STORYMIRROR

Sanjay Prusty

Others

4  

Sanjay Prusty

Others

ଯେତେ ବେଳେ ସବୁ ବନ୍ଧନ

ଯେତେ ବେଳେ ସବୁ ବନ୍ଧନ

1 min
3

ଯେତେ ବେଳେ

ସବୁ ବନ୍ଧନ ଶିଥୂଳ ହୋଇ ଆସେ,

ତୁମରି ଦେହର ମହକ,

ତୁମରି ରୂପର ଆକର୍ଷଣ,

ସେ ସବୁର କିଛି ମାନେ ନଥାଏ ।

ସେତେ ବେଳେ;

କେଜାଣି, କେମିତି କେଉଁ ଏକ ଆକର୍ଷଣ

ତୁମ ସାଥେ ମୋତେ,

ମୋ ସାଥେ ତୁମକୁ

ଗୋଟିଏ ସୁତାରେ ବାନ୍ଧିଛି,

ଏ ବନ୍ଧନ ସତେ କେତେ ଯେ ନିବିଡ

ବିନା କିଛି ଆଶାର ଏ ଡୋରି

ତୁମ ସାଥେ ମୋତେ,

ଜାବୁଡି ଧରିଛି ।

ତୁମ ବିନା ଜୀବନର

କଳ୍ପନା ହୁଏନି,

ସାହାଯ୍ୟର ଦରକାର ନଥିଲେ ବି,

ବାକି ଥିବା ଜୀବନ,

ତୁମ ବିନା ବଞ୍ଚିବା ସମ୍ଭବ ହୁଏନି ।।


Rate this content
Log in