STORYMIRROR

Kulamani Sarangi

Others

2  

Kulamani Sarangi

Others

ଯିଏବା ଗଢିଛି ତୁମକୁ ତାପାଦେ---

ଯିଏବା ଗଢିଛି ତୁମକୁ ତାପାଦେ---

1 min
13.5K


ଯିଏବା ଗଢିଛି ତୁମକୁ ତାପାଦେ

କୋଟି କୋଟି ନମସ୍କାର,

ତୁମ ଏହି ରୂପ ଆହା କି ସୁନ୍ଦର

ଆହା କେଡେ ମନୋହର!

ହସର ଅମୃତ ଝରିଯାଉଅଛି

ରଂଗାଅଧରୁ ଗୋସାଇଁ,

ସେ କରୁଣା କଣା ସଜଳ ଆଖିରେ

ଭକତେ ଯାଆନ୍ତି ପିଇ।

ଜଗତକୁ ସତେ ନେଉଛ କୋଳେଇ

ବିସ୍ତାରି ଅନନ୍ତ ଭୁଜ,

ପତିତ ପାବନ ଛାୟାରେ ଶୀତଳ

କରୁଛ ବିଶ୍ବସମାଜ।

ତୁମ ଚକାଆଖି ଚାହିଁଲେ ପରଖି

ଦିଶଇ ଗୋଳଭୂଖଣ୍ଡ,

ତୁମରି ବିଶାଳ ବାହୁତଳେ ଆଶ୍ରା

ନେଇଛି ବିଶ୍ବ ବ୍ରହ୍ମାଣ୍ଡ।

ଅବ୍ୟକ୍ତ ତୁମେହେ,ଅବ୍ୟୟ ତୁମେହେ

ତୁମେତ ଅମୃତମୟ,

ସୀମିତ ମୋ ଜ୍ଞାନ ତୁମରି ରୂପର

କିବା ଦେବ ପରିଚୟ!

ସାରା ବ୍ରହ୍ମାଣ୍ଡର ମୂଳସତ୍ତା ତୁମେ

ତୁମବିନା କିଛି ନାହିଁ,

ସବୁଧର୍ମ ତେଜି ତୁମରି ପୟରେ

ଶରଣ ହେ ବିଶ୍ବସାଇଁ।


ତୁମର ଦାସାନୁଦାସ

କୁଳମଣି ଷଡଙ୍ଗୀ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍