STORYMIRROR

Shiba Charan Mahapatra

Others

4  

Shiba Charan Mahapatra

Others

ଯେବେ ଏଇ ପୃଥିବୀ ଟା

ଯେବେ ଏଇ ପୃଥିବୀ ଟା

1 min
197



ସୌରଭ ପୃଥିବୀ ସୌଭାଗ୍ଯ ପୃଥିବୀ

ସୌନ୍ଦର୍ଯ୍ୟ ପୃଥିବୀ ମୋର

ଐଶ୍ବର୍ଯ୍ଯ ପୃଥିବୀ ଐତିହ୍ୟ ପୃଥିବୀ

ଅଦ୍ୱିତୀୟ ପରିବାର...

 

ସୂର୍ଯ୍ୟ-ଚନ୍ଦ୍ର-ତାରା-ଗ୍ରହ-ଉପଗ୍ରହ 

ବନ୍ଧୁ ପରିଜନ ସମ

ପଶୁ-ପକ୍ଷୀ-କୀଟ-ଜୀବ-ବୃକ୍ଷ-ଲତା

ଅଗାଢ ଅତୁଟ ପ୍ରେମ...


ଜଳ-ସ୍ଥଳ-ଅଗ୍ନି-ଶୂନ୍ୟ-ମରୁତ 

ପଞ୍ଚଭୁତେ ଗଢା ମହୀ

ନଦୀ-ବନ-ଗିରି-ସ୍ଥାବର-ଜଙ୍ଗମ

ଗୁନ୍ଥାଗୁନ୍ଥି ଅଛି ତହିଁ...


ଏକଠି ଆରେକ ସାମଞ୍ଜସ୍ୟ ରଖେ 

ଇଏ ତ ପୃଥ୍ବୀ ବିଧାନ

ଆତ୍ମସ୍ୱାର୍ଥ ଯେବେ ଉଦ୍ଦେଶ୍ୟ ଉଦିତ

ଅନ୍ୟ ଟି ହୁଏ ନିଶ୍ଚିହ୍ନ...


ଯେ ଭାବେ ଗଢା ଏ ଶୃଙ୍ଖଳିତ କଡି 

ସର୍ବେ ହାତ ଛନ୍ଦା ଛନ୍ଦି 

ଆଚରିଲେ କେହି ବିଶୃଙ୍ଖଳା ଭାବ

ସମ୍ପର୍କ ଟି ହୁଏ ରୁନ୍ଧି...


ଲଳିତ ପୃଥିବୀ ଦଳିତ ହେଉଛି 

ସମ୍ଭାଳ ମଙ୍ଗ ମାନବ

ଆଉଥରେ ହସୁ ଜନନୀ ପୃଥିବୀ 

ନାନା ରଙ୍ଗ ମାଖୁ ଭବ...


ବୁଝିଯାଅ ବାରେ ପ୍ରକୃତି ନୀୟମ 

ଥିଲା ଯା' ଅତୀତ ଦିନେ

ହସି ହସେଇବ ଏ ପୃଥିବୀ ମାତା

ସଙ୍କଳ୍ପ କରିଲେ ମନେ...


ସାତ ଋତୁ ସତ ବାନ୍ଧବି ଲାଗିବେ 

ଋଷି ବେନି ମାନ କରି

ପୃଥିବୀ ହସିବ ମନଖୋଲି ପୁଣି 

ଫୁଲ ଫଳ ସଙ୍ଗେ ଧରି...


×-×-×-×-×-×-×-×-×-×-×-×-×

ଶିବ ଚରଣ ମହାପାତ୍ର 

ଚକ୍ରଧରପୁର : କେନ୍ଦୁଝର 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍