ମା
ମା
1 min
4
ମା ମୋର ସରଗର ତାରା
ତା'ବିନା ଜୀବନ ଅଧୁରା ।
ନଖାଇ ନପିଇ ଆମକୁ ଦିଏ ଖୁଆଇ
ସେ ଆମ ଜୀବନର ଧାରା ।
ଦଶମାସ ଗର୍ଭେଧରି କରିଲା ଜନମ
ତେଲ ହଳଦିରେ ନେଲା ଦେହର ଯତନ ।
ମା' ର ମମତା ସ୍ନେହର ଭାର
ଯେଉଁଠି ପୁରିଯାଏ ଭୋଗଆହାର ।
ନିଜେ ସହି ଦୁଃଖ ଅନ୍ୟକୁ ଦିଏ ସୁଖ
ସ୍ନେହ ମମତାରେ ଭରିଦିଏ ଆମ ଜୀବନରେ ସୁଖ ।
ମା' ଠାରୁ ଏ ଦୁନିଆରେ ନାହିଁ ତ କେହି ବଡ଼
ତା' ପାଖରେ ଆମେ ସମସ୍ତେ କ୍ଷୁଦ୍ରତର ।
ତା ସ୍ନେହ ମମତାରେ ବାନ୍ଧିହୋଇ ଭୁଲିଯାଉ
ଜୀବନର ସବୁ ଦୁଃଖ ।।
