STORYMIRROR

Jyotsna Acharya

Others

3  

Jyotsna Acharya

Others

ଯୁଗାନ୍ତାର

ଯୁଗାନ୍ତାର

1 min
205

ମନେ ଅଛି ତୁମର

ମା' ଯେଉଁ ଦିନ

ଆକାଶ ମାର୍ଗ ଉଡିଯାଇ

ହସୁଥିଲ 

ସତ ଯେମିତି ପ୍ରଳୟ ପୂର୍ବର ଆଭାଷ .......

ମନେ ଅଛି ମା 

ତୁମ ନବ ରାତ୍ରୀର ସପ୍ତମୀ ତିଥି କଥା

ତୁମେ ବେଗ୍ର ଥିଲ ଯିବା ପାଇଁ ସେଦିନ

ମହୀ ତଳେ ଚଞ୍ଚଳ ସାରି

ପୂଜାର ବାହାନା 

କରିବାକୁ ଥିଲା ତୁମକୁ ଫନି ସହ ଯୁଦ୍ଧ

ନୀରିହ ମଣିଷର ଆର୍ତ୍ତ ଚିକ୍ତାର

ପଶୁ ପକ୍ଷୀ ଜୀବ ଯନ୍ତୁଙ୍କର

ଶୁଣି ପାରିଥିଲ ବୋଧେ କରୁଣ କ୍ରନ୍ଦନ......

ସେଥିପାଇଁ ତ ତୁମେ

ମୁଦ୍ରିତ ଆଖିର ଚ଼ଞ୍ଚାଳିତ ଡୋଳା

ଅର୍ଦ୍ଧ ଚେତନାରେ 

ଉର୍ଦ୍ଧ ଚିନ୍ତାର ମାର୍ଗ

ତୁମକୁ ଅବଲୋକନ କରିବାରେ

ଅନ୍ଦାଜରେ କେବେ

ଫୁଲ ଦୁର୍ଲ୍ଲଭା ଚୁଆ ସିନ୍ଦୁର 

ଦୂବ ତୁଳସୀ ଭିତରେ 

ଆତ୍ମା ଦୁନିଆର ପ୍ରଭା 

ମନକୁ ଦୋହଲାଉ ଥାଏ

କ୍ଷଣ ପତିକ୍ଷଣେ.......

ସେଇଥି ପାଇଁ ବୋଧହୁଏ

ତୁ ସତ୍ୟ ଥିଲୁ ରହିଛୁ ସତ୍ୟ ରହିବୁ

କେବଳ ମନର ଦୁର୍ଭାବନାରେ 

ତୁ ଯୁଗର ଯୁଗକୁ ପରିବର୍ତ୍ତନ ହେଉଛୁ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍