ଯିବୁପଛେ ଜରାନିବାସ
ଯିବୁପଛେ ଜରାନିବାସ
1 min
14K
ଜନ୍ମ ମାଟି ଛାଡି ଯିବୁନି ବିଦେଶ
ପୁଅବୋହୁଙ୍କର ସାଥୀରେ
ବନ୍ଦ କୋଠରୀରେ ନିଃସଙ୍ଗ ଜୀବନ
ରହିପାରିବୁନି ଶାନ୍ତିରେ ॥
ବିଦେଶ ମାଟିରେ ନାହିଁ ସ୍ୱାଧୀନତା
ବଂଚିବାର ସ୍ୱାଦ ଭିନ୍ନ
ମୋଟା ଅଙ୍କ ଅର୍ଥ ଲାଳସାରେ ସିନା
ସର୍ବେ ସେଠି ପରାଧୀନ ॥
ଛାଡି ଘରଦ୍ୱାର ବନ୍ଧୁବାନ୍ଧବଙ୍କୁ
ଯିବୁନାହିଁ ଆମେ ପ୍ରବାସ
ନମିଳିଲେ ନାହିଁ ବାର୍ଦ୍ଧକ୍ୟରେ ସେବା
ଯିବୁପଛେ ଜରା ନିବାସ ॥
