STORYMIRROR

Niranjan Mishra

Others

3  

Niranjan Mishra

Others

ଯୌଥ ପରିବାର

ଯୌଥ ପରିବାର

1 min
181


ଆଜି ସମାଜରେ ଯୌଥ ପରିବାର

ବିଲୁପ୍ତ ହେବ ବସିଛି ।

ସତ କଥାଟିଏ କହିବାକୁ ଗଲେ

ସଂସାର ବିଗାଡୁ ଅଛି ।୧।

ଭୂଲି ଗଲେ ଆମେ ପରମ୍ପରା ଆମ

ସ୍ବାର୍ଥପର ଅତି ହୋଇ ।

ଯୌଥ ପରିବାର ଉଜୁଡି ଯାଉଛି

ଟିକେ ଟିକେ ସ୍ବାର୍ଥ ପାଇଁ ।୨।

ମାନବୀୟ ମୂଲ୍ୟବୋଧ ହ୍ରାସ ପାଇ

ନିଃସ୍ବ ହୋଇଲେଣି ଆମେ ।

ରାଗ ହିଂସା ଦ୍ବେଷ କପଟ ଛଳନା

ବୁଡିଅଛେ ମହା ତମେ। ୩।

ଯୌଥ ପରିବାର ସୁନାର ସଂସାର

ସିନା ମରତ ଧାମରେ ।

ସରବେ ଏକାଠି ରହି ସୁଖ ଶାନ୍ତି

ଲଭିବା ଆମେ ଅଚିରେ।୪।

ମୂଲ୍ୟହୀନ କାହା କଥା ବୋଲି କହି

ତାକୁ ନ ଦିଅ ଉଡାଇ ।

ସାନ ହେଉ ଅବା ବଡ ତାର କଥା

ବିଚାର କରିବ ରହି ।୫।

ଯାହାର ହାତରେ ଯେଉଁ କାମ ହେବ

ସେ କାମ ସିଏ କରିବ ।

ସ୍ନେହ ପ୍ରୀତି ଆଉ ଆଦର ସମ୍ମାନ

ଭାବ ମନରେ ରଖିବ ।୬।

ଆପଣାର ଭାବ ନିଜ ପରିବାର

ଭିତରେ ଯଦି ରହିବ ।

ଛୋଟିଆ ଛୋଟିଆ ଘଟଣାକୁ ନେଇ

ବାଦ ବିବାଦ ନ ହେବ ।୭।

ସହିବା ଶକତି ସଭିଙ୍କର କେବେ

ସମାନ ଭାବେ ନ ଥାଏ ।

ସହିବା ଶକତି ବଢିବ କିପରି

ନିଜ ଘରୁ ଶିଖି ହୁଏ ।୮।

ସରଗର ଧାମ ମରତେ ରହିଛି

ତାହା ଯୌଥ ପରିବାର ।

ସମତା ଆଣିବ ମନରେ ଆମର

ଟିକିଏ ବିଚାର କର ।୯।


Rate this content
Log in