STORYMIRROR

Sanjay Prusty

Others

3  

Sanjay Prusty

Others

ଜଗନ୍ନାଥ

ଜଗନ୍ନାଥ

1 min
12

ଜଗନ୍ନାଥଙ୍କୁ ଗୁହାରୀ

ମୁଁ ନୁହେଁ ଦାଶିଆ କି ସାଲବେଗ, ଯେ ଟେକିଦେଲେ ମୋ ନଡ଼ିଆ ମହାଶୂନ୍ୟରେ ବିଲୀନ ହୋଇଯିବ, କି ଶରଧାବାଲିରେ ରଥ ଗଢ଼ି ଡ଼ାକିଦେଲେ, ନନ୍ଦିଘୋଷ ଛାଡ଼ି ତୁ ଆସିବୁ ଚାଲି ଆଉ ରହିଯିବ ନନ୍ଦିଘୋଷ ବଡ଼ଦାଣ୍ଡେ ଅଚଳା ପାହାଡ଼ ଟେ ସାଜି । ନାହିଁ ମୋ ମନେ ଏତିକି ଭକ୍ତିର ସାଗର, ନାହିଁ ମୋ ପାଖେ ଆଜି ତୋ ପୂଜା ପାଇଁ ଅଶେଷ ସାମର୍ଥ୍ୟ, ହେଲେ ବି ମୁଁ ଆସିଛି ତୋ ଶରଣକୁ, ରଖିବୁ ବୋଲି ତୋ ନୀଳଚକ୍ର ତଳେ, ତୋ ବଡ଼ଦାଣ୍ଡର ଭିକାରୀ ଟେ କରି ମୋତେ । ଆସୁଥିବି ନୀତି ସକାଳୁ ଯାଉଥିବି ଫେରି ପୁଣି ଲେଉଟା ସୁରୁଜକୁ ନେଇ ସାଙ୍ଗେ, କିଛି ପାଏ କି ନ ପାଏ, ପବିତ୍ର ହେଉଥିବ ମୋ ଜୀବନ ପୁଣି ଶୁଣି ତୋ ଶ୍ରୀମନ୍ଦିର ର ଘଣ୍ଟ ଧ୍ବନୀ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍