STORYMIRROR

Gupteshwar Nanda

Others

3  

Gupteshwar Nanda

Others

ଯଦି

ଯଦି

1 min
255

ଯଦି ଋତୁ ବଦଳିଲା ପରି

ଜୀବନଟା ବଦଳୁଥାନ୍ତା

ତେବେ ବୋଧେ କଷ୍ଟର ଅନୁଭୂତି

ଟିକେ କମି ଯାଆନ୍ତା !

ଯଦି ଶ୍ରାବଣର ବର୍ଷା

ଦୁଃଖ ସବୁକୁ ଧୋଇ ଦିଅନ୍ତା

ତେବେ ବୋଧେ ମଣିଷକୁ

ଶାନ୍ତିରେ ନିଦଟେ ହୁଅନ୍ତା !

ଯଦି ବସନ୍ତରେ ପତ୍ର ଝଡିଲା ପରି

ମଣିଷର ବୟସ ନ ଝଡନ୍ତା

ତେବେ ବୋଧେ ଜିଇଁ ରହିବାର

ଆଶା ବି ବଢ଼ିଯାଆନ୍ତା !

ଯଦି କଳା ମେଘର ମାଳା

ଆକାଶ ଦେହରେ ନ ଥାନ୍ତା

ତେବେ ବୋଧେ ଚେହେରାଟା

ସଦାବେଳେ ହସୁଥାନ୍ତା !


- ଗୁପ୍ତେଶ୍ଵର ନନ୍ଦ

ଶଙ୍କରା, ବିନିକା, ସୁବର୍ଣ୍ଣପୁର



Rate this content
Log in