Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

kahnu charan sahu

Others

3  

kahnu charan sahu

Others

ଯନ୍ତ୍ରଣା

ଯନ୍ତ୍ରଣା

1 min
256



ନୀରବ ଯନ୍ତ୍ରଣା ସହି ଯେ ହୁଏନା

ଜଳାଏ ରାତି ଓ ଦିନ 

ନ ବୁଝିବା ମନ ବୁଝି କି ପାରିବ

ହୃଦୟର ଥଇଥାନ ?


ପ୍ରଶ୍ନର ଉତ୍ତର ମିଳିବା ସମ୍ଭବ

ନୁହେଁ କାହା ହୃଦୟର

ପ୍ରଶ୍ନ ପଚାରିବା ଆଗରୁ କାହାକୁ

ନିଜକୁ ଥରେ ପଚାର ।


ନିଜ ପରି କେବେ ଭାବନି କାହାକୁ

ପାରୁଥିବ ଅଳ୍ପେ ବୁଝି

ନିଜ ପରି କେବେ ପାଇବନି ତମେ

ଆସିଲେ ଦୁନିଆ ଖୋଜି ।


ନିଜକୁ ପଥର ଗଢି ଦେଲେ ସବୁ

ପ୍ରଶ୍ନ ହୋଇବ ସରଳ

କାହା ଅପେକ୍ଷା ଓ ଉପେକ୍ଷାର କଷ୍ଟ

କେବେ ସାଜେ ହୃଦ ଜାଳ ।


ବହୁ ମୂଲ୍ୟବାନ ନିର୍ମଳ ହୃଦୟ

ନ କର କେବେ ଅପେକ୍ଷା 

ଅନ୍ୟ ପାଇଁ କିଆଁ ନିଜକୁ ଜଳାଅ

ପାଇ କାହାଠୁ ଉପେକ୍ଷା ।।


Rate this content
Log in