ଯୁବ ଶକ୍ତି
ଯୁବ ଶକ୍ତି
• ଯୁବ ଶକ୍ତି
• କବିଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର , ମଙ୍ଗଳାଯୋଡି , ଖୋର୍ଦ୍ଧା
• ---------- ------------------- ----------
• ନୂତନ ସୂର୍ଯ୍ୟ ଯୁବଶକ୍ତି ତୁ
• ଦୁଃର୍ଦ୍ଧଶ ବୀର୍ଯ ବାନ
• ଅଗ୍ନି ଷ୍ଫୁଲିଙ୍ଗ ବିଚ୍ଛୁରିତ ହେଉ
• ଅଇରି କରି ଦମନ
• ଶାନ୍ତି, ମୈତ୍ରୀୟ ମୋ ଭାରତ ଦେଶରେ
• ତ୍ରୀରଙ୍ଗା ଉଡାଇ ହିମାଦ୍ରି ଶିଖରେ
• ମୁକ୍ତ କର ଦେଶ ଦୁନିଆ ରୁ ଯେତେ
• ସଂତ୍ରାସ ଆବରଣ
• ସତ୍ୟ ବାଡାବାଗ୍ନି ଜାଳିଦେଉ ହେଉ
• ହିଂସା ର ଅବସାନ ।।
•
• ଦଗାବାଜ୍,ଶଠ,କୁଚକ୍ରୀ ରାକ୍ଷସ
• ପଶୁ ସମ ସଇତାନ
• ଦଳିଦେଇ ଆସ ଅରାତି ବାହିନୀ
• ଭାଙ୍ଗି ତାର ତାନମାନ
• ବିଜୟ କେତନ ଭୁବନେ ଭୁବନେ
• ଉଡ଼ାଇ ଉଦ୍ଦାମ ପବନେ ଗଗନେ
• ବିଜୟ ଦୁନ୍ଦୁଭି ମଦ୍ର ନିନାଦେ
• ମୁଖରିତ ଜନ ଜୀବନ
• ଉଦେ ହୋଇ ଆସୁ ନୂତନ ସୂର୍ଯ୍ୟ
• ଜାଗୁ ନବ ଜାଗରଣ ।।
