" ନିଜକୁ ବୁଝିବାର ବୁଝେଇବାର ନିଆରା ମାପକାଠି "
" ନିଜକୁ ବୁଝିବାର ବୁଝେଇବାର ନିଆରା ମାପକାଠି "

1 min

148
ଛାଇଟା ଯଦି !!!
ଲୁହ ଆଉ କୋହରେ
ଭାଗ ବସେଇ ପାରୁଥାଆନ୍ତା.....
ଆଉ ଗୋଟେ ମୁଁ ର ଅଭାବ ଚିତ୍କାର କରୁନଥାନ୍ତା ॥
ନିଃଶ୍ୱାସଟା ଯଦି !!!
ବୋଲ ମାନୁଥାଆନ୍ତା....
ନିର୍ଲ୍ଲଜ ସ୍ପନ୍ଦନର ଅଲୋଡା
ବିଷୈଳୀ ରକ୍ତ ଚୁମ୍ବନ ହୃଦୟକୁ
ମୃତବତ୍ ସ୍ଥାଣୁ କରିପାରିନଥାନ୍ତା ॥
ସମୟଟା ଯଦି !!!
ଦରଦୀବନ୍ଧୁଟିଏ ହେଇଥାଆନ୍ତା....
ସ୍ୱାର୍ଥୀ ସ୍ୱେଚ୍ଛାଚାରୀଙ୍କ ହାଟରେ,
ଜୀଇଁବାର ଭୟ ତଟସ୍ତ କରୁନଥାନ୍ତା॥
ଭରସା ଗୁଡାକ ଯଦି !!!
ଜୀବନ୍ୟାସ ପାଇପାରୁଥାଆନ୍ତେ.....
ହସଖୁସିର ମୁଖା ଆଢୁଆଳରେ
ବାସ୍ତବଟା ଅଯଥା ସାଜୁନଥାନ୍ତା॥