(୧୮)* ଏନାବେଲ କ୍ରିଏସନ *
(୧୮)* ଏନାବେଲ କ୍ରିଏସନ *
ଲେଖକ ହିସାବରେ ମଣିଷ ଅନେକ କାହାଣୀ ଗଳ୍ପ ଉପନ୍ୟାସକୁ ନିଜ ଲେଖନି ମୂନରେ ସ୍ଥାନ ଦିଏ । ସମାଜରେ ଘଟୁ ଥିବା ସବୁ ଘଟଣା ଓ ସବୁପ୍ରକାର ଚରିତ୍ର ସାଉଁଟି ସେ ଏ ପ୍ରକାର କଳ୍ପନା ଓ ସତ୍ୟତାକୁ ପୁସ୍ତକ , ନାଟକ, ଟେଲିଭିଜନ ସିରିଏଲ , ସିନେମା ପ୍ରସ୍ତୁତ କରେ । ଅତିଭୈ।ତିକ କାହାଣୀ ବା ଭୂତ ପ୍ରେତ ସିନେମା ମଧ୍ୟ ସେଇ ଧରଣର ସୃଷ୍ଟି ।
ସିନେମା ଦୁନିଆରେ ଏଭଳି ଅତି ଭୈ।ତିକ ସିନେମାର ସୃଷ୍ଟି ମଧ୍ୟ କେଉଁ କାଳରୁ । ଭିନ୍ନ ଭିନ୍ନ ସମୟର ନିର୍ଦ୍ଦେଶକ ପ୍ରଯୋଜକ ବିଭିନ୍ନ କାହାଣୀ ଦ୍ବାରା ପ୍ରଭାବିତ ହୋଇ ଏପରି ସିନେମାର ନିର୍ମାଣ କରିଛନ୍ତି । ସିନେମା ଦର୍ଶକମାନଙ୍କ ଦ୍ଵାରା ଆଦୃତ ମଧ୍ୟ ହୋଇଛି । ଲୋକେ ପ୍ରଭାବି ଅଭିନୟ ଏବଂ ଫଟୋଗ୍ରାଫିରେ ପ୍ରଭାବିତ ମଧ୍ୟ ହୋଇଛନ୍ତି ।
ଏଇପରି ଏକ ପ୍ରଯୋଜନା ସଂସ୍ଥା କନଜୁରିଙ୍ଗ ସିରିଜର ଅନେକ ଗୁଡ଼ିଏ ଚଳଚ୍ଚିତ୍ର ନିର୍ମାଣ କରିଛନ୍ତି । ସେଥିରେ ଏନେବଲ କ୍ରିଏସନ ନାଁରେ ମଧ୍ୟ ଚଳଚ୍ଚିତ୍ର ନିର୍ମିତ ହୋଇ ପ୍ରଦର୍ଶିତ ହୋଇଛି । ଦର୍ଶକ ଖୁବ୍ ପସନ୍ଦ କରିଛନ୍ତି ।
ଏନାବେଲର କାହାଣୀ ତା ମଧ୍ୟରୁ ଅନ୍ୟତମ । ଏହା ଏକ କଣ୍ଢେଇ । ଜଣେ ମାଆ ନିଜ ଝିଅ ଡୋନାକୁ ଦେଇଥିବା ଏ କଣ୍ଢେଇ ଖୁବ୍ ଭୟାନକ । ତାକୁ ନେଇ ଅନେକ କାହାଣୀ । ସେ କାହାଣୀ ସବୁ ଭାରି ଭୀତି ପୂର୍ଣ୍ଣ । ସେ ବିଭିନ୍ନ ସମୟରେ ଲୋକଙ୍କୁ ଅସୁବିଧାରେ ପକାଇଛି । ଏପରିକି ଜୀବନ ମଧ୍ୟ ନେଇଛି । ଲୋକଙ୍କ ପାଇଁ ସେ ଗୋଟେ ମିଷ୍ଟ୍ରି । ସହଜରେ ତାକୁ ଏବଂ ତା'ର ଗତି ବିଧିକୁ ବୁଝି ହୁଏନା ।
କାହାଣୀ ଆରମ୍ଭରେ ଜଣେ ମହିଳା ଅନେକ ଗୁଡ଼ିଏ ବାଳିକାଙ୍କୁ ନେଇ ଗୋଟିଏ ଅନାଥାଶ୍ରମରେ ରହୁ ଥିବାର ଦେଖାଯାଏ । ମାତ୍ର କୈାଣସି କାରଣ ବଶତଃ ଦିନେ ଅନାଥାଶ୍ରମ ଭାଙ୍ଗି ଯିବାରୁ , ସେମାନେ ସଇମେଲ ମିଲର ଏବଂ ତାଙ୍କ ସ୍ତ୍ରୀ ଏସଥରଙ୍କ ଘରେ ଆଶ୍ରୟ ନିଅନ୍ତି । ସଇମେଲ କଣ୍ଢେଇ ତିଆରି କରନ୍ତି । ତାଙ୍କର ଝିଅଟିଏ ଥାଏ । ମାଆ ଝିଅ ବାପ ଖୁସିରେ ଦିନ କାଟୁଥାଆନ୍ତି । ହଠାତ୍ ଝିଅଟିର ମୃତ୍ୟୁ ହୋଇଯାଏ । ମାଆ ଏସଥର ଏ ଆଘାତକୁ ଗ୍ରହଣ କରିପାରନ୍ତି ନାହିଁ । ତାଙ୍କୁ ଲାଗେ ତାଙ୍କ ଝିଅ ବଞ୍ଚିଛି । ଏଇଠି ଆଖପାଖରେ , ତାଙ୍କ ସମ୍ମୁଖରେ ।
ସେ ତାକୁ ଭୁଲି ପାରୁନଥାନ୍ତି । କୈାଣସି ଅଜଣା ସ୍ରୋତରୁ ସେ ଜାଣିବାକୁ ପାଆନ୍ତି , ଝିଅ ସହିତ ବାର୍ତ୍ତାଳାପ କରିବା ପାଇଁ ଏକ ଅଜଣା ଶକ୍ତି ତାଙ୍କୁ ସାହାଯ୍ୟ କରିବାକୁ ପ୍ରସ୍ତୁତ । ଟିକେ କଷ୍ଟ କଲେ ସେ ନିଜ ଝିଅ ସହ କଥାବାର୍ତ୍ତା ହୋଇପାରିବେ । ସେ ଗୋଟିଏ କଣ୍ଢେଇ ଦେହରେ ରହିବ । ସେଇ ଏନାବେଲ କଣ୍ଢେଇ ।
ସବୁ ପ୍ରକାର ଆୟୋଜନ ଆରମ୍ଭ ହୋଇଗଲା । ଶେଷରେ ତାଙ୍କ ଝିଅର ଆତ୍ମା ଆସି ତାଙ୍କ ସହ ରହିଲା । ମାତ୍ର ସେ ଏନେବଲ କଣ୍ଢେଇ ଦେହରେ ରହିବା ପରିବର୍ତ୍ତେ , ଅନ୍ୟ ଦେହରେ ବାସକଲା । ତାଙ୍କ ଘରେ ରହିଥିବା ଝିଅମାନଙ୍କ ମଧ୍ୟରୁ ଜଣକ ଦେହରେ ସବାର ହୋଇ ସେ ଉତ୍ପାତ ଆରମ୍ଭ କରିଦେଲା । ସେ ସେମାନଙ୍କୁ ସବୁ ପ୍ରକାର ହଇରାଣ ହରକତ କଲା । ସମସ୍ତେ ଭୟଭୀତ ହୋଇ ପଡିଲେ । କି କୈାଣସି ସମାଧାନର ପଥ ବାହାରିଲା ନାହିଁ ।
ଏସଥର ଏବଂ ତାଙ୍କର ସ୍ୱାମୀ ଭୟଭୀତ ହୋଇ ପଡିଲେ । କ'ଣ କରିବେ କ'ଣ ନାଇଁ ତାଙ୍କୁ ବୁଦ୍ଧି ବାଟ ଦେଖାଯାଉ ନ ଥିଲା । ସେ ଘରକୁ ଲୋକେ ଭୂତିଆ ଘର କହିବା ଆରମ୍ଭ କରି ଦେଇଥିଲେ । ଶେଷରେ ସ୍ୱାମୀ ସ୍ତ୍ରୀ ଜଣେ ଫାଦରଙ୍କ ସହଯୋଗରେ ସେ ଘରୁ ସେଇ ଅତିଭୈ।ତିକ ଆତ୍ମାକୁ ଦୂରେଇବାରେ ସକ୍ଷମ ହେଲେ ।
ଏଇ ଏନାବେଲ କଣ୍ଢେଇକୁ ନେଇ ଅନେକ କାହାଣୀ ରହିଛି। ସିନେମା ଦୁନିଆରେ ମଧ୍ୟ ଏଇ ଭଳି ଅତିଭୈ।ତିକ କାହାଣୀକୁ ନେଇ ଅନେକ ଚଳଚ୍ଚିତ୍ର ନିର୍ମାଣ କରାଯାଇଛି । ଏହାର ସତ୍ୟତାକୁ ନେଇ କିଛି କହିବା ଏତେ ସହଜ ନୁହେଁ । ମଣିଷର ଚେତନା ଶକ୍ତି ଏହାକୁ ମାନିପାରେ କିମ୍ବା ନପାରେ ।
