Bidulata Sahoo

Others

3  

Bidulata Sahoo

Others

ଆଧାର କାର୍ଡ

ଆଧାର କାର୍ଡ

1 min
249


ଆମ ଘର ପାଖରେ ସାହୁବାବୁଙ୍କ ଘର |ସେ ଜଣେ ଅବସରପ୍ରାପ୍ତ କର୍ମଚାରୀ |ପିଲାମାନେ ବାହାରେ |ଆଜି ସକାଳୁ ତାଙ୍କ ସ୍ତ୍ରୀ ଆସି ମୋତେ କହିଲେ ନାନି ଆମ ଫୋନକୁ ମେସେଜ୍ ଆସିଛି ଏ ମାସରୁ ପେନସନ ବନ୍ଦ ହୋଇଯିବ |ତୁମ ବୋହୂ ତ ଷ୍ଟେଟବ୍ୟାଙ୍କରେ ଅଛନ୍ତି ତାଙ୍କୁ ଟିକିଏ କୁହ, କଣ କରିବାକୁ ପଡିବ |


    ସାହୁବାବୁ ତ ରୋଗିଣା ଲୋକ କୁଆଡେ ଯାଇ ପାରୁନାହାନ୍ତି |ମୁଁ ତିନିଥର ଗଲାଣି ବ୍ୟାଙ୍କକୁ |ସେମାନେ କହୁଛନ୍ତି କୋଭିଡ ପାଇଁ ସେ କାମ ଏବେ ହେଉନି |ପେନସନ ବନ୍ଦ ହୋଇଗଲେ ଆମେ ଚଳିବୁ କେମିତି ?ଏତିକି କହିଲା ବେଳକୁ ସେ ପ୍ରାୟ କାନ୍ଦକାନ୍ଦ ହୋଇଗଲେ |


ମୁଁ କହିଲି ହଉ କଣ ହୋଇଛି ମୁଁ ବୋହୂଠୁ ବୁଝି କହିବି |ସେ ମୋତେ ତାଙ୍କ ପାସବୁକଟି ଦେଇ ଚାଲିଗଲେ |ମୁଁ ବୋହୂକୁ କହିଲି ଏ ବହିଟା ନେ,କଣ ଅସୁବିଧା ହୋଇଛି ଟିକିଏ ବୁଝିକରି କହିବୁ |


ସେ ବ୍ୟାଙ୍କ ଗଲା ପରେ କହିଲା ଏ ଆକାଉଣ୍ଟରେ KYCନାହିଁ |ଏମାସରେ KYC ନଦେଲେ ପେନସନ ବନ୍ଦ ହୋଇଯିବ |ମୁଁ କହିଲି କଣ କରିବାକୁ ହେବ ?ସେ କହିଲା ମୁଁ ଗୋଟେ ଫର୍ମ ନେଇ ଯାଉଛି |ତାଙ୍କୁ କୁହନ୍ତୁ ଆଧାରକାର୍ଡ ଜେରକ୍ସ କରି ସଂଧ୍ୟା ବେଳକୁ ଆମ ଘରକୁ ଆସିବେ |


ମୁଁ ବି ତାଙ୍କୁ ସେଇକଥା ଜଣେଇଦେଲି |ସଂଧ୍ୟାବେଳରୁ ସେ ଆସି ଫର୍ମନେଇ ସାହୁବାବୁଙ୍କ ଦସ୍ତଖତ କରି ଆଧାରକାର୍ଡ ଜେରକ୍ସ ସହ ଦେଇ ଗଲେ |

ତାପର ଦିନ ତାଙ୍କ କାମ ହୋଇଗଲା |ପେନସନ ଆଉ ବନ୍ଦ ହେଲାନି |ସେ ଖୁସି ହେଲେ ମୁଁ ବି ଖୁସି ହେଲି |


Rate this content
Log in