STORYMIRROR

Dipti lekha Mishra

Others

2  

Dipti lekha Mishra

Others

ଯୋଜନା ପରେ ଯୋଜନା#

ଯୋଜନା ପରେ ଯୋଜନା#

1 min
88

ଧନ୍ୟ ତୁମ ଯୋଜନାକୁ

କିଏ ଜନ୍ମ ଦେଇଛି ତୁମକୁ

ନାରୀର ସମ୍ମାନ ରଖ କହି 

ନିର୍ଯ୍ୟାତନା ଦିଅ ସେମାନଙ୍କୁ


ମାତ୍ର ସାତ ଟଙ୍କା ସତୁରୀରେ

ଗୋଟିଏ ଶିଶୁକୁ ଦିଅ ଦାନା

ସେଥିରୁ ପାଞ୍ଚଟଙ୍କା ଗଲେ ଅଣ୍ତା

ବଳକା ରେ ହେବକି ଖଣ୍ଡେ କନା


ତଥାପି ତାଲିକା ଡାଲମା ସହ ଜଳଖିଆ

ପିଲାଙ୍କୁ ଦେବ ଦିଦି ଅତି ଯତନେ

ପରିବା ଆଣି କରିବ ଅଣ୍ଡା ତିଅଣ

ପୁଷ୍ଟିହୀନ ଶିଶୁ ନଦିଶୁ ଅଞ୍ଚଳେ ଦିନେ


କି କଥା ଭାବୁଛ ଆହେ ସରକାର

ତୁମ ଶିଶୁଙ୍କୁ ଦିଅ କି ଏମିତି ଖାଦ୍ଯ

ଏସ୍ ଏଚ୍ ଜି ର ନାମ ବଢାଇ ବଢାଇ

ଦେଉଛ ନିତି ତୁମେ ଅଖାଦ୍ୟ


ପାରିବ ଯଦି ଶୁଣ କାନ ଡେରି

ଆକାଉଣ୍ଟକୁ ପଠାଅ ତାଙ୍କ ଟଙ୍କା

ହିତାଧିକାରୀ ଙ୍କ ପାଟିରୁ ଶୁଣି ପ୍ରଶଂସା

ହେବ ସଭିଙ୍କର ମୁହଁ ବଙ୍କା


ଏସ୍ ଏଚ୍ ଜି ଗଢିଥିଲୁ ଅତି ଯତନେ

ଭୂଲିଗଲ କି ସେ ଉପକାର

ଆମକୁ ଅଞ୍ଚଳେ ଶତ୍ରୄ କରାଇବାକୁ

ଯୋଜନା ଗଢୁଛ ନାନା ପ୍ରକାର


ଦମ୍ ଅଛି ଯଦି ତୁମ ତୁଣ୍ତରେ ଆଜି

ଦେଖାଅ ତୁମର ପାରିବାପଣିଆ

ନାରୀଦଳ ସିନା ନୋହୁଁ ଦୁର୍ବଳ ଜମା

ସେତିକି ଥାଉ ତୁମ ସିଆଣିଆ


ଦେଇକି ପାରିବ ତୁମ ଏସ୍ ଏଚ ଜିଙ୍କୁ

ସଂପୁର୍ଣ୍ଣ ରନ୍ଧନ ଓ ବଣ୍ଟନ ଧନ୍ଦା

ଶହ ଶହ ଖାତା ପୂରଣ କରି କରି

ହେବନାହିଁ ଆମ ମୁଣ୍ଡବିନ୍ଧା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍