STORYMIRROR

Sanjya Tripathy

Others

4  

Sanjya Tripathy

Others

ୟାସ୍ ୟାସ୍ ଆସିଛି: କାଳର କରାଳ ଅଟ

ୟାସ୍ ୟାସ୍ ଆସିଛି: କାଳର କରାଳ ଅଟ

1 min
231

ୟାସ୍ 

ୟାସ୍ ଆସିଛି: କାଳର କରାଳ ଅଟ୍ଟହାସ୍ୟରେ

ମାଗି ପ୍ରଳୟର ପଦଚିହ୍ନରେ

ଶ୍ରୀହୀନ ଶ୍ରୀକ୍ଷେତ୍ରରେ- ଅଚିହ୍ନା ଏକାମ୍ରକ୍ଷେତ୍ରରେ

ୟାସ୍ ଆସିଛି: 

ବିଜ୍ଞାନ ଓ ପ୍ରଶାସକ ଭୁଲ ଆକଳନରେ

ଶ୍ୟାମଳ ପ୍ରକୃତିର ସୁର ରାଗିଣୀରେ

ଅସହାୟତାର ଭିନ୍ନ ଏକ ପରିଭାଷାରେ

ୟାସ୍ ଆସିଛି: ଅଭୂତପୂର୍ବ ଧ୍ୱଂସଲୀଳାରେ

ସମସ୍ତ ପ୍ରାକ୍- ପ୍ରସ୍ତୁତିର ନିଷ୍ଣୁର ପରିଭାଷାରେ

ବିବର୍ଷ ପୃଥିବୀର ବିମର୍ଷ ସଂଦନରେ

ୟାସ୍ ଆସିଛି: ମଣିଷର ଶୌର୍ଯ୍ୟ ଓ ସହନଶକ୍ତିର

ବେପରୀକ୍ଷାରେ

ଯୁଗ ଯୁଗପତ୍ ମୁହୂର୍ତ୍ତରେ

ସଭ୍ୟତାର ଧ୍ୱଂସାବଶେଷରେ ସାଂସ୍କୃତିର ଅପଭ୍ରଂଶରେ

ୟାସ୍ ଛାଡିଯାଇଛି: କୁଢ଼ କୁଢ଼ ନିରୀହ ଜୀବନ

ବିସ୍ଥାପିତ୍ୟକ କରୁଣ କ୍ରନ୍ଦନ

ସର୍ବତ୍ର ପରିବ୍ୟାପ୍ତ ଖାଁ ଖାଁ ଭାବର ଝୁବନ

ୟାସ୍ ଆସିଛି: ଭୌତ୍ରଦପ୍ତ ରାଜଧାନୀରେ

ମହାତାବରେ

ବିପର୍ଯ୍ୟୟ ଭୁକୁ ଜନତାଙ୍କ ଅଶୁଳ କାହାଣୀରେ

ବିୟୋଗାତକ ନାଟକର ଅକୁହା କଥା ଓ ଅଦେଖା

ବ୍ୟଥାରେ

ୟାସ୍ ଆସିଛି: ଚାଷୀଙ୍କ ଚୁରମାର ସ୍ୱପ୍ନରେ, - 

କୁମ୍ଭକାରଙ୍କ ପେଟ ଚିନ୍ତାରେ

ସୁରକ୍ଷାବାହିନୀ ଜନବସତିରେ- ଗ୍ରାମ, ନଗ୍ରପଦରେ :

ଉଜୁଡା ଚାଷ, ଚାଳ ଓ ଚୁଲିରେ ।

ୟାସ୍ ଆସିଛି: ଅଚଳ ମୋବାଇଲ ଏଟିଏମ୍‌ରେ-

ଲୋକଙ୍କ ଅର୍ଥଚିନ୍ତାରେ

ପ୍ରାଣୀଉଦ୍ୟାନର ଧ୍ଵସ୍ତବିଧ୍ଵସ୍ତ ପ୍ରାଣରେ

ମାଟିରେ ମିଶିଯାଇଥିବା ମହାଦ୍ରୁମରେ- ପାନବରଜରେ

ୟାସ୍ ଆସିଛି: ବନୀକରଣ ଦ୍ରୁତ, ଫଳପ୍ରସୂ 

କ୍ରିୟାନୁୟନରେ

ଜୈବ ବିବିଧତାର ସୁଦୂରପ୍ରସାରୀ ପରିବୀକ୍ଷଣରେ 

ପରିବେଶ ପାଠ୍ୟକ୍ରମର ସୁରମ୍ୟ ଅଥଚ ପୃଥକ୍

ଏକ ପରିଭାଷାରେ ।



Rate this content
Log in