STORYMIRROR

Smruti Sephali Meher

Others

3  

Smruti Sephali Meher

Others

ଯବାନ ଶହୀଦ

ଯବାନ ଶହୀଦ

1 min
278

ଆସ ଥରେ ଫେରି ଆସ 

ହେ ଯବାନ ଶହିଦ

ତୁମେ ଗଲା ଦିନୁ କାନ୍ଦୁଛି ଗାଁ ମାଟି 

ଜୀବନ ପାଲଟି ଯାଇଛି 

ରକ୍ତଯାେଡା ପଥର ସମୂହ ।


ସ୍ତ୍ରୀ ପାେଛୁନାହିଁ ମଥାରୁ ସିନ୍ଦୂର 

ତୁମେ ପରା ଅଜେୟ ଅମର

ଭଉଣୀ କାନ୍ଦୁଛି ରାକ୍ଷୀକୁ ଆବରି

ଆସିବ ବାେଲି କହିଥିଲ ଏଥର । 


କି ସାନ୍ତ୍ବନା ଦେଇ ବୁଝାଇବ ଝିଅକୁ

ଅଧାବାଟେ ଛାଡିଦେଲ ହାତ

ବାେଉ ପାଦ ଛୁଇଁ ଫେରିଆସିବ କହି

ବାଛିନେଲ କଣ୍ଟା ଜୁଇର ପଥ ।


ଅତି ସରାଗରେ ପ୍ରେମିକା ଗଳାରେ 

ବାନ୍ଧିଥିଲ ସୁନାର ହାର

କି ସଉକ ଆଉ ରଖିଲ ହେ ବୀର

ହୃଦୟ ଫାଟି ଯାଉଛି ତାର । 



ଭାରତ ମାଟି ପାଇଁ ବଳି ପଡିଗଲ

ହସି ହସି ତା ପାଦେ ସମର୍ପି ଦେଲ

ଆମ ସଭିଁଂକ ଓଠରେ ହସ ଫୁଟାଇ

ଚିର ନିଦ୍ରାରେ କେମିତି ଶାେଇଗଲ । 

ହେ ବୀର କେମିତି ଶାେଇଗଲ...


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍