ୟାସ୍ ପରେ
ୟାସ୍ ପରେ
ୟାସ୍ ଛାଡିଯାଇଛି: ଆଖିରେ ଲୁହ, ଛାତିରେ କୋହ
ଏକ ଅଯୋନିସମ୍ଭୂତ ବିପର୍ଯ୍ୟୟର କରୁଣ କ୍ରନ୍ଦନ
ସମସ୍ୟାର ବୁଢ଼ିଆଣୀ ଜାଲରେ ଅନ୍ଧ ପ୍ରଶାସନ
କିମ୍ଭୂତକିମାକାର ମଣିଷର ଅଲୋଡା ଜୀବନ
ୟାସ୍ ପରେ: ବିଜୁଳି ପାଇଁ ରାସ୍ତାରୋକ,
ପାଣି ପାଇଁ ଘେରାଉ
ରିଲିଫ୍ ପାଇଁ ହାହାକାର,
ସହାୟତା ପାଇଁ ଅଚଳ ଅପେକ୍ଷା
ଏକ ରକ୍ତିମ ଦ୍ୟୁତିର ବିନ୍ଧ, ଅଗ୍ନିବର୍ଷା ସୂର୍ଯ୍ୟ
ୟାସ୍ ପରେ ଅପେକ୍ଷା:
ସହାୟତା ପ୍ୟାକେଜ୍କୁ
ପ୍ରଶାସନର ପରିଦର୍ଶନକୁ
କ୍ଷୟକ୍ଷତି ଆକଳନକୁ
ରିଲିଫ୍ ଘୋଷଣାକୁ
ପୁନରୁଦ୍ଧାର ଓ ପୁନର୍ବାର କୌମୁଦୀ ସୌରଭକୁ
ୟାସ୍ ପରେ: ଜୀବିକା ହରା ଜୀବନ ଅକଥ୍ୟ
ବେଦନାର ସଂଗୋପନ ।
ସହଯୋଗ ମୁଖ୍ୟ
ୟାସ୍ ପରେ
ୟାସ୍ ପରେ ଅପେକ୍ଷା;
ପ୍ଲାଜମା କଟରକୁ, ଗ୍ୟାସ୍ କଟରକୁ,
କୁଶଳୀ ଶ୍ରମିକଙ୍କୁ, ଖାଦ୍ୟ ପୁଡିଆକୁ,
ପାଣିକୁ, ବିଦ୍ୟୁତ୍ ଫୋନ୍ ସେବାକୁ,
ଇଣ୍ଟରନେଟକୁ, ରିଲିଫକୁ,
ୟାସ୍ ପରେ ଅପେକ୍ଷା:
ଏକ ସ୍ଵାଭାବିକ ବାତାବରଣକୁ
ଶୀତ ଶୀତଳ ପରିବେଶକୁ
କୁନି ଛୁଆ ମୁହଁର ଦରୋଟି ହସକୁ
ଜୀର୍ଣ୍ଣ କଙ୍କାଳରେ ପ୍ରାଣ ସଞ୍ଚାରକୁ
ୟାସ୍ ପରେ:
ସର୍ବତ୍ର ଜନ ଆକ୍ରୋଶ ରାସ୍ତାରୋକ
ସବୁ ମୌଳିକ ସେବା ଠପ୍- ଅଚଳ
ଏଟିମ୍, ରିଲିଫ୍ ଶିବିର ସର୍ବତ୍ର ଲମ୍ବା ଲାଇନ
ରେଳ ଷ୍ଟେସନ୍, ବସ୍ ଷ୍ଟାଣ୍ଡରେ ପ୍ରବଳ ଭିଡ
ଅସମ୍ଭାଳ ଜନଗହଳି କିଏ ଗାଆଁମୁଖୀ
କିଏ ବା ସମ୍ବନ୍ଧୀ ମୁଖୀ
ଖାଁ ଖାଁ ରାଜଧାନୀ- ବିପର୍ଯ୍ୟସ୍ତ ଜଗନ୍ନାଥ ଧାମ
ଧ୍ୱଂସ ସ୍ତୁପରୁ ବାହାରୁଛି ଲାସ୍ ପରେ ଲାସ୍
ଦେଇ ଏକ ଚପୋଟଘାଟ ନିରୋ କାଜୁଆଲଟି-ମିଶନକୁ
ୟାସ୍ ପରେ: ପ୍ରଶାସନ ଦିଗହରା- ପୁନର୍ବାସ
ପୁନରୁଦ୍ଧାର ବାଧାପ୍ରାପ୍ତ
ଦଶ ଦିନ ପରେ ବି
ସବୁ ଘୋଷଣାକୁ ଉପହାସ ସେଇ ତିମିରେ
ନ୍ୟୁଜ୍ ଚାନେଲରେ ପ୍ରତିଦିନ ନୂଆଁ ନୂଆଁ ବ୍ରେକିଂ ନ୍ୟୁଜ୍
ସେମାନଙ୍କୁ ମିଳିଯାଇଛି ବର୍ଷତମାମ ଖୋରାକ୍
ତର୍କ ବିତର୍କରେ ବୁଦ୍ଧିଜୀବୀ ଗଳଦଘର୍ମ ଜନିତ କଳକୀ
ନୂଆଁ ନୂଆଁ ଯୁକ୍ତିରେ ଅନନ୍ୟୋପାୟ ପ୍ରଶାସନ
ନିଜ କ୍ଷମତାର ଶହେ ଦଶ ପ୍ରତିଶତ ଉପଯୋଗ ପରେ ବି
ଅସମାହିତ ସମସ୍ୟାର ଅବୋଲକରା କାହାଣୀ
ସ୍ମାର୍ଟ ସିଟି ପଛେଇ ଯାଇଛି କୋଡିଏ ବର୍ଷ
ମଶାମାଛି ପରି କଲବଲ ଜନସାଧାରଣ
ବ୍ୟତିବ୍ୟସ୍ତ ରାଜଧାନୀ- ବିମର୍ଷ ଦପ୍ତର, ବିଭାଗ
ସବୁ ନାହିଁ ନାହିଁରେ ଅପେକ୍ଷା:
ଏକ ଜୀବନଧର୍ମୀ ପ୍ରଚେଷ୍ଟାକୁ,
ଆଶା ଓ ଆକାଂକ୍ଷାର ନୂତନ ଦିଗ୍ୟତକୁ ।
ୟାସ୍ ପରେ;
ଏକ ହଜିଲା ହଳିଲା ଭାବରେ ପରିପୂର୍ଣ୍ଣ ଜୀବନରୁ
ଉପରକୁ ଉଠିବାର ଯଥାସମ୍ଭବ ପ୍ରତିଷ୍ଠା
କୁଢ଼ କୁଢ଼ ଧ୍ୱଂସ ଭୂପରେ ପର୍ଯ୍ୟବଶିତ ପରିବେଶ
ଅନ୍ଧାରୁଆମାନେ ଚାହିଁ ରହିଛନ୍ତି
ଜୀବନ ଦୋଛକିରେ ଆଶା ନିରାଶାର
କାଳ କୁହୁଡିରେ ପହଁରୁଛନ୍ତି ଓଡ଼ିଶାବାସୀ
ହୃଦ ଜୀବିକା ଫେରି ପାଇବାର ଆଶାରେ ଜୀବନ
ନୂତନ ସମ୍ଭାବନାର ସୂର୍ଯ୍ୟୋଦୟ ଅପେକ୍ଷାରେ ସପନ
