STORYMIRROR

Mrunmayee Behera

Others

3  

Mrunmayee Behera

Others

ଯୌଥ ପରିବାର

ଯୌଥ ପରିବାର

1 min
186


ଯୌଥ ପରିବାର ମୋହର ପ୍ରିୟ

ଯେଉଁଠି ଥାଏ ସମ୍ପର୍କର ମୋହ ।।


ପରସ୍ପର ସହଯୋଗୀ ସଭିଏଁ,

ସ୍ଵାର୍ଥର ଆଶ୍ରିତ କେହିବି ନୁହେଁ।।


ଜେଜେ, ଜେଜେମା କୋଳରେ ନିଦ,

ଝାଞ୍ଜି ପବନ ବି ଦିଏ ଆନନ୍ଦ ।।


ଦାଦା,ଖୁଡି ସ୍ନେହ ମିଳେ ଅମାପ,

ଭାଇ,ଭଉଣୀ ଙ୍କ ମେଳରେ ଗପ ।।


ଏକାଠି ପଖାଳ କଂସାର ଲୋଭ, 

ଆହା କି ଆନନ୍ଦ ସମ୍ପର୍କ ଭାବ ।।


ପର୍ବ ପର୍ବାଣୀ କେତେଜେ ପିଠା,

ଏକାଠି ଖାଉ ତା'ସହ ମିଠା ।।


ଏବେ କାହିଁ ସେ ପରିବାର,

ଯେତେ ଭାଇ ସେତେ ଘର ।।


ସ୍ନେହ ଭରା ଆଉ ସମ୍ପର୍କ ନାହିଁ,

ଯୌଥ ପରିବାର ବ୍ୟବସ୍ଥା କାହିଁ ।।





ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍