STORYMIRROR

Niranjan Sahu

Others

4  

Niranjan Sahu

Others

ଯୁବକ ଓ ବୁଢ଼ା

ଯୁବକ ଓ ବୁଢ଼ା

1 min
183

ସେ କାଳ ଥିଲା ସେ ବେଳ ଥିଲା

କଳା ମଚ ମଚ ବାଳ ଥିଲା

ସେ କାଳ ଗଲା ସେ ବେଳ ଗଲା

କଳା ମଚ ମଚ ଧଳା ହେଲା,


ସେ କାଳ ଥିଲା ସେ ବେଳ ଥିଲା

ହାତୀ ଭଳିଆ ବଳ ଥିଲା

ସେ କାଳ ଗଲା ସେ ବେଳ ଗଲା

ହାତୀର ବଳ ମୂଷା ହେଲା


ସେ କାଳ ଥିଲା ସେ ବେଳ ଥିଲା

ଏ ମନ ଖାଲି ଉଡୁଥିଲା

ସେ କାଳ ଗଲା ସେ ବେଳ ଗଲା

ଏ ମନ ବିରସ ହେଇ ଗଲା


ସେ କାଳ ଥିଲା ସେ ବେଳ ଥିଲା

ମନଟା ଉଛନ ହେଉଥିଲା

ସେ କାଳ ଗଲା ସେ ବେଳ ଗଲା

ମନଟା ପୁରା ଝାଉଁଳିଲା


ସେକାଳ ଯିବ ସେ ବେଳ ଯିବ

ଆସୁଥିବ ଓ ଯାଉଥିବ

ନିୟତିର ମାୟା ଖେଳ ରେ

ସମସ୍ତ ଙ୍କୁ ବାନ୍ଧୁଥିବ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍