ଆଧୁନିକ କବିତା
ଆଧୁନିକ କବିତା
କିରେ ବୁବୁ କଣ ଲୁଚେଇକି ପଢ଼ୁଛୁ ?
କାଇଁ ..... ମୋ ପଢା ବହି ବା।
ଦେଖି କେମିତିକା ପଢା ବହି।
ଓ ତୁମେ ବୁଢା ଲୋକ ହେଲଣି; ଆମ ପଢା ବହିରୁ କଣ ଜାଣି ପାରିବ!
ତୁ ଦେଖା ତ ଆଗ।
ନାଇଁ ଦେବି ନାଇଁ ଯାଅ।
ହେ ଟୋକା ଡାକିବି ତୋ ବାପାକୁ।
ଡାକୁନ କିଏ ଡରିଛି !
ଆରେ ଅ....
ହେ ଜେଜେ ରୁହ ରୁହ; କାଇଁକି ସେ ଟିଙ୍ଗା ଅମୀୟକୁ ଡାକୁଛ କହିଲ? ଗୁଡାଏ ଗେଜେରେ ଗେଜେରେ ହେବେ।
ଏ ମେଞ୍ଚଡ ,ମୋ ପୁଅ ନାଁ ଧରି ଡାକୁଛୁ ?
ଉଁ ତୁମକୁ କହିଲି ନା, ତୁମେ ଦେଖିଛ ମୁଁ କଣ ଅମୀୟ ଡାକେ, ବାବା ଡାକେ ନା।
ପୁଣି ନାଁ ଧଇଲୁ?
ମୋ ବାବା ନାଁ କଣ ଯିଏ ପଚାରନ୍ତି ମୁଁ ତ ଅମୀୟ ସାହୁ କୁହେ। ନାଁ ନ ଧରିଲେ କହିବି କେମିତି?
ମୋ ପୁଅର ପୁଅ ବଚା।ଭାରି ହୁସିଆରୀ ଦେଖେଉଛୁ?ଦେଖା କଣ ପଢୁଥିଲୁ?
ଜେଜେ ମ ଗୋଟେ କବିତା ବହି ମ।
ତ ଭଲ କଥା! ଲୁଚାଉଛୁ କାହିଁକି ? ବହି ପଢିବା ଭଲ ଅଭ୍ୟାସ।
ହଁ ଯେ ଏଇଟା ଗୋଟେ ପ୍ରେମ କବିତା ବହି।
ଓହୋ ହୋ ନାତିକୁ ମୋର ପ୍ରେମ ହେଲାଣି।ହଇରେ ତୋର ବୟସ କେତେ ?
ଚଉଦ ବା।
ଘୁଅ ଛାଡ଼ିଲାଣି ତୋ ଗାଣ୍ଡିରୁ ? ପ୍ରେମ କବିତା ପଢ଼ିଲୁଣି?
ଦେଖି ଦେଖି ତୁମବେଳେ କେମିତି ପ୍ରେମ କବିତା ଲେଖା ହେଉଛି।
ତୁମେ ବୁଝି ପାରିବନି ଜେଜେ। ଏ ଆଧୁନିକ କବିତା।
ଆରେ ଦେ ତ।ଜେଜେ ବୁବୁ ହାତରୁ ଛଡେଇ ନେଲେ ବହି।
ଆଶ୍ଚର୍ଯ୍ୟ ହୋଇ ହଇରେ ! ବହି ନାଁ କଣ ନୋ ଏଣ୍ଡ୍!!ଓଡ଼ିଆ ବହିର ଇଙ୍ଗିଲିଶ ନାଁ !
ବହି ନାଁ ରୁ ଏମିତି ହେଲଣି ଟି, ଭିତରକୁ କଣ ଯିବ! ତୁମ ବେଳ ଆଉ ନାହିଁ ଜେଜେ।
ରହ ,ଦେଖେ ତୁମ ଯୁଗ ଆଧୁନିକ କବିତା କେମିତି?
ପୃଷ୍ଠା ପରେ ପୃଷ୍ଠା ଓଲଟାଇ ଗଲେ ଜେଜେ।ପାଟି ପାକୁ ପାକୁ କରି କଂ ପଢୁଥାନ୍ତି ଓ ମୁହଁଟି ଗଲୁ ସାରୁ ଖାଇଲା ପରି କରୁଥାନ୍ତି।ଏମୁଣ୍ଡରୁ ସେ ମୁଣ୍ଡ ବହିଟି ଓଲଟାଇ କହିଲେ ଇରେ ପ୍ରେମ କାହିଁ! କବିତା କ
ାହିଁ! ଏଗୁଡା କଣ ଖଣ୍ଡି ଖଣ୍ଡି କଟା ହୋଇଥିବା ମୁଣ୍ଡର ଚୁଟି ପରି ଦିଶୁଛି।ଇଙ୍ଗିଲିସ୍ ଶବ୍ଦ ବେଶୀ ଓଡ଼ିଆ ଶବ୍ଦ କମ୍।ଯତି ପାତ କିଛି ନାହିଁ।କେଉଁଠି ଗୋଟିଏ ଶବ୍ଦ ତ କେଉଁଠି ଧାଡିଏ।ୟାକୁ କବିତା କୁହନ୍ତି।
ଆଉ... ଏଗୁଡା ବା ଆଧୁନିକ କବିତା।
ବୁଝିଲୁ ଯେଉଁ କବିତା ଚୁପୁଡି ଦେଲେ ରସ ନ ବାହିରିବ ସେ କି କବିତା!ହେଁ ଏଁ କବିତା ଚୁପୁଡି ଦେଲେ ରସ ବାହାରେ ଜେଜେ !
ହଁ ରେ ବୁବୁ।ରସ କଲ୍ଲୋଲ, ବିଦଗ୍ଧ ଚିନ୍ତାମଣୀ,ବୈଦେ
ହୀଶ ବିଳାସ, କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ,ଲାବଣ୍ୟବତୀ
,ତପସ୍ୱିନୀ,କୀଚକ ବଧ,ଦରବାର,ଚିଲିକା,ବନ୍ଦିର ଆତ୍ମକଥା ଯଦି ପଢ଼ିବୁ ନା ,ତୋ ମନ ବୋଧ ହୋଇ
ଯିବ।ଅଳଙ୍କାର,ଯତିପାତ ,ଭାବ,ଭାଷା, ଶୈଳୀ, କଥାବସ୍ତୁ କି ଚମତ୍କାର!
ତୁମର ଫାଳେ ଆକାଶ, ପଳାସ ବଣର ରଙ୍ଗ, ନୀଳ ନଈ, ଭିଡ଼ ଭିତରେ ମୁଁ, ପାହାଡ଼ ଛାତି, ଜାଗୁଲୁ ଜାଗୁଲୁ ଅନ୍ଧାର, ମେଘ ରଙ୍ଗୀ ଝିଅ, ଏଗୁଡ଼ାକ କଣ?
ହୁଁ ମୁଁ କହୁ ନଥିଲି ତୁମେ ପୁରୁଣା କାଳିଆ ଲୋକ।ତୁମେ କଣ ବୁଝିବ ପ୍ରତୀକାତ୍ମକ ଲେଖା! ଏବେ ପରା ଆଧୁନିକ କବିତା ଗୁଡିକ ବେଶୀ ଗଦ୍ୟ କବିତା। ଏଇଟା ଗଦ୍ୟ କବିତାର ଯୁଗ।ଯେତେ ଅବୋଧ୍ୟ ସେତେ ଦାମୀ କବିତା।ଇଂଜିଲିସି ଶବ୍ଦ ବେଶୀ ରହିଲେ କବିଟି ବହୁତ ଜ୍ଞାନୀ।ଆଜିକାଲି ପାପୁଲି, ଆକାଶ, ଜହ୍ନ, ବର୍ଷାରେ ନିଆଁ, ନିଆଁ ରେ ପାଣି, ଝର୍କା ସେ ପାଖ ଗୋଲାପ କେତେଟା ଖଣ୍ଡ ବାକ୍ୟ ଯୋଡ଼ିଦେଲେ ବଢ଼ିଆ କବିତା।ଜାଣିଲ ଜେଜେ ଶ୍ରୀ ରାଧା କବିତା ପଢିଛ ?ତୁମେ ଲେମ୍ବୁଟା ବୁଝିବ ଯେ ପଢିବ।ତୁମେ ଆମ ଯୁଗ କଥା, ଶବ୍ଦ କି ପ୍ରେମ ବୁଝି ପାରିବ ନାହିଁ ଜେଜେ।ଆମର ୱାଟସ୍ ଅପ୍ ,ଫେସ୍ ବୁକ୍ ,ଟ୍ୱିଟର୍, ଅନ୍ ଲାଇନ୍ ପ୍ରେମ ଏବେ ବା ଚାଲିଛି !
ହେ ବୁବୁ ! ନେଲୁ ତୋ ଖଣ୍ଡିଆ ଖଣ୍ଡିଆ ବାକ୍ୟର କବିତା ବହି।ବୁଝିଲୁ ନାତି ସତରେ ଆମେ ମରଘଟିଆ ଲୋକ।କଣ ବୁଝିବୁ ଏ ଦୁର୍ବୋଧ୍ୟ କଟା ଫଟା ପେଣ୍ଟ ପରି ଏ କବିତାରୁ।କିନ୍ତୁ ଏତିକି କଥା ବୁଝୁଛି ତୁମ ଯୁଗ ମୁଣ୍ଡ , ପ୍ରେମ ଓ କବିତା ବହୁତ ନୂଆ ଲାଗୁଛି।ମୁଁ କିଛି କିଛି ବୁଝି ପାରିଛି।ବାପା ଓଟ ପୁଅ ବି ଓଟ। ସତ କଥାରେ ବୁବୁ ଗୂଢ କଥା ତୁମ ଆଧୁନିକ କବିତାରେ ଫୁଟୁଛି।
ହଁ ଅଁ ମାନିଲଟି ଆମ ଯୁଗ,ପ୍ରେମ ଓ ଆଧୁନିକ କବିତା ସବୁ ବଢ଼ିଆ।
ହଁ ରେ ତୁମେ ତ ଭାଗ୍ୟବାନ ପିଲାରେ...