STORYMIRROR

K. Nirmal

Others

2  

K. Nirmal

Others

ଯମ ରାଜାଙ୍କ ଦର୍ଶନ

ଯମ ରାଜାଙ୍କ ଦର୍ଶନ

1 min
363



ହେଲମେଟ୍ ମୁଁ କେବେ ପିନ୍ଦିବି ନାହିଁ

ଯିବି ମୁହିଁ ନର୍କଦ୍ୱାର,

ଦର୍ଶନ କରିବି ଯମ ରାଜାଙ୍କୁ ମୁଁ

ଭାସିଯାଉ ଯାହା ମୋର ।


ମଦ ମୁଁ ଖାଇବି ଫାଟିଯାଉ ଛାତି

ହୋଇଯାଉ ପଛେ ଯାହା,

ଡାକ୍ତର ଔଷଧ କାମ ଦେବ ନାହିଁ

ଯମ ରାଜା ହେବ ସାହା


ସିଗେରେଟ୍ ଟାଣିବି ଲୋକଙ୍କ ଆଗରେ

ପୋଡ଼ିଯାଉ ପଛେ ଛାତି,

ଭବିଷ୍ୟତ ପଛେ ଅନ୍ଧକାର ହେଉ

ଯମ ରାଜା ହେଉ ତାତି ।


ଗୁଟୁକା ଖାଇବି ଝିଅ ନଦେଉ କେହି

କର୍କଟ ହେଲେବି ଚଳୁ,

ଦାନ୍ତ ସବୁ ମୋର ନାଲିଆ ପଡ଼ିଲେ

ପୋକ ଖାଇ ସବୁ ଗଳୁ ।


ମୋବାଇଲ୍ ଧରି ଗାଡ଼ି ମୁଁ ଚଳାଇ

କଥା କହିବି ରାସ୍ତାରେ,

ଧକ୍କା ହୋଇଯାଉ ଗାଡ଼ି ପଛେ ମୋର

ମରୁଥିବି ହୀନସ୍ତାରେ।


ସବୁ କର୍ମ ପରେ ଯମ ରାଜାଙ୍କର

ଦର୍ଶନ ମିଳିବ ସତେ,

ସୁଲଭ ମୂଲ୍ୟରେ ଟିକଟ ମିଳିବ

ଶେଷ ଜୀବନର ପଥେ ।


◆ କେ.ନିର୍ମଳ

◆ ଭଦ୍ରକ,ବାସୁଦେବପୁର(ଜଗନ୍ନାଥି)

◆ ମୋବାଇଲ:-୯୫୬୬୧୧୩୬୦୭

◆ Gmail:- nirmaln270@gmail.com


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍