STORYMIRROR

Sanjay Prusty

Others

4  

Sanjay Prusty

Others

ଧନ୍ଯ ତୁ ବୀର ଯବାନବୀର ଯବାନଙ୍କ ଶକ୍ତି ଯେ ଅପାରଶତୃ ହ

ଧନ୍ଯ ତୁ ବୀର ଯବାନବୀର ଯବାନଙ୍କ ଶକ୍ତି ଯେ ଅପାରଶତୃ ହ

1 min
12

ଧନ୍ଯ ତୁ ବୀର ଯବାନ

ବୀର ଯବାନଙ୍କ ଶକ୍ତି ଯେ ଅପାର

ଶତୃ ହୁଏ ଥରହର

ସୈନିକର ଶୌର୍ଯ୍ୟ ରହିଛି ଅମର

ଧନ୍ଯ ତୁ ଯବାନ ବୀର 

ପରିଜନ ଠାରୁ ରହୁ ବହୁଦୂର

ଧନ୍ୟ ତ୍ୟାଗ ବିଚାର

କଷ୍ଟ ସହି ସୁରକ୍ଷା କରୁ ଆମର

ଧନ୍ୟରେ ମାତା ତୋହର 

ସୁରକ୍ଷାରେ ଦେଉ ଜୀବନକୁ ତୋର

ପ୍ରଶଂସନୀୟ କୁମର

ସମ୍ମାନ କରୁଛୁ ବଳିଦାନ ତୋର

ଯୁଗେ ଯୁଗେ ତୁ ଅମର 

ଶତୃର ଗୁଳିକୁ ଦେଉ ତୁ ଉତ୍ତର

ଶୁଣି ହୁଏ ମନେ ଡର

ବୀର ଯବାନ ତୁ ମହାନ୍‌ ଦେଶର

ଦେଶ ଗର୍ବ କରେ ତୋର ‌।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍