STORYMIRROR

Sanjay Prusty

Others

4  

Sanjay Prusty

Others

ଜଗନ୍ନାଥ

ଜଗନ୍ନାଥ

1 min
16

ହେ ମହାବାହୁ ମୋହ ନୁହେଁ,

ନିର୍ମୋହ ଟିକେ ମାଗୁଛି,

ମୋତେ ଟିକେ ଶିଖେଇ ଦିଅନ୍ତୁନି,

ନିର୍ମୋହି ହୋଇବାର କଳା ଯେମିତି

ପହୁଁଅ ପତରରେ ପାଣି ସେମିତି ମାୟାର

ଅଥଳ ସାଗରରେ ରହି

ନିର୍ମାୟା ହୋଇଯିବାର କଳା ।


ହେ ମହାବାହୁ ଭକ୍ତି ନୁହେଁ,

ଭାବ ଟିକେ ମାଗୁଛି,

ମୋତେ ଟିକେ ଶିଖେଇ ଦିଅନ୍ତୁନି,

ଭାବ ଲଗାଇବାର କଳା ଯେମିତି

ରାଧାର, ମୀରା, ସୁଦାମାର, ଦାସିଆ ବାଉରୀ କି ସାଲବେଗର କେମିତି ତୋର ହୋଇ ଯିବାର

ଅବା ତୋତେ ଆପଣାର କରି ନେବାର କଳା ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍