ଯୁବ ଶକ୍ତି -୨
ଯୁବ ଶକ୍ତି -୨
• ଯୁବ ଶକ୍ତି—(୨)
• କବିଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର , ମଙ୍ଗଳାଯୋଡି , ଖୋର୍ଦ୍ଧା
• ---------- -------------------- ----------
• ଅଶାନ୍ତ ଅନ୍ଧାର ମନ୍ଦିରେ କର
• ପ୍ରଜ୍ବଳିତ ସତ୍ୟ ଦୀପ
• ଅପସରି ଯାଉ ଯେତେ ଦୁଃର୍ଦ୍ଦିନ
• କରି ସତ୍ୟର ଆଳାପ,
• ମିଥ୍ୟା କାରାଗାର କର ନାରଖାର
• ସତ୍ୟ ସହରରେ ହସର ବେପାର
• କରି, ବୁଣିଦିଅ ମନ ଆକାଶ ରେ
• ନୂଆ ଦିଶା ନୂଆ କିରଣ
• ସେ ପରସେ ଯାଗିଉଠୁ ଏ ଭୂଖଣ୍ଡେ
• ହେଉ ନବ ଜାଗରଣ , ନୂତନ ସୂର୍ଯ୍ୟ ଯୁବଶକ୍ତି ତୁ…।।
•
• ଶୁଭ ଶଂଖ,ଭେରୀ ମଙ୍ଗଳ ମହୁରୀ
• ତୁମରି ସ୍ଵାଗତ ଗୀତି
• ପ୍ରକୃତି ବିଭୋର ଜାଗିଉଠ ବୀର
• ହଟିଯାଉ କାଳରାତି,
• ସଂତ୍ରାସି ଅସି ଫିଙ୍ଗିଦିଅ ଦୂରେ
• ମିଶିଯାଅ ଜାତୀ, ଜାତୀୟ ସ୍ରୋତରେ,
• ଅନ୍ୟଥା ଦୁର୍ଦ୍ଧଶ ଯୁବଶକ୍ତି ମେଳି
• କରିବ ଛିନ୍ନବିଛିନ୍ନ
• ହେଇ,, ନୂତନ ସୂର୍ଯ୍ୟ ଉଦୟାଚଳ ରେ
• ହୋଇଯାଅ ସାବଧାନ , ନୂତନ ସୂର୍ଯ୍ୟ ଯୁବଶକ୍ତି ତୁ…।।
