ଯୌଥ ଚଳଣିର ଉପାଦେୟତା
ଯୌଥ ଚଳଣିର ଉପାଦେୟତା
1 min
367
ସ୍ନେହ, ପ୍ରେମର ଏ ସମ୍ପର୍କ ଡୋରରେ
ଗଢ଼ା ହୁଏ ପରିବାର,
ଯହିଁ ରହିଥାନ୍ତି ମିଳିମିଶି ସର୍ବେ
ଉତ୍ତମ ଥାଏ ବେଭାର।
ସେହି ପରିବାରେ ପଶେନାହିଁ କେବେ
ବାଦ, ବିବାଦ କି କଳି,
ସମ୍ଭାଳି ନିଅନ୍ତି ଯେ ଯା' ସାମର୍ଥେ
ଘରର ଅଳି ଅର୍ଦ୍ଦଳି।
ସମୟ ସ୍ରୋତରେ ବଦଳି ଯାଇଛି
ପରିବାର ପରିଭାଷା,
ଏକକ ଜୀବନ କଟେଇବା ପାଇଁ
ସଭିଏଁ କରନ୍ତି ଆଶା।
ଏକତାର ରଜୁ ନାହିଁ ମଜଭୂତ
ଆସକ୍ତ ନାହିଁ ଆଉ କା'ର,
ଯେ ଯା ବାଟେ ଯିଏ ଆଗେଇ ଯା'ନ୍ତି
ସମ୍ପର୍କକୁ କରି ପର।
ଛୋଟ ଆଉ ସୁଖି ପରିବାର ପାଇଁ
ଯା'ନ୍ତି ଅଲଗା ହୋଇ,
ଯୌଥ ଚଳଣିର ଉପାଦେୟତାକୁ
ମନରୁ ପାସୋରି ଦେଇ।
ଶୁଣ ସର୍ବେ ଜନ ଦେଇ ମନ ଧ୍ୟାନ
ପରିବାର ଥିଲେ ସାଥେ,
ବିପଦେ ,ଆପଦେ ସହାୟ ମିଳିବ
ଗୁରୁଜନ ଥିଲେ ପାଖେ।
