ଯିଏ ଡାକେ ସିଏ ତା'ର
ଯିଏ ଡାକେ ସିଏ ତା'ର
1 min
332
ଭକତର ପାଇଁ କାଳିଆ ଗୋସାଇଁ
କରେନି କେବେ ଉଛୁର
ବଡ ମନଚୋର ବିସ୍ମୟ ଠାକୁର
ଯିଏ ଡାକେ ସିଏ ତା'ର ॥୦॥
କାହା ପାଇଁ ସିଏ ଗଜାନନ ହୁଏ
କାହାର କଳା ଠାକୁର
କାହା ପାଇଁ ରାମ କାହା ପାଇଁ ଶ୍ୟାମ
ପୁଣି ରାଈ ଦାମୋଦର
ସର୍ବ ଧର୍ମ ମତ ଯହିଁ ସନ୍ନିହିତ
ସେହି ଜଗନ୍ନାଥ ମୋର ॥୧॥
ଭକତ ତାହାର ସବୁଠାରୁ ସାର
ଭକତ ପ୍ରେମେ ଆତୁର
ଶ୍ରୀମନ୍ଦିର ଛାଡି ଯାଏ ପୁଣି ମାଡି
ଭକତ ଚାଳିଆ ଘର
ଦେଖେନି ଧରମ ଦେଖେନି କରମ
ଦେଖେନି ଜାତି ଗୋତର॥୨॥
