ଯଦି ଚାହୁଁଥାଅ.....ତେବେ
ଯଦି ଚାହୁଁଥାଅ.....ତେବେ
1 min
100
ଜୀବନର ଅସ୍ଥିରତା ମାପିବାକୁ....ଯଦି ଚାହୁଁଥାଅ,
ତେବେ ଥରେ ଅସ୍ଥିର ସାଗରର ଉର୍ମି ପରି ,
ବାଲୁକା ତଟେ ଥରେ ମଥା ପିଟି ଦେଖ ।
ଦୁଃଖର ଗଭୀରତା ଜାଣିବାକୁ ....ଯଦି ଚାହୁଁଥାଅ,
କେବେ ଥରେ ଗଭୀର ସାଗରେ ବୁଡି ,
ତା ଗଭୀରତାକୁ ଥରେ ମାପି ଦେଖ ।
ରାତ୍ରିର ଅନ୍ଧକାରେ ଆଲୁଅ ଧାରେ ....ଯଦି ଖୋଜୁଥାଅ ,
ତେବେ ଥରେ ସ୍ବପ୍ନକୁ ସାଥୀ କରି ,
ସ୍ବପ୍ନର କ୍ଷଣିକ ଖୁସିର ଚମକକୁ ଥରେ ଧରି ରଖ ।
