ଯୌଥ ପରିବାର
ଯୌଥ ପରିବାର
1 min
475
ଗାଁ ଟି ମୋହର ଅତୀବ ସୁନ୍ଦର
ତା ମଧ୍ୟେ ମୋ ମାଟି ଘର,
ସ୍ନେହ ଆଦରରେ ବାନ୍ଧିଛି ସଭିଙ୍କୁ
ଯୌଥ ଆମ ପରିବାର ।
ସକାଳରୁ ସଞ୍ଜ ଲାଗେନାହିଁ ଏକା
ଚଳୁ ଆମେ ମିଳିମିଶି,
ଜଣେ ଆନ ପାଇଁ ତତ୍ପର ରହନ୍ତି
ଦିବା ହେଉ ଅବା ନିଶି ।
ଜେଜେବାପା ଘର ମୁଖିଆ ଅଟନ୍ତି
ସଭିଙ୍କର ସିଏ ଇଷ୍ଟ,
ପରିବାରେ ସିଏ ପଥ ପ୍ରଦର୍ଶକ
ଲାଗେନାହିଁ କିଛି କଷ୍ଟ ।
ନୀତି ପରମ୍ପରା ଧର୍ମ ଓ ସଂସ୍କୃତି
ସର୍ବେ କରନ୍ତି ଆଦର,
ସ୍ନେହ ଶ୍ରଦ୍ଧା ଶାନ୍ତି ମୂଳଦୁଆ ଆମ
ଜାଣିଛୁ ତାହାର ବେଭାର ।
ମୁଁ ଶବଦଟି ଆସେନାହିଁ ମୁହେଁ
ବ୍ୟବହାର ହୁଏ ଆମେ,
ଯୌଥ ପରିବାରେ ଜୀଇଁଛୁ ଖୁସିରେ
ବାନ୍ଧିଣ ସଭିଙ୍କୁ ପ୍ରେମେ ।
