STORYMIRROR

Niranjan Mishra

Others

3  

Niranjan Mishra

Others

ଯୌଥ ପରିବାର

ଯୌଥ ପରିବାର

1 min
155


ଯୌଥ ପରିବାର ଭାରି ବଢିଆ ।

ସତରେ କି ଅବା ସରଗ ତାହା।୧।

ମିଳି ମିଶି ଚଳୁଥାନ୍ତି ସରବେ।

ଜଣକର ସୁଖ ଆରେକ ଭାବେ।୨।

ସୁଖ ଦୁଃଖ ସମ ଭାବେ ବାଣ୍ଟନ୍ତି ।

ସଭିଙ୍କୁ ସଭିଏଁ ଭଲ ପାଆନ୍ତି ।୩।

ବଡ ସାନ ଭେଦ ଭାବ ନ ଥାଏ।

ସଭିଙ୍କ ସମ୍ମାନ ହୃଦରେ ଥାଏ ।୪।

ଯେ ଯାହାର ବୃତ୍ତି ଯିଏ କରନ୍ତି ।

ସାଧନ ଭଜନ ହୁଅଇ ନିତି।୫।

ରନ୍ଧା ବଢା ଯାହା ହୁଅଇ ଘରେ।

ସଭିଏଁ ଖାଆନ୍ତି କେତେ ଖୁସିରେ ।୬।

ଘର ଲାଗେ ସତେ ସରଗ ପରି।

ଆଜି ସେ କଥାକୁ ହେଉଛେ ଝୁରି ।୭।

ମୁଁ ଆଉ ମୋର ସବୁ ସାରିଲା।

ଯୌଥ ପରିବାର ଚୂଲିକି ଗଲା।୮।

ଆମେ ଦୁଇ ଆଉ ଆମର ଦୁଇ ।

ଯୌଥ ପରିବାରେ ଚଳି ନୁହଇ।୯।

ସ୍ବାର୍ଥପର ଏଡେ ଆମେ ହୋଇଲେ।

ଯୌଥ ପରିବାର ତ୍ୟାଗ କରିଲେ।୧୦।

ତାହାର କୁଫଳ ଭୋଗୁଛେ ଏବେ।

ଏକତାର ବଳ ବୁଝିବା କେବେ।୧୧।

ସମୟ କୁଆଡେ ଯାଇନି ଭାଇ।

ଯୌଥ ପରିବାର ଆଣ ଫେରାଇ।୧୨।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍