STORYMIRROR

Sadananda Pratihari

Others

2  

Sadananda Pratihari

Others

ଯେମିତି ଡାକୁଛ ଡାକ

ଯେମିତି ଡାକୁଛ ଡାକ

1 min
13.8K


କିଏ ଡାକେ ଜଗା କିଏ ସେ କାଳିଆ

କିଏ ଡାକେ ଭାବଗ୍ରାହୀ

ଜଗନ୍ନାଥ ବୋଲି ଡାକନ୍ତି ଅନେକ

ସେବାୟତ ଡାକେ ଭାଇ ॥

କିଏ ବାସୁଦେବ ବଳୀୟାରଭୁଜ

କିଏ ଡାକେ ଚକା ଆଖିଆ

କିଏ ପରମ୍ ବ୍ରହ୍ମ ନୀଳାଦ୍ରିବିହାରୀ

କିଏ ଭାବ ବିନୋଦିଆ ॥

କିଏ ସେ ଅନନ୍ତ ଡାକେ ରଙ୍ଗାଧର

କିଏ ବି ଶ୍ରୀକ୍ଷେତ୍ର ପତି

କିଏ ଡାକେ ମତେ ମାୟାଧର ବୋଲି

ନାନାମତେ ଏଇମିତି ॥

ଯେମିତି ଡାକୁଛ ଡାକ ପଛେ ମୋତେ

ଶ୍ରଦ୍ଧା ଭକ୍ତି ଥାଇ ଡାକ

ସବୁ ମୁଁ ଜାଣୁଛି ସବୁ ମୁଁ ଦେଖୁଛି

ଭକ୍ତଗଣ ମନେରଖ ॥

(ସଦାନନ୍ଦ ପ୍ରତିହାରୀ )

ତା୨୮-୭-୨୦୧୮


Rate this content
Log in