STORYMIRROR

Smruti Sephali Meher

Others

3  

Smruti Sephali Meher

Others

ଯବାନ ଶହୀଦ

ଯବାନ ଶହୀଦ

1 min
277

ଆସ ଥରେ ଫେରି ଆସ 

ହେ ଯବାନ ଶହିଦ

ତୁମେ ଗଲା ଦିନୁ କାନ୍ଦୁଛି ଗାଁ ମାଟି 

ଜୀବନ ପାଲଟି ଯାଇଛି 

ରକ୍ତଯାେଡା ପଥର ସମୂହ


ସ୍ତ୍ରୀ ପାେଛୁନାହିଁ ମଥାରୁ ସିନ୍ଦୂର 

ତୁମେ ପରା ଅଜେୟ ଅମର

ଭଉଣୀ କାନ୍ଦୁଛି ରାକ୍ଷୀକୁ ଆବରି

ଆସିବ ବାେଲି କହିଥିଲ ଏଥର । 


କି ସାନ୍ତ୍ବନା ଦେଇ ବୁଝାଇବ ଝିଅକୁ

ଅଧାବାଟେ ଛାଡିଦେଲ ହାତ

ବାେଉ ପାଦ ଛୁଇଁ ଫେରିଆସିବ କହି

ବାଛିନେଲ କଣ୍ଟା ଜୁଇର ପଥ ।


ଅତି ସରାଗରେ ପ୍ରେମିକା ଗଳାରେ 

ବାନ୍ଧିଥିଲ ସୁନାର ହାର

କି ସଉକ ଆଉ ରଖିଲ ହେ ବୀର

ହୃଦୟ ଫାଟି ଯାଉଛି ତାର । 



ଭାରତ ମାଟି ପାଇଁ ବଳି ପଡିଗଲ

ହସି ହସି ତା ପାଦେ ସମର୍ପି ଦେଲ

ଆମ ସଭିଁଂକ ଓଠରେ ହସ ଫୁଟାଇ

ଚିର ନିଦ୍ରାରେ କେମିତି ଶାେଇଗଲ । 

ହେ ବୀର କେମିତି ଶାେଇଗଲ...


Rate this content
Log in