STORYMIRROR

Sanjay Prusty

Others

4  

Sanjay Prusty

Others

ପିଲା ଦିନୁ ଯିଏ ଅନ୍ଧାର କୁ ଭୟ କରେନି, ଆଜି ତାକୁ ଅନ୍ଧାର

ପିଲା ଦିନୁ ଯିଏ ଅନ୍ଧାର କୁ ଭୟ କରେନି, ଆଜି ତାକୁ ଅନ୍ଧାର

1 min
11

ପିଲା ଦିନୁ ଯିଏ ଅନ୍ଧାର କୁ ଭୟ କରେନି,

ଆଜି ତାକୁ ଅନ୍ଧାର ମାଡ଼ି ବସେ;

ଯିଏ ଏକୁଟିଆ ରହିବାକୁ ଭଲ ପାଉଥିଲା,

ଏବେ ତା ପାଖକୁ ଏକୁଟିଆପଣ ଜହ୍ନ ପରି ଘଡ଼ି ମାରି ଆସେ;

ମୁଁ ଏମିତି ତ କେବେ ବି ନ ଥୁଲି ତେବେ ଏବେ କାହିଁକି ?

ନିଦ କୁ ଭଲ ପାଉଥୂବା ରାତି କାହିଁକି ବିତିଯାଏ ଚାହିଁକି ?

ନିଜକୁ ଦବାକୁ ହସ ର ଠିକଣା, ଚୁପ୍ ଚାପ୍ ଆଜି ଓଠ;

ପରିଚୟ ମାଗେ ନିଜର ଅଗଣା, ଖୋଜୁଛି ମୁଁ ନୂଆ ବାଟ;

କଷ୍ଟ କଲେ ଯଦି କୃଷ୍ଣ ମିଳେ ତେବେ କାହାନ୍ତି ମୋ ଶ୍ରୀ କୃଷ୍ଣ ?

କଷ୍ଟ କରିବାର କଷ୍ଟ ନାହିଁ ହେଲେ ଅଛି ମୋର ଗୋଟେ ପ୍ରଶ୍ନ;

ସମସ୍ତ ଙ୍କ ପାଇଁ ଅପେକ୍ଷା ର ଫଳ ମିଠା ଯଦି ବା କାହିଁକି;

ମୋ ଅପେକ୍ଷା ର ଫଳ ଅପେକ୍ଷା କରୁଛି ପୁଣି ଅପେକ୍ଷା ହେଇକି  ।।


Rate this content
Log in