୟା ଏ ଝିଅଟି ଭଲ ନା ଖରାପ ଅନୁଧ୍ୟାନ କରୁଥିଲି କିନ୍ତୁ ମୁଁ ଭୂଲ୍ ଭାବୁଥିଲି ।ଝିଅଟିର ସ୍ବାମୀ ସାଥେ ଆସିବାରୁ ସମସ୍ତଙ୍କ ନଜର ଭିନ୍ନ ହୋଇଗଲା ।


ନାରୀର ଅର୍ଥ କଣ ସମସ୍ତେ ବୁଝିବା ଦରକାର ନିଜେ ନାରୀଟିଏ ବି କାରଣ ଆଜିକାଲି ନାରୀମାନଙ୍କ ଆଧୁନିକ ବେଶଭୂଷା ଦେଖି ଜାଣିହୁଏନି ସେ ଏକ ବିବାହିତ ନା ଅବିବାହିତ ।


ମୁଁ କହିଲି ହଁ ଏକଥାରେ ତୁମସହ ସହମତ ତଥାପି ଯଦି ସେ ଝିଅ ବି ହେଉ ଖରାପ ନଜରରେ ଦେଖିବା କଣ ଜରୁରୀ ?


ବାବୁ କହିଲେ ତା 'ନୁହଁ ତଥାପି ବେଶଭୂଷା ରେ ସଂଯତ ନଥିଲେ କଣ କରାଯିବ ।ଯେ କୌଣସି ଭେଣ୍ତିଆ ପୁଅ ତ ଚାହିଁ ରହିବେ ନା !ତେଣୁ କାହାର ଖରାପ ଭାବନା ଆସିବା ଯାଏଁ ସୁଯୋଗ ନ ଦେବା ଦରକାର ।


ସରକାରଙ୍କ ଯୋଜନା ମାନେ ମାସିକ ଟଙ୍କା ପାଇବା ପାଇଁ ସଧବା ନାରୀ ବିଧବା ବେଶରେ ସଜାଇ ହେବା,ଛୋଟ ଝିଅଟି ନୄୄୄୄୄୄୄୄୄତ୍ୟ ପରିବେଷଣ ପାଇଁ କିମ୍ବା କଲେଜପଢୁଆ ଝିଅମାନେ ପୁଅ ସାଥିସହ ଅର୍ଦ୍ଧନଗ୍ନ ବେଶରେ ବୁଲିବା ବିଲ୍ କୁଲ୍ ଶୋଭନୀୟ ନୁହେଁ ।


ବାବୁଙ୍କ କଥା ଶୁଣି ମୋର ଏକ କଥା ମନେପଡିଗଲା ।ଆରେ ସତ କଥା ତ ଆମ ଗାଁର କୁମୁଟିଆଣୀ ଝିଅ ତା ସ୍ବାମୀକୁ ସହରରେ ଛାଡି ଆସୁଥାଏ ମାସର ପ୍ରଥମ ସପ୍ତାହରେ ତାହା ପୁଣି ବିଧବା ବେଶରେ ।ଆମ ଗାଁ ହରିଆ କକା ପଚାରିଲେ ଆଲୋ ଝିଅ ତୋର କେବେ ଏମିତି କେବେ ହେଲା ତୋ ସହ?ତୋ ସ୍ବାମୀର କଣ ହୋଇଥିଲା ?

କୁମୁଟୀଆଣୀ ଝିଅ ସଁ ସଁ କରି ନାଗସାପ ଭଳି ଗର୍ଜିଉଠିଲା ।ତମେ ମୋତେ ଏତେ କଥା ପଚାରନି କହି ପାଦ ଥମଥମ କରି ଚାଲିଲା ଟଙ୍କା ଆଣିବାକୁ ।ଟଙ୍କା ନେଇ ପୁଣି ଗାଡିରେ ବସି ଶାଶୁଘରକୁ ଚାଲିଗଲା ।


ହେଇଟି ତମେ ସତ କହିଲ ।ସଂଯତ ହେବା ଆଜିକାଲି କମିଗଲାଣି ।ତା ପାଇଁ ଔଷଧ ଥାନ୍ତାକି ।


Rate this content
Log in