STORYMIRROR

Dharitri Mallick

Others

5.0  

Dharitri Mallick

Others

ଯନ୍ତ୍ରଣାର ମନକଥା

ଯନ୍ତ୍ରଣାର ମନକଥା

1 min
14.3K


ଯଦି ପଚାରିବ କେବେ ମୋତେ ,

ଭଲ ବେଶି ପାଏ କିଏ ମୋତେ ?

ଉତ୍ତର ମିଳିବ ମୋ ଜୀବନ ଯନ୍ତ୍ରଣା ।

ଶରୀରରେ ସେ, ମନରେ ବି ସେ,

ଶିରା ପ୍ରଶିରାରେ ସେ, ରକ୍ତରେ ବି ସେ,

ନାହିଁ କେଉଁଠି ସେ ???

ଭାବି ନ ଥିଲି ଜୀବନେ କେବେ ?

ମୋତେ ବି ଦିନେ କିଏ ଭଲ ପାଇପାରେ ଏତେ ?

ଧୀରେ ଧୀରେ ବଢ଼େ ଏ ଯନ୍ତ୍ରଣାର ପ୍ରବାହ ।।

ସମଗ୍ର ଶରୀରକୁ କରେ ଆଜି ଅଚଳ ।।

ମୋର ଜୀବିକା ବୃତ୍ତିକୁ ନେଲା ଛଡେଇ

ଆଉ କରିଦେଲା ସୁସ୍ଥରୁ ଅସୁସ୍ଥ

କଲା ମୋତେ ଆଜି ଶଯ୍ୟାଶାୟୀ ।।

କିନ୍ତୁ ଚିନହେଇ ଦେଲା ମୋତେ ଆଜି ।।

କିଏ ଆପଣା ଆଉ କିଏ ଭଗାରୀ ? !!!

ହେଲେ ଏ ଯନ୍ତ୍ରଣା ଦେଇ ଚାଲିଛି ଅନେକ ଶିକ୍ଷା

ପରିଚିତ କରେଇଛି ଏ ସବୁ ଈଶ୍ଵରଙ୍କର ଲୀଳା

ଯନ୍ତ୍ରଣା କହୁଛି ମୋତେ !!

ରାଗୁଛୁ କାହିଁକି ଏତେ ??

ନ ଥିଲେ ତୋର କେହି ସାଙ୍ଗ !!

ତେଣୁ ହେଲି ମୁଁ ତୋର ସାଙ୍ଗ !!

ସତ କହ ସାଙ୍ଗ ପାଇନୁ କି ମୋର ଲାଭ ??

ସତ କହୁଛି ଯନ୍ତ୍ରଣା ମିତ

ତୋ ସାଙ୍ଗରୁ ସୃଷ୍ଟି ହେଲା କିଛି ଗୀତ

ଈଶ୍ଵର ବିଶ୍ୱାସୀ ଥିଲି ବଢିଗଲା ଈଶ୍ୱର ବିଶ୍ୱାସ

ହେଲେ ତୋ ଅତି ଭଲ ପାଇବା

ଶୋଷି ନେଉଛି ଆଜି ମୋ ରକ୍ତ

ତୁ ମୋ ସାଙ୍ଗ ନା ଯୋକ??

ତୁ ସିନା ମୋତେ ଭଲ ପାଇ ହେଲୁ ସାଙ୍ଗ

ହେଲେ ମୁଁ ଅନିଛୁକ ହେବାପାଇଁ ତୋର ସାଙ୍ଗ ।।

ଭାଗ୍ୟ ମୋତେ କରିଛି ବାଧ୍ୟ

ହେବା ପାଇଁ ତୋର ସାଙ୍ଗ

ତୋ ଭଳି ସାଙ୍ଗ କରେ ଜୀବନ ନାଶ

ସବୁ ଭଲ ପାଇବାରେ ନ ରହିଲେ ଭାରସାମ୍ୟ

ଦୁଃଖଦ ଅନ୍ତ ଦିନେ ଘଟିବ ନିଶ୍ଚୟ ।।

(© ଧରିତ୍ରୀ )


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍