ଯୁଗ୍ମ ଜୀବନ
ଯୁଗ୍ମ ଜୀବନ
1 min
135
ଛ ବରଷର ଯୁଗ୍ମ ଜୀବନ,
ଦେଖୁଛୁ ଅନେକ ଝଡ଼ ତୋଫାନ।
ଜୀବନଟା ନୁହେଁ ଦୁଃଖରେ ଭରା,
ଫଗୁଣ ବି ଦେଲା ରଙ୍ଗ ପସରା।
ଦୁଇଟି ମଣିଷ ଭିନ୍ନ ପ୍ରକୃତି ରୁଚି,
ଦୁହେଁ ଦୁହିଁଙ୍କର ଜୀବନ ସାଥି।
ସଂସାର ସାଗରେ ଜୀବନ ତରୀ,
ସାଜିଛୁ ଏଠି ଆମେ ନାଉରୀ।
ଗୋଟିଏ ମୁଦ୍ରାର ଆମେ ଦୁଇଟି ପାର୍ଶ୍ଵ,
ଅବିସ୍ମରଣୀୟ ଆମର ଏ ଛଟି ବର୍ଷ।
ସୁଖ ଦୁଃଖର ଏ ଜୀବନ ନଈ,
ସମୟ ସ୍ରୋତରେ ଯାଉଛି ବହି।
ଲବକୁଶ ଭଳି ଯମଜ ସୁତ,
ଆମରି କୋଳରେ ହୋଇଲେ ଜାତ।
ସମସ୍ତଙ୍କୁ ଆଜି କରୁ ଗୁହାରୀ,
ତୁମ ଆଶୀର୍ବାଦ ଲୋଡ଼ା ଆମରି।
