ଯଶୋମତୀ ଗଳାମାଳି
ଯଶୋମତୀ ଗଳାମାଳି
o ଯଶୋମତୀ ଗଳାମାଳି
• କବିଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର ମଙ୍ଗଳାଯୋଡି ଖୋର୍ଦ୍ଧା
• ---------- -------------------- ----------
• ଗିରି ଗୋବର୍ଦ୍ଧନ ଧାରୀ ବିଶାଳ ବପୁ ସେ ବିଶ୍ବ ବିହାରୀ
• ବନମାଳୀ ବଂଶୀଧାରୀ
• ମହାବାହୁ ବାହୁତୋଳି ଜୀବନ ନଉକା ଆହୁଲାମାରି
• ସଂସାରୁ କରନ୍ତି ପାରି
• ସେହି ରସ ସେଖର ସେ ରାଶବିହାରୀ ହେ ।।
•
• କାଳିନ୍ଦୀ ହ୍ରଦରେ କାଳୀ ଭୁଜଙ୍ଗ ରାଜାର ଦର୍ପ କୁ ଦଳି
• ଯସୋମତୀ ଗଳାମାଳି
• ପଦ୍ମତୋଳା ଲୀଳା ରଚି କାଳୀଶିରେ ନୃତ୍ୟ କଲେ ଶ୍ରୀବତ୍ସୀ
• ମୟୂର ମୁକୁଟ ଧାରୀ
• ତାର ଗଳେ ବନମାଳୀ ହସ୍ତେ ବାଂଶୋରୀ ହେ ।।
•
• କେବେ ଯୋଗୀ ରୂପେ ପୁଣି ସୁବେଶ ହୁଏ ପୁଣି ନାପିତୁଣୀ
• ବୃନ୍ଦାବନ ବନଚାରୀ
• ସଙ୍ଗେ ସସ୍ର ଗୋପ ବାଳୀ ଜମୁନାରେ କରେ ସେ ନାବକେଳୀ
• କୁଞ୍ଜରେ କୁଞ୍ଜ ବିହାରୀ
• ଅଦ୍ଭୁତ ତା ଖେଳା ଲୀଳା ବ୍ରଜ ବିହାରୀ ହେ ।।
•
• ଶବରୁଣୀ ବଣ କୋଳି ବ୍ରଜଦାଣ୍ଡେ ହେମ ହେଲା ତା ଝୁଡି
• କୁବୁଜା ହେଲା ଅପ୍ଷରୀ
• ଚାଣୁର ମୁଷ୍ଟିକ ମାରି ଧର୍ମ ସଂସ୍ଥାପନେ ସାଜେ କଂଶାରୀ
• ଭାରତ ଯୁଦ୍ଧ ପ୍ରଭାରୀ
• (ଦେଖ) ନନ୍ଦିଘୋଷେ ରେ ସାରଥୀ ଚିତ୍ର ତାହାରି ହେ ।।
•
• ଛେନା ,ସରବସାଦହୀ ସଥି ସଙ୍ଗେ ଚୋରି କରଇ ସେହି
• କହ୍ନେଇ ବ୍ରଜ ବିହାରୀ
• ଗୋଗୋଷ୍ଠେ ଜଗଇ ଗାଈ ପ୍ରଫୁଲ୍ଲ ସେ ରୂପେ ହୋଇଲା ବାଇ
• କଳାକୃଷ୍ଣ ଭାବଗ୍ରାହୀ
• ତ୍ରାହି କର ତ୍ରାଣକର୍ତ୍ତା ଏ ସଂସାର ନଈ ହେ
