STORYMIRROR

Mamata kumari Behura

Others

4  

Mamata kumari Behura

Others

ଯୌଥ ପରିବାର

ଯୌଥ ପରିବାର

1 min
323


ଭାରତୀୟ ସଂସ୍କୃତିରେ ଯୌଥ ପରିବାରର

ଭୂମିକା ଥିଲା ମହାନ୍, 

କାଳର ସ୍ରୋତରେ ଲୋପ ପାଇଗଲା

ଭାବିଲେ ଦୁଖରେ ଭରେ ମନ।


ଜେଜେବାପା ଜେଜେମାଆଙ୍କ ଆଦର୍ଶରେ

ଚାଲୁଥିଲା ବଡ଼ ପରିବାର, 

ବଡବାପା ବଡ଼ ମାଆ ଦାଦା ଖୁଡୀଙ୍କ

ଆକଟରେ ପୂରି ରହି ଥିଲା ସ୍ନେହ ଆଦର।


ଏକାଠି ବସିବା ଏକାଠି ହସିବା

ଏକାଠି ଖାଇବାର ଯେଉଁ ମଜ୍ଜା, 

ଘର ଅଗଣାଟା ପୂରି ଉଠୁଥିଲା

ପଡୁଅଛି ଆଜି ଖୋଜା।


ସୁଖ ଦୁଖ ଭରା ସଂସାର ଭିତରେ

ପିଲାଏ ଶିଖି ଥାଆନ୍ତି ସଂସ୍କାର, 

ସବୁ ଆଜି ପରା ହଜି ଯାଇଅଛି

ହଜି ଯାଇଛି ଯୌଥ ପରିବାର।


 ଭାଇ ଭଉଣୀଙ୍କ କଳି ଝଗଡ଼ାକୁ

ବଯସ୍କ କରୁଥିଲେ ସମାଧାନ, 

ପରିବାର ମଧ୍ଯେ ମିଳିମିଶି ରହି

 ପକସ୍ପରେ ଦେଉଥିଲେ ପ୍ରାଧାନ୍ଯ।


 ସମ୍ପର୍କର ଏକ ସୂତା ଖିଅ ମଧ୍ଯେ

ବାନ୍ଧି ହୋଇ ଯାଇ ଥାନ୍ତି ସମସ୍ତେ,

 ସୁଖ ଦୁଖ ସବୁ ବାଣ୍ଟି ନେଉଥିଲେ

ସ୍ୱାର୍ଥ ନଥିଲା କା ମନରେ ଟିକେ।


ବର୍ତ୍ତମାନ ପରା ମଣିଷ ଚାହୁଁନି 

ଆଉ ସେହି ଯୌଥ ପରିବାର, 

ପରିବାର ଛୋଟ କରିବା ପାଇଁକି

ସରକାର ହୋଇ ଛନ୍ତି ତତ୍ପର।


ସହରାଭିମୁଖୀ ହୋଇଛି ମଣିଷ

ଗାଁ ସମ୍ପର୍କକୁ ଦେଇ ତୁଟେଇ, 

ଛୋଟ ପରିବାର ସୁଖୀ ପରିବାର

ବୋଲି ମନେ ମନେ ପରା ଭାବଇ। 


ଛୋଟ ପରିବାରେ ରହି କିନ୍ତୁ ଭୁଲି

ପାରେ ନାହିଁ ଯୌଥ ପରିବାରକୁ,

ନିଆରା ସେ ମଜ୍ଜା ହେଲେ କ'ଣ ହେବ

ଝୁରି ସେ ବୁଝାଏ ନିଜ ମନକୁ। 


ହଜି ଯାଇଥିବା ଜିନିଷକୁ ଖୋଜି

ପାଇବା ଟା କ'ଣ ଏତେ ସହଜ

ଯୌଥ ପରିବାର ସମ୍ପର୍କର ସେତୁ

ବାନ୍ଧି ବାକୁ ଟିକେ ମନରେ ହେଜ।   

                 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍