STORYMIRROR

Prasanta kumar Hota

Others

3  

Prasanta kumar Hota

Others

ଯଉବନେ ଦିନେ

ଯଉବନେ ଦିନେ

1 min
14K


ଯଉବନେ ଦିନେ ଆସିଥିଲ ତୁମେ

ଫୁଲ ସବାରିରେ ଵସି

ଅମରୁତ ସମ ଢାଳିଦେଲ ପ୍ରେମ

ପାଉଥିଲି ଅବିନାଶୀ

ସପନ ଥିଲା ମୋ ପ୍ରେମର ନିଳୟ

ପ୍ରେମ ପୁରୁଷାର୍ଥ ପେଶି

ପାଉଥିଲି ମୁହିଁ ଦେଉଥିଲ ତୁମେ

ନବବଧୂ ବେଶେ ହସି

ମେଘ ତାତି ଶୀତ ବସନ୍ତର ଗୀତ

ଅବା ଫଗୁ ଫରିଆଦ

ଚୁମ୍ବନରେ ପାଏ ପ୍ରେମ ପାନମୃତ

ଆଲିଙ୍ଗନେ କରମ୍ବିତ

ମଧୁର ଚୁମ୍ବନ ଖୋଜୁଥାଏ ମନ

ଗୋଲାପି ଅଧର ଧାରେ

ଆଙ୍କି ଦେବି ବୋଲି ଚାହିଁ ରହିଥାଏ

ଯଉବନ ସପନରେ

ସପନ ସଞ୍ଜରେ ସାଜି ଧ୍ରୁବତାରା

ଆସି ପୁଣି ଯାଉଥାଏ

ପ୍ରୀତି ଫଲ୍ଗୁଧାରା ଢାଳୁଥାଏ ବସି

ମଳୟ ମନରେ ବହେ

ଅଶାନ୍ତ ମନ ମୋ ଶାନ୍ତି ପାଇବାକୁ

ପ୍ରେମ ଟିକେ ମାଗୁଥାଏ

ତୋ ଅଙ୍ଗ ଯୌବନ ମଦିରା ସମାନ

ବ୍ୟାକୁଳ ମୋ ହୃଦ ହୁଏ

ରହିଗଲା ତୃଷ୍ଣା ପ୍ରେମ ପରିଧାନ

ପାଇଲିନି ପ୍ରୀତି ସ୍ନାନ

ଆସିଲାନି ଆଉ ପ୍ରେମ ଆକାଶରେ

ଅସ୍ତାଚଳ ଅଂଶୁମାନ୍

ପ୍ରଶାନ୍ତ କୁମାର ହୋତା


Rate this content
Log in