STORYMIRROR

Anirudha Kund

Others

3  

Anirudha Kund

Others

ଯିଏ ଜଗନ୍ନାଥ ସିଏ ନନ୍ଦସୁତ

ଯିଏ ଜଗନ୍ନାଥ ସିଏ ନନ୍ଦସୁତ

1 min
11.8K




ଯିଏ ଜଗନ୍ନାଥ   ସିଏ ନନ୍ଦସୁତ

     ରାଧିକା ରମଣ ହରି  (ଘୋଷା)

ପୂର୍ଣ୍ଣ ଅବତାରୀ ଷୋଳକଳାଧାରୀ

    ଜଗତ ପାଳନକାରୀ 


ପୂର୍ଣ୍ଣବ୍ରହ୍ମ ସିଏ  ଅଧାଗଢା ନୁହେଁ

   ବ୍ରଜ ବିରହର ଶିରି

ବିରହ ବ୍ୟଥାରେ  କାୟା ସଂକୁଚିତ

   କରିଣ କଛପ ପରି


ଶିରି ମନ୍ଦିରରେ ଗୋବିନ୍ଦ ଆଜ୍ଞାରେ

  ବ୍ରହ୍ମା ସ୍ଥାପିଲେ ଶ୍ରୀହରି  

ପୂଜିଲେ ଅନ୍ତରେ ଗୋପାଳ ମନ୍ତ୍ରରେ

    ତୁଣ୍ତେ ଉଚ୍ଚାରଣ କରି 

   

ଚଳନ୍ତି ପ୍ରତିମା ମଦନ ମୋହନ

  ପୂର୍ଣ୍ଣ ଷୋଳକଳାଧାରୀ

ମୁକୁନ୍ଦ ମୁରାରି କପଟ ଚାତୁରୀ 

    ଦୀନବନ୍ଧୁ ଦଇତାରୀ


ଝୁଲଣରେ ଝୁଲେ ଭକ୍ତସଙ୍ଗେ ଖେଳେ

   ରାଧାଙ୍କୁ ସାଥିରେ ଧରି

ଗ୍ରୀଷମ ତାତିରେ ନରେନ୍ଦ୍ର ଛାତିରେ

   ଚାପଖେଳେ ଗିରିଧାରୀ 


ଦାମୋଦର ଲୀଳା ଶୁଣେ ଚକାଡୋଳା

   କାର୍ତ୍ତିକେ କାନକୁ ଡେରି

ଗୀତଗୋବିନ୍ଦର ଗୀତ ଯେ ମଧୁର

   ଜଗା ମନ କରେ ଚୋରି ।


Rate this content
Log in